କୋକସରା,୦୮/୦୬କୋକସରା ବ୍ଲକ ବରାଡୋଙ୍ଗା ପଞ୍ଚାୟତ ଶିଉନି ଗ୍ରାମ ମା’ ମଙ୍ଗଳା ମିନି ଷ୍ଟାଡିୟମ ଠାରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମା’ ମଙ୍ଗଳା ନକ ଆଉଟ ଅଣ୍ଡର ୧୯ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଗୁରୁବାର ଫାଇନାଲ ଖେଳ ଅନୁଷ୍ଠିତ ହୋଇଛି ।
ମୁଖ୍ୟ ଅତିଥି ଭାବେ ବରାଡୋଙ୍ଗା ସମିତି ସଭ୍ୟ ଗୁପ୍ତେଶ୍ଵର ବାଗ, ସମ୍ମାନିତ ଅତିଥି ପରମେଶ୍ବର ଧ. ମାଝୀ, ସୁଧୀର ଧ. ମାଝୀ, ଈଶ୍ୱରୀ ପ୍ରସାଦ ଅଗସ୍ତି, ଥବିର ନାଏକ, ସୁବାସ ବେହେରା, କୁମୁଦ ବେହେରା,ସମୀର ବେହେରା ଓ ନିଲୁ ନାଏକ ଉପସ୍ଥିତ ରହିଥିଲେ।
ଆହୁରି ପଢନ୍ତୁ : ରାମଚନ୍ଦ୍ରପୁର ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଫାଇନାଲରେ ପ୍ରଥମେ ଏମଏମସିସି ସୁନାମାଲ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭର ରେ ୧୨୦ ର ନ ସଂଗ୍ରହ କରିଥିବା ବେଳେ ଜବାବ ରେ ଏମଏମସିସି ଶିଉନି ଖେଳାଳି ମାତ୍ର ୪୦ ରନ କରି ଅଳ ଆଉଟ ହୋଇଥିଲେ। ଫାଇନାଲ ଖେଳକୁ ଶୁଭମ ପଣ୍ଡା, ସୁଶାନ୍ତ ସେଠି ଓ ସ୍କୋର ବୋର୍ଡ ରେ କୁମୁଦ ବେହେରା ସହଯୋଗ କରିଥିବା ବେଳେ ଖେଳର ଧାରା ବିବରଣୀ ନିଲୁ ଅଗସ୍ତି ପ୍ରଦାନ କରିଥିଲେ। ଚାମ୍ପିୟାନ ଟିମ ଓ ରନର୍ସ ଅପ ଟିମ କୁ ଉପସ୍ଥିତ ଅତିଥିମାନେ ଟ୍ରଫି ସହ ପୁରସ୍କୃତ କରିଥିଲେ। ଖେଳ ପରିଶେଷରେ କ୍ରିୟାନୁଷ୍ଠାନ କମିଟିର ସଭାପତି ଭୁବନେଶ୍ୱର ଦିଶାରୀ ଧନ୍ୟବାଦ ଅର୍ପଣ କରିଥିଲେ।