PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପୁରୁଣା ବକ୍ସିପଲ୍ଲୀରେ ମା’ ସୁନ୍ଦରାମ୍ମା ଯାତ୍ରା

ଗୋପାଳପୁର ୨୪/୫ ପୁରୁଣା ବକ୍ସିପଲ୍ଲୀ ଠାରେ ୨୫ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ହରିନାମ ସଂର୍କିତ୍ତନ ଏବଂ ୨୮ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମା’ ସୁନ୍ଦରାମ୍ମା ଯାତ୍ରା ଅନୁଷ୍ଠିତ ହେବ। ଏହି ଅବସରରେ ଗ୍ରାମର ବହୁ ମହିଳା ମାନେ ନୂତନ ବସ୍ତ୍ର ପରିଧାନ କରି ଗ୍ରାମ ନିକଟରେ ଥିବା ପୋଖରୀରୁ ଜଳ ଯାତ୍ରା କରି ଅସ୍ଥାୟୀ ମଣ୍ଡପ ଠାରେ ପହଞ୍ଚି ଥିଲେ l

ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ l ଗହଳିକୁ ନଜରରେ ରଖି ଏକ ପ୍ଲାଟୁନ ପୁଲିସ ମୁତୟନ ହୋଇଥିବା ଗୋପାଳପୁର ଥାନା ଅଧିକାରୀ ସାରଦା ପ୍ରସନ୍ନ ଦାଶ କହିଛନ୍ତି lଏହି ଅବସରରେ ଛକ ମାନଙ୍କରେ ବିଭିନ୍ନ ମିନବଜାର ଆଦି ହୋଇଛି l ତାହାସହ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥିବା କମିଟି ପକ୍ଷରୁ ସୂଚନା ମିଳିଛି ।