PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

ଦୀର୍ଘ ୫୦ ଘଣ୍ଟା ପରେ କାର୍ଯ୍ୟକ୍ଷମ ହେଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଥିଲା ବନ୍ଦ

ଲମତାପୁଟ, ୦୯/୦୩ : ଦୀର୍ଘ ୫୦ ଘଣ୍ଟା ପରେ କାର୍ଯ୍ୟକ୍ଷମ ହେଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ। ଯୁଦ୍ଧକାଳୀନ ଭିତ୍ତିରେ ମରାମତି ହେଲା ୩ ନମ୍ବର ପାଇପ ଲାଇନ୍‌ର ବାଟରଫ୍ଲାଇ ୱାଲ୍ବବ। ସୋମବାର ଦିନ କିଛି କାଠ ଗଣ୍ଡି ଏବଂ କାଠ ଝାଟି ୩ ନମ୍ବର ପାଇପ ଲାଇନ ମାଧ୍ୟମରେ ଯାଇ ବାଟର ପ୍ଲାଇ ୱାଲ୍ବବରେ ଜମି ରହିଥିଲା। ଫଳରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପ୍ରକଳ୍ପ ବନ୍ଦ କରାଯାଇଥିଲା। ପ୍ରକଳ୍ପ ଅଧିକାରୀ ଏବଂ କର୍ମଚାରୀ କାଠ ଗଣ୍ଡି ଏବଂ କାଠ ଝାଟି କାଢିବା ପରେ ବାଟରପ୍ଲାଇ ୱାଲ୍ବବକୁ ମରାମତି କରାଯାଇଥିଲା।

ଗତ ମାସ ୨୫ ତାରିଖରେ ଟି.ପି. ଡ୍ୟାମର ଗେଟ୍ ଭାଙ୍ଗିଯିବାରୁ କିଛି ଗଛ ପାଇପ ଲାଇନ ଦେଇ ଭିତରକୁ ପଶି ଯାଇଥିଲା। ଫଳରେ ଦୁଇଟି ଟରଭାଇନା ଚାଲିଥିବା ବେଳେ ଅନ୍ୟ ଟରଭାଇନ ଗୁଡିକ ବନ୍ଦ ରହିଥିଲା। ଫଳରେ କେବଳ ୫୭ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହୋଇପାରିଥିଲା। ବାଟରପ୍ଲାଇ ୱାଲ୍ବବକୁ ମରାମତି କରିବା ପରେ ପୁଣି ଥରେ ୧,୨,୩ ଏବଂ ୫ ନମ୍ବର ଟରଭାଇନ କାର୍ଯ୍ୟକ୍ଷମ ହୋଇପାରିଛି। ଏବେ ଘଣ୍ଟା ପ୍ରତି ୭୩ ମେଗାୱାଟ ବିଦ୍ୟୁତ ଉତ୍ପାଦନ ଆରମ୍ଭ ହୋଇପାରିଛି। କିଛି ଦିନ ପ୍ରକଳ୍ପ ବନ୍ଦ ରହିବା ଯୋଗୁଁ ଘଣ୍ଟା ପ୍ରତି ୭୨ ମେଗାୱାଟ ବିଦ୍ୟୁତ କ୍ଷତି ସହୁଥିଲେ ଉଭୟ ଓଡ଼ିଶା ଆନ୍ଧ୍ରପ୍ରଦେଶ। ପ୍ରକଳ୍ପ ଆରମ୍ଭ ହେବାର ୬୮ ବର୍ଷ ବିତିଯାଇଥିବା ବେଳେ ପ୍ରକଳ୍ପର ବହୁ ଯନ୍ତ୍ରାଂସ ଗୁଡିକର ସମୟ ସୀମା ସରିଯାଇଛି। ତେଣୁ ପ୍ରକଳ୍ପରେ ବାରମ୍ବାର ତ୍ରୁଟି ଦେଖା ଦେଲାଣି। ନୂଆ ଯନ୍ତ୍ରାଂସ ଲଗାଇବା ଜରୁରୀ ହୋଇ ପଡ଼ିଛି।