ପ୍ରମୂଖ ଖବର
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ଟେଷ୍ଟରୁ ଅବସର ଫେରାଇ ନେବେ କି ବିରାଟ କୋହଲି ? ଇମୋସନାଲ ଅପିଲ୍‌ କଲେ କିମ୍ତଦନ୍ତୀ କ୍ରିକେଟର

Published By : Ankita S | July 18, 2025 12:15 PM

ନୂଆଦିଲ୍ଲୀ,୧୮/୦୭: ପୁଣି ଧଳା ଜର୍ସିରେ ନଜର ଆସିବେ କି ବିରାଟ କୋହଲି ? ଟେଷ୍ଟ କ୍ରିକେଟକୁ ଫେରିବେ କି କିଙ୍ଗ୍‌ ? ଅବସର ଫେରାଇ ନେବେ କି କୋହଲି ? ଏ ପ୍ରଶ୍ନ ଏବେ ସବୁ ଫ୍ୟାନ୍ସଙ୍କ ମନରେ । ଲର୍ଡ୍ସ ଟେଷ୍ଟରେ ପରାଜୟ ପରେ ଯେଉଁଠି କୋଚ୍ ଗୌତମ ଗମ୍ଭୀର, ଶୁବମନ ଗିଲ ଓ ଟିମ୍‌ର ତ୍ରୁଟି ବିଷୟରେ କୁହାଯାଉଛି ସେଠି ପୂର୍ବତନ ଅଲରାଉଣ୍ଡର କିଙ୍ଗ୍‌ କୋହଲିଙ୍କୁ ମନେ ପକାଇଛନ୍ତି । କୋହଲି ଟେଷ୍ଟ ଅବସର ଫେରାଇ ନିଅନ୍ତୁ ବୋଲି କହିଛନ୍ତି କ୍ରିକେଟ୍ କିମ୍ବଦନ୍ତୀ ମଦନ ଲାଲ ।

ଅବସର ଫେରାଇ ନିଅନ୍ତୁ କୋହଲି କହିଲେ ମଦନ ଲାଲ- ଟିମ୍ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ତଥା ୧୯୮୩ ବିଶ୍ୱକପ୍ ବିଜେତା ମଦନ ଲାଲ ବିରାଟ କୋହଲିଙ୍କୁ ଏକ ଭାବପୂର୍ଣ୍ଣ ଅପିଲ କରିଛନ୍ତି । ସେ କହିଛନ୍ତି, ''ପ୍ଲିଜ କୋହଲି ତୁମେ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ଫେରାଇ ନିଅ । ଭାରତୀୟ କ୍ରିକେଟ ପାଇଁ କୋହଲିଙ୍କ ଅବଦାନ ଅତୁଳନୀୟ । ତାଙ୍କୁ କାହା ସହ ତୁଳନା କରାଯାଇପାରିବ ନାହିଁ । ମୋର ଇଚ୍ଛା ସେ ଟେଷ୍ଟ ଅବସର ଫେରାଇ ନିଅନ୍ତୁ । ଅବସର ଫେରାଇ ନେବାରେ କିଛି ଭୁଲ ନାହିଁ । ଟେଷ୍ଟ ଦଳକୁ କମବ୍ୟାକ୍ କରନ୍ତୁ ।''

ମନେ ପଡୁଛନ୍ତି ବିରାଟ କୋହଲି- ଇଂଲଣ୍ଡ ଟେଷ୍ଟ ସିରିଜରେ ଲଗାତାର ବିରାଟ କୋହଲିଙ୍କ ଚର୍ଚ୍ଚା ହେଉଛି । ଲର୍ଡ୍ସ ଟେଷ୍ଟରେ ଟିମ୍‌ ଇଣ୍ଡିଆ ୧୯୩ ରନ୍‌ର ଲକ୍ଷ ହାସଲ କରିପାରିନଥିଲା । ଏହା ପରେ କୋହଲିଙ୍କ କଥା ପଡିଥିଲା । ସେଥିପାଇଁ ବିରାଟ ତାଙ୍କ ଅବସର ଫେରାଇ ନିଅନ୍ତୁ ବୋଲି ଅପିଲ୍ ହୋଇଛି । ହେଲେ ଏମିତି ହେବା କଷ୍ଟକର । ବିରାଟ ତାଙ୍କ ଟେଷ୍ଟ କ୍ୟାରିୟରରେ ୧୨୩ ମ୍ୟାଚରେ ୯୨୩୦ ରନ୍ କରିଛନ୍ତି । ତାଙ୍କ ଆଭରେଜ୍ ୪୬ରୁ ଅଧିକ । ୩୦ ଟେଷ୍ଟ ଶତକ ତାଙ୍କ ନାମରେ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.