କପିଲ ନିଜ ପ୍ରେମିକାକୁ ହନିମୁନ୍ ନେବା ବଦଳରେ କ’ଣ କହିଲେ ଜାଣନ୍ତୁ

ମୁମ୍ବାଇ,୧୫/୨: କମେଡି କିଙ୍ଗ୍ କପିଲ ଶର୍ମା ୨୦୧୮ ମସିହା ଡିସେମ୍ବର ମାସରେ ପ୍ରେମିକା ଗିନି ଚତର୍ଥଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହ ପରେ କପିଲ ତାଙ୍କ ପତ୍ନୀଙ୍କ ସହ କେଉଁଠାକୁ ହନିମୁନ୍ ମନେଇବାକୁ ଯାଉଛନ୍ତି ବୋଲି ଜାଣିବା ପାଇଁ ପ୍ରଶଂସକଙ୍କ ଭିତରେ ବେଶ୍ ଉତ୍ସୁକତା ଦେଖିବାକୁ ମିଳିଥିଲା। ମାତ୍ର ଜାଣିବାକୁ ମିଳିଛି ଯେ କପିଲ୍ ନିଜର କାର୍ଯ୍ୟ ବ୍ୟସ୍ତତା ଯୋଗୁଁ କେଉଁଆଡ଼େ ହନିମୁନ୍ ଯାଇପାରି ନାହାନ୍ତି।

ଏ ନେଇ କପିଲ୍ ନିଜ ପତ୍ନୀଙ୍କ ପ୍ରଶଂସା କରି କହିଛନ୍ତି ଯେ, ‘ମୁଁ ଗିନିଙ୍କଠାରୁ ଆଉ ଭଲ ଜୀବନସାଥୀ ପାଇପାରି ନଥାନ୍ତି। ବିବାହ ପରେ ମୁଁ ହନିମୁନ ଯାଇପାରି ନାହିଁ। ମାତ୍ର ଚିନ୍ତା କରନ୍ତୁ ମୁଁ ସିନେମା ସିଟିକୁ ଯାଇଛି! ମାତ୍ର ଏ ନେଇ ଗିନି ଥରେ ହେଲେ ବି ଅଭିଯୋଗ କରିନାହାନ୍ତି। ସେ ମୋ ଭିତରେ ଖୁସି ଖୋଜିବାର ଚେଷ୍ଟା କରିଛନ୍ତି। ସେ ଜାଣନ୍ତି କି ମୁଁ କାମ କରିବାରେ ହିଁ ଖୁସି ପାଏ।’