PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ଆସିଲା ନୂଆ ଅବକାରୀ ନୀତି, ମହଙ୍ଗା ହେବ ମଦ ଦାମ୍: ବେଳାଭୂମିରେ ମଦ ବିକ୍ରିକୁ ମିଳିଲା ଅନୁମତିି

ଭୁବନେଶ୍ୱର,୩୧/୦୩: ଆସିଲା ନୂଆ ଅବକାରୀ ନୀତି । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅଣାଯାଇଥିବା ନୂଆ ଅବକାରୀ ନୀତି ପ୍ରକାଶ ପାଇଛି । ଏଥିରେ ଆବେଦନ ଫର୍ମ ସହ ଲାଇସେନ୍ସ ଫି’ ମଧ୍ୟ ବଢ଼ିଛି । ଏହି ଆଧାରରେ ମଦର ଖୁଚୁରା ଦର ମଧ୍ୟ ବଢ଼ିବ । ବଡ଼ କଥା ହେଲା, ଏଥର ଗ୍ରାମାଞ୍ଚଳରେ ନୂଆ ଠିପି ଖୋଲା ମଦ ଦୋକାନ ଖୋଲିବନି । ଏଥିପାଇଁ ଲାଇସେନ୍ସ ଦିଆଯିବନି । ତେବେ ସହରାଞ୍ଚଳରେ ପର୍ଯ୍ୟାପ୍ତ ରୁମ୍‌ ଥିବା ତାରକା ହୋଟେଲକୁ ଠିପି ଖୋଲା ନୂଆ ମଦ ଦୋକାନ ପାଇଁ ଅନୁମତି ମିଳିପାରିବ ।

ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଅଣାଯାଇଥିବା ନୂଆ ନୀତିରେ ସ୍ପଷ୍ଟ ଭାବେ କୁହାଯାଇଛି, ସର୍ବନିମ୍ନ ମଦ ଉଠାଣ କୋଟା ଟିକସ, ଆବେଦନ ଫର୍ମ ଫି’ ଏବଂ ଲାଇସେନ୍ସ ଫି’ ମୂଲ୍ୟ ବୃଦ୍ଧି କରାଯାଇଛି । ଏହାସହ ଅବକାରୀ ଶୁଳ୍କ ମଧ୍ୟ ବଢ଼ିଛି । ମଦ ପ୍ରସ୍ତୁତକାରୀ ୟୁନିଟ ପାଇଁ ନୂଆ ଲାଇସେନ୍ସ କିମ୍ବା ଲାଇସେନ୍ସ ନବୀକରଣ ଲାଗି ଆବେଦନ ଫର୍ମ ବାବଦକୁ ୧ ଲକ୍ଷ ୧୦ ହଜାର ଟଙ୍କା ଦାଖଲ କରିବାକୁ ପଡ଼ିବ । ପୂର୍ବ ବର୍ଷ ତୁଳନାରେ ଏହା ୧୦ ହଜାର ଟଙ୍କା ବଢ଼ିଛି । ସେହିପରି ମୋଲାସେସ (ମଦ ପ୍ରସ୍ତୁତକାରୀ ରସ) କାରବାର ପାଇଁ ନୂଆ କିମ୍ବା ନବୀକରଣ ଆବେଦନ ଫି’ ୧୦ ହଜାର ଟଙ୍କା ବୃଦ୍ଧି ପାଇଛି । ଏହା ଥିଲା ୫୦ ହଜାର ଟଙ୍କା, ଏବେ ଦେବାକୁ ପଡ଼ିବ ୬୦ ହଜାର ଟଙ୍କା । ତେବେ ନୂଆ ଠିପି ଖୋଲା ମଦ ଦୋକାନ ପାଇଁ ଆବେଦନ ଫର୍ମ ଫି’ ୨ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଛି । ପୂର୍ବ ବର୍ଷଠାରୁ ଏହା ୯୦ ହଜାର ଟଙ୍କା ବଢ଼ିଛି ।

ଠିପି ବନ୍ଦ ବିଦେଶୀ ମଦ ଦୋକାନ (ନୂଆ କିମ୍ବା ନବୀକରଣ) ଆବେଦନ ଫି’ ୧୦ ହଜାର ଟଙ୍କା ବଢ଼ି ୧ ଲକ୍ଷ ୨୦ ହଜାର ଟଙ୍କାରେ ପହଞ୍ଚିଛି । ସେହିପରି ଆଉଟ୍‌ ଷ୍ଟିଲ୍‌ ୟୁନିଟ ଆବେଦନ ଫି’ ୧୦ ହଜାର ଟଙ୍କା ବଢ଼ି ୧ ଲକ୍ଷ ୪୦ ହଜାର ଟଙ୍କା ହୋଇଛି । ମଦ ପ୍ରସ୍ତୁତକାରୀ ୟୁନିଟର ସମ୍ପ୍ରସାରଣ କରିବାକୁ ହେଲେ ଏଣିକି ଦେଢ଼ ଲକ୍ଷ ଟଙ୍କା ଆବେଦନ ଫି’ ଦାଖଲ କରିବାକୁ ହେବ । ପୂର୍ବରୁ ଏହା ୧ ଲକ୍ଷ ୨୫ ହଜାର ଟଙ୍କା ଥିଲା । ଠିପି ବନ୍ଦ ଓ ଠିପି ଖୋଲା ମଦ ଦୋକାନର ସ୍ଥାନାନ୍ତରଣ କରିବାକୁ ଚାହୁଁଥିବା ବ୍ୟବସାୟୀଙ୍କୁ ଆବେଦନ ଫି’ ବାବଦକୁ ଅଢ଼େଇ ଲକ୍ଷ ଟଙ୍କା ଦେବାକୁ ହେବ । ପୂର୍ବାପେକ୍ଷା ଏହା ୫୦ ହଜାର ଟଙ୍କା ବଢ଼ିଛି । ଦେଶୀ ମଦ ଦୋକାନ ସ୍ଥାନାନ୍ତରଜନିତ ଆବେଦନ ଫର୍ମ ଫି’ ୭୫ ହଜାର ଟଙ୍କା ଦେବାକୁ ହେବ, ଯାହାକି ଆଗରୁ ୫୦ ହଜାର ଟଙ୍କା ଥିଲା ।

ମଦ ପ୍ରସ୍ତୁତକାରୀ ୟୁନିଟ ପାଇଁ ଲିଟର ପିଛା ଲାଇସେନ୍ସ ଫି’ ବୃଦ୍ଧି ପାଇଛି । ୫୦ ଲକ୍ଷ ବ୍ରିଟିଶ ଲିଟର ପର୍ଯ୍ୟନ୍ତ ମଦ ପ୍ରସ୍ତୁତକାରୀ ୟୁନିଟକୁ ପ୍ରତି ବ୍ରିଟିଶ ଲିଟର ପିଛା ୧ ଟଙ୍କା ୧୫ ପଇସା ଲେଖାଏଁ ଟିକସ ଦେବାକୁ ହେବ । ୫୦ ଲକ୍ଷରୁ ୧୦୦ ଲକ୍ଷ ବ୍ରିଟିଶ ଲିଟର ପର୍ଯ୍ୟନ୍ତ ୟୁନିଟକୁ ବ୍ରିଟିଶ ଲିଟର ପିଛା ୯୦ ପଇସା ଏବଂ ୧୦୦ ଲକ୍ଷ ବ୍ରିଟିଶ ଲିଟରରୁ ଅଧିକ ମଦ ଉତ୍ପାଦନକାରୀ ୟୁନିଟକୁ ଲିଟର ପିଛା ୭୦ ପଇସା ଟିକସ ଦେବାକୁ ପଡ଼ିବ ।

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବେଳାଭୂମିରେ ମଦ ବିକ୍ରିକୁ ଅନୁମତିି ମିଳିଛି । ବର୍ଷ ତମାମ ଏହି ସୁବିଧା ଉପଲବ୍ଧ ହେବ । ଘରୋଇ କାର୍ଯ୍ୟକ୍ରମଗୁଡ଼ିରେ ଅତିଥିଙ୍କ ପାଇଁ ମଦ ପରଷିବାକୁ ଅନୁମତି ଆଣିବା ସହ ଫି’ ଦେବାକୁ ହେବ । ପୂର୍ବାପେକ୍ଷା ଏହି ଫି’ ବଢ଼ିଛି । ଘରୋଇ କାର୍ଯ୍ୟକ୍ରମରେ ଗୋଟିଏ ଦିନରେ ୨୦୦ ଲୋକଙ୍କ ପାଇଁ ୧୦ ହଜାର, ୨୦୧ରୁ ୫ଶହ ଲୋକଙ୍କ ପାଇଁ ୧୫ ହଜାର, ୫୦୧ରୁ ୧ ହଜାର ଲୋକଙ୍କ ପାଇଁ ୨୦ ହଜାର, ୧୦୦୧ରୁ ଅଧିକ ଲୋକଙ୍କ ପାଇଁ ୨୫ ହଜାର ଟଙ୍କା ଦାଖଲ କରିବାକୁ ହେବ ।

ସର୍ବନିମ୍ନ ମାସିକ ବିଅର ଉଠାଣ ସହରାଞ୍ଚଳ ପାଇଁ ୯୫୦ ବ୍ରିଟିଶ ଲିଟର ରଖାଯାଇଛି, ଯାହାକି ପୂର୍ବରୁ ୮୮୦ ବ୍ରିଟିଶ ଲିଟର ଥିଲା । ଗ୍ରାମାଞ୍ଚଳରେ ଏହା ୮୦୦ ରଖାଯାଇଥିବାବେଳେ ପୂର୍ବରୁ ଏହା ୭୧୫ ଥିଲା ।