ମୁମ୍ୱାଇ : ହିନ୍ଦୀ ସିନେମାର ସବୁଠୁ ସୁନ୍ଦର ଅଭିନେତ୍ରୀଙ୍କ ମଧ୍ୟରେ ଜଣେ ଥିବା ମଧୁବାଲାଙ୍କୁ ଆଜି ବି ସ୍ମରଣ କରାଯାଏ। ନିଜର ସରଳତା , ସୌନ୍ଦର୍ଯ୍ୟ ଓ ସ୍ୱତନ୍ତ୍ର ଅଭିନୟର ଯାଦୁ ସେ ଛାଡ଼ି ଦେଇ ଯାଇଛନ୍ତି। ତାଙ୍କର ଚର୍ଚ୍ଚା ଅନେକ ବହିରେ ରହିଛି। ନିଜର କ୍ୟାରିୟରରେ ଅନେକ ସୁନ୍ଦର ଫିଲ୍ମ କରିଥିବା ମଧୁବାଲା ଖୁବ୍ କମ୍ ବୟସରେ ଦୁନିଆକୁ ଛାଡ଼ି ଚାଲିଯାଇ ଥିଲେ। କିନ୍ତୁ ତାଙ୍କର ଫିଲ୍ମ କ୍ୟାରିୟରର ଆରମ୍ଭ ମଧ୍ୟ କମ୍ ବୟସରେ ହୋଇ ଥିଲା। ପାରିବାରିକ ସମସ୍ୟା କାରଣରୁ ସେ ଫିଲ୍ମ ଦୁନିଆରେ ପାଦ ରଖିଥିଲେ ଏବଂ କମାଲ କରି ଦେଖାଇଲେ। କିନ୍ତୁ ଆପଣ ଜାଣନ୍ତି , ମଧୁବାଲାଙ୍କୁ ନିଜର ହିଁ ଫିଲ୍ମ ଦେଖିବାର ଅନୁମତି ନଥିଲା। ଏହି କଥା ତାଙ୍କର ଫିଲ୍ମ ହନସ୍ତେ ଆଶୁ ସହ ଜଡ଼ିତ ।
ମଧୁବାଲାଙ୍କ ଉପରେ ପୁସ୍ତକ ‘ଆଇ ୱାଣ୍ଟ ଟୁ ଲାଇଭ୍’ ଲେଖିଥିବା ଖତିଜା ଅକବର ଏହି କଥାର ଅବତାରଣା ନିଜ ପୁସ୍ତକରେ ଲେଖିଛନ୍ତି। ୧୯୫୦ରେ ରିଲିଜ୍ ହୋଇଥିବା ଫିଲ୍ମ ହନସ୍ତେ ଆଶୁ ର । ଏହି ଫିଲ୍ମରେ ମଧୁବାଳା କାମ କରିଥିଲେ ଯେବେ ତାଙ୍କର ବୟସ କେବଳ ୧୬ ବର୍ଷ ଥିଲା। ହନସ୍ତେ ଆଶୁ ଇଣ୍ଡିଆନ ସିନେମାର ପ୍ରଥମ ଫିଲ୍ମ ଥିଲା, ଯାହାକୁ ସେନ୍ସର ବୋର୍ଡ ଏ ସାର୍ଟିଫିକେଟ୍ ଦେଇଥିଲା। ଏହି ସାର୍ଟିଫିକେଟ୍ ଆଡଲ୍ଟ ଅଡିଆନ୍ସଙ୍କ ଫିଲ୍ମ ଦେଖିବାକୁ ଅନୁମତି ଦେଇଥାଏ। ଏହି ଫିଲ୍ମର ବିଷୟ ଗମ୍ଭୀର ଥିଲା , ଯେଉଁଥିପାଇଁ ଏହାକୁ କେବଳ ଆଡଲ୍ଟ ଅଡିୟାନ୍ସଙ୍କ ପାଇଁ ଅନୁମତି ଦିଆଯାଇ ଥିଲା। ହୃଦୟସ୍ପର୍ଶୀ କଥା ଏହା କି ଏହି ସମୟରେ ମଧୁବାଲା କମ୍ ବୟସର ଥିଲେ , ଯେଉଁଥି ପାଇଁ ତାଙ୍କୁ ନିଜ ଫିଲ୍ମକୁ ହଲ୍ରେ ଦେଖିବାକୁ ଅନୁମତି ନଥିଲା। ଖତିଜା ଅକବରଙ୍କ ପୁସ୍ତକ ଆଇ ୱାଣ୍ଟ ଟୁ ଲାଇଭ୍ ରେ ମଧୁବାଲାଙ୍କର ବ୍ୟକ୍ତିଗତ ଓ ପେଶାଦାର ଜୀବନର ଅନେକ ଅଜଣା କଥା ବିଷୟରେ କୁହାଯାଇଛି। ଏହି ପୁସ୍ତକରେ ମଧୁବାଲାଙ୍କ ଘରର ମାହୋଲକୁ ମଧ୍ୟ ଦର୍ଶାଯାଇଛି କି ତାଙ୍କର ପିତା ଅତାଉଲ୍ଲା ଖାନଙ୍କ କଡ଼ା ନିୟମର କଥା କୁହାଯାଇଛି।
୧୪ ଫେବ୍ରୁଆରୀ ୧୯୩୩ରେ ଦିଲ୍ଲୀରେ ଜନ୍ମିତ ମଧୁବାଲା ରୋଗ ଆଗରେ ହାରି ଗଲେ। ଅଭିନେତ୍ରୀଙ୍କ ନିଧନ ମୁମ୍ୱାଇରେ, ୨୩ ଫେବ୍ରୁଆରୀ ୧୯୬୯ରେ ୩୬ବର୍ଷ ବୟସରେ ହୋଇଥିଲା। ସେ ଦୀର୍ଘ ଦିନ ଧରି ହାର୍ଟ ସମ୍ୱନ୍ଧୀୟ ରୋଗ( କାଙ୍ଗେନେଟଲ ହାର୍ଟ ଡିଜିଜ୍)ରେ ପୀଡ଼ିତ ଥିଲେ। ପିଲାଦିନରୁ ହିଁ ତାଙ୍କର ହାର୍ଟରେ ଛିଦ୍ର ଥିଲା, ଯାହାର ଏହି ସମୟର ମେଡିକାଲ ସାଇନ୍ସରେ କୌଣସି ଚିକିତ୍ସା ନଥିଲା।