PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

୨୨ ବର୍ଷ ପରେ ଏକାଠି ହେଲେ ସଞ୍ଜୟ ଦତ୍ତ ଓ ମାଧୁରୀ ଦୀକ୍ଷିତ, ଦୁହେଁ କଥା ହେଲେ କିଛି ଏଭଳି…

ବଲିଉଡରେ ଏଭଳି ଏକ ସମୟଥିଲା ଯେତେବେଳେ ସଞ୍ଜୟ ଦତ୍ତ ଏବଂ ମାଧୁରୀ ଦୀକ୍ଷିତଙ୍କ ପ୍ରେମ ସମ୍ପର୍କକୁ ନେଇ ଖୁବ୍  ଚର୍ଚ୍ଚା ଚାଲିଥିଲା। ତେବେ ଦୁହିଁଙ୍କ ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହେବାପରେ ବଡ ପରଦାରେ ଦେଖିବାକୁ ମିଳିନଥିଲା ତାଙ୍କର ଆଉ କୌଣସି ଫିଲ୍ମ। କିନ୍ତୁ ଏବେ ଦୀର୍ଘ ୨୨ ବର୍ଷ ପରେ  ’କଳଙ୍କ’ ଫିଲ୍ମରେ ଦୁହେଁ ଏକାଠି ହୋଇଛନ୍ତି। ନିକଟରେ ଫିଲ୍ମର ଟ୍ରେଲରେ ଦୁହିଁଙ୍କର ଏକ ଝଲକ ଦେଖିବାକୁ ମିଳିଥିଲା। ଯାହାକୁ ଦେଖିବା ପରେ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଖୁବ୍ ବଢି ଯାଇଛି।

source: https://www.bollywoodshaadis.com

ଫିଲ୍ମକୁ ନେଇ ଏକ ନ୍ୟୁଜ ଚାନେଲରେ ଦେଇଥିବା ସାକ୍ଷାତକାରରେ ସେ ବହୁତ କିଛି କଥା ଖୋଲାକି କହିଛନ୍ତି।  ତାଙ୍କୁ ​‌ଯେତେବେଳେ ପଚରାଯାଇଥିଲା ୨୨ ବର୍ଷ ପରେ ସୁଟିଂ ସେଟରେ ମାଧୁରୀଙ୍କୁ ଦେଖିବା ପରେ କ’ଣ କଥା ହୋଇଥିଲେ? ଏହାର ଉତ୍ତର ଦେଇ ସଞ୍ଜୟ କହିଥିଲେ, ଆମ ପାଖରେ କଥା ହେବାକୁ ବହୁତ କିଛି କଥା ରହିଛି। ଯେପରିକି ଆମର ପିଲାମାନେ କେତେ ବଡ ହେଲେଣି? କିଏ କୋଉ କ୍ଲାସରେ ପଢୁଛି? ତାଙ୍କର ସ୍କୁଲ…ପରିବାର ଇତ୍ୟାଦି ଇତ୍ୟାଦି ଅନେକ କଥା।

source: https://www.bollywoodshaadis.com

୧୯୯୭ରେ ’ମହାନତା’ ଫିଲ୍ମ ପରେ ମାଧୁରୀଙ୍କ ସହ ଏକାଠି ପୁଣିଥରେ କାମ କରିବା ନେଇ ସଞ୍ଜୟ କହିଛନ୍ତି, ମାଧୁରୀଙ୍କ ସହିତ  କାମ କରିବା ଖୁବ୍ ତାଙ୍କ ପାଇଁ ସବୁବେଳେ ଖୁବ୍ ଭଲ  ରହିଛି।   ପୂର୍ବ ଅପେକ୍ଷା ମାଧୁରୀଙ୍କ ଅଭିନୟ ଆହୁରି ସୁନ୍ଦର ହୋଇଛି, ତାଙ୍କ ସହ କାମ କରି ମୋତେ ଖୁବ୍ ଭଲ ଲାଗିଛି। ’ସାଜନ’ ଫିଲ୍ମରେ ମାଧୁରୀ ଓ ସଲମାନ ଖାନଙ୍କ ସହିତ ଉଟିରେ କାମ କରିବାର ଏକ ଭିନ୍ନ ଅନୁଭବ ତାଙ୍କ ପାଖରେ ରହିଛି ବୋଲି କହିଛନ୍ତି ସଞ୍ଜୟ।

source: https://www.bollywoodshaadis.com

ଫିଲ୍ମରେ ସେ ବଲରାଜ ନାମକ ଭୂମିକାରେ ଅଭିନୟ କରୁଛନ୍ତି। ଏନେଇ ସଞ୍ଜୟ କହିଛନ୍ତି , ତାହା ହେଉଛି ତାଙ୍କ ବାପା ସୁନିଲ ଦତ୍ତଙ୍କ ନାମ। ତାଙ୍କ ପାଖରେ ବର୍ତ୍ତମାନ ସମୟରେ ୟଙ୍ଗ ହିରୋଙ୍କ ଭଳି ଅଭିନୟ କରିବାର ସମୟ ନାହିଁ ବୋଲି ସେ ସ୍ବୀକାର କରିଛନ୍ତି।  ଏବେ ଗ୍ରେ ଦାଢିରେ ତାଙ୍କ ଅଭିନୟ କ୍ୟାରିୟରର ଆଉ ଏକ ପାରି ଆରମ୍ଭ କରିବାକୁ ଯାଉଛନ୍ତି ବୋଲି କହିଛନ୍ତି। ଏଠାରେ ଉଲ୍ଲେଖନୀୟ ଯେ ଆସନ୍ତା ୧୭ ତାରିଖରେ ’କଳଙ୍କ’ ରିଲିଜ୍ ହେବାକୁ ଯାଉଛି। ଫିଲ୍ମରେ ସଞ୍ଜୟ ଦତ୍ତ, ମାଧୁରୀ ଦୀକ୍ଷିତଙ୍କ ସହିତ ବରୁଣ ​‌ଧବନ, ଆଲିଆ ଭଟ୍ଟ, ଆଦିତ୍ୟ ରାୟ କପୁର, ସୋନାକ୍ଷୀ ସିହ୍ନା ମୁଖ୍ୟ ଭୂମିକାରେ ରହିଛନ୍ତି।