PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ବଦଳିବେ ମଧ୍ୟ, ଉତ୍ତର ପ୍ରାର୍ଥୀ !

ଭୁବନେଶ୍ୱର,୨୮ା୩(ବ୍ୟୁରୋ): ଏକାମ୍ର ଭୁବନେଶ୍ୱରରେ ପୁଣି ଥରେ ଅଶୋକ ପଣ୍ଡାଙ୍କୁ ବିଜେଡି ପ୍ରାର୍ଥୀ କଲା । ହେଲେ ମଧ୍ୟ ଓ ଉତ୍ତର ଭୁବନେଶ୍ୱର ଆସନକୁ ଝୁଲାଇ ରଖିଛନ୍ତି ନବୀନ । ଏଥିରୁ ଗୋଟିଏ ବାର୍ତ୍ତା ମିଳୁଛି- ଏହି ଦୁଇ ଆସନର ବିଧାୟକଙ୍କୁ ନେଇ ଦଳ ଚିନ୍ତାରେ ପଡ଼ିଛି । ସମ୍ଭବତଃ ଏହି ଦୁଇ ବିଧାୟକଙ୍କୁ ଆଉ ରିପିଟ୍‌ କରିବାକୁ ଦଳ ଚାହୁଁନି । ୨୦୧୪ରେ ଉତ୍ତର ଭୁବନେଶ୍ୱରରୁ ବିଜେଡି ଟିକେଟ ପାଇ ସଭିଙ୍କୁ ଚମକାଇ ଦେଇଥିଲେ ଯୁବ ନେତା ପ୍ରିୟଦର୍ଶୀ ମିଶ୍ର । ବଡ଼ ଭୋଟ୍‌ ବ୍ୟବଧାନରେ ଜିତି ବିଧିାୟକ ହୋଇଥିଲେ ପ୍ରିୟଦର୍ଶୀ । ମାତ୍ର ଏଥର ତାଙ୍କୁ ଟିକେଟ ମିଳିବା ନେଇ ସନ୍ଦେହ ଉପୁଜିଛି । ନିର୍ବାଚନମଣ୍ଡଳୀର ବହୁ ପୂର୍ବତନ କର୍ପୋରେଟର ଖୋଲାଖୋଲି ତାଙ୍କୁ ବିରୋଧ କରୁଛନ୍ତି । କିଛି ଛାତ୍ର ନେତା ବି ତାଙ୍କୁ ବିରୋଧ କରୁଛନ୍ତି । ବିଶେଷ କରି ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ଉତ୍ତର ଭୁବନେଶ୍ୱର ଆସନ ଉପରେ ଆଖି ପକାଇବା ପରେ ପ୍ରିୟଦର୍ଶୀଙ୍କ ପାଇଁ ଅଡ଼ୁଆ ବଢ଼ିଛି ।

ଦଳ ଭିତରେ କନ୍ଦଳ ତେଜିଛି । ତେଣୁ ପ୍ରିୟଦର୍ଶୀଙ୍କୁ ରିପିଟ୍‌ କରି ଦଳ ରିସ୍କ ନେବାକୁ ଚାହୁଁନି ବୋଲି ଦଳୀୟ ମହଲରୁ ଶୁଣିବାକୁ ମିଳିଛି । ଟିକେଟ ଚିନ୍ତାରେ ମଧ୍ୟ ଭୁବନେଶ୍ୱର ବିଧିାୟକ ବିଜୟ (ବାଦଲ) ମହାନ୍ତିଙ୍କ ନିଦ ବି ଉଡ଼ିଗଲାଣି । ପ୍ରିୟଦର୍ଶୀଙ୍କ ଭଳି ବାଦଲଙ୍କର ଦଳ ଭିତରେ ସେଭଳି ବିରୋଧୀ ନାହାନ୍ତି । ନିର୍ବାଚନମଣ୍ଡଳୀରେ ପ୍ରାୟତଃ ସବୁ କର୍ପୋରେଟରଙ୍କ ସହ ତାଙ୍କର ଭଲ ସମ୍ପର୍କ । ମାତ୍ର ଦୁଇ ଦୁଇ ଥର ବିଧାୟକ ହୋଇ ବି ସଂଗଠନର ଚାବି କାଠି ନିଜ ହାତରେ ରଖିପାରିନାହାନ୍ତି ବାଦଲ । ଜନ ସମ୍ପର୍କ ବି ସେତେ ସୁଦୃଢ଼ ନୁହେଁ । ବାଦଲଙ୍କର ଏହି ଦୁର୍ବଳତାର ଫାଇଦା ଉଠାଇ ମଧ୍ୟ ଭୁବନେଶ୍ୱରରେ ସଂଗଠନ ମଜବୁତ କରିଛି ବିଜେପି । ଗତ ଥର ଏହି ଆସନରୁ ବିଜେପି ଲୋକସଭା ପ୍ରାର୍ଥୀ ବେଶ୍‌ ଭଲ ଭୋଟ୍‌ ସାଉଁଟିଥିଲେ । ତେବେ ମଧ୍ୟ ଭୁବନେଶ୍ୱର ଭଳି ହାଇପ୍ରୋଫାଇଲ୍‌ ଆସନରେ ବିଜେଡି ଦୁର୍ବଳ ପ୍ରାର୍ଥୀ ଦେବାକୁ ଚାହୁଁନି । ବାଦଲଙ୍କ ଲୋକପ୍ରିୟତା ଓ ସାଂଗଠନିକ ଦକ୍ଷତା ଅଭାବରୁ ଦଳ ଏଠାରେ ପ୍ରାର୍ଥୀ ବଦଳାଇବାକୁ ବିଚାର କରୁଛି ।

ମଧ୍ୟ ଭୁବନେଶ୍ୱରରେ କୌଣସି ନୂଆ ମୁହଁକୁ ପ୍ରାର୍ଥୀ କରାଯାଇପାରେ । ରାଜଧାନୀର ଦୁଇଟି ଯାକ ଆସନକୁ ନେଇ ବିଜେଡି ଏବେ ଚିନ୍ତାରେ ପଡ଼ିଛି । ଏମିତିରେ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ବିଜେଡି ପାଇଁ ସବୁଠୁ ବଡ଼ ବିକଳ୍ପ ବୋଲି ଅନନ୍ତଙ୍କ ସମର୍ଥକ ଦାବି କରୁଛନ୍ତି । ଏପରିକି ଉଭୟ ଉତ୍ତର ଓ ମଧ୍ୟ ଭୁବନେଶ୍ୱର ଆସନରେ ତାଙ୍କର ସାଂଗଠନିକ ଦକ୍ଷତା ସହ ଲୋକପ୍ରିୟତା ଥିବା ଦଳ ମଧ୍ୟ ହୃଦୟଙ୍ଗମ କରୁଛି । ଅନନ୍ତ ବି ଉତ୍ତର ଆସନରୁ ପ୍ରାର୍ଥୀ ହେବାକୁ ଜୋରଦାର ଲବି ଚଳାଇଛନ୍ତି । ଉତ୍ତର ଭୁବନେଶ୍ୱରର ଅଧିକାଂଶ ପୂର୍ବତନ କର୍ପୋରେଟର ବି ତାଙ୍କୁ ଖୋଲାଖୋଲି ସମର୍ଥନ କରୁଛନ୍ତି ।

ଏତେ ସବୁ ଯୋଗ୍ୟତା ଥିବା ସତ୍ତେ୍ୱ ଅନନ୍ତଙ୍କୁ ଟିକେଟ ମିଳିବା ଏତେ ସହଜ ନୁହେଁ । ଅନନ୍ତଙ୍କ ପାଇଁ ସମସ୍ୟା ହୋଇଛି ସେଇ ପୁରୁଣା ପସ୍ରଙ୍ଗ । ସେ ମେୟର ଥିବା ସମୟରେ ଯେଉଁ ବିବାଦ ଉଠିଥିଲା, ତାହାକୁ ବିରୋଧୀ ନିର୍ବାଚନୀ ଅସ୍ତ୍ର କରିପାରନ୍ତି ବୋଲି ଦଳ ଆଶଙ୍କା କରୁଛି । ଏହି ଆଶଙ୍କା ହିଁ ଅନନ୍ତଙ୍କ ଟିକେଟ ବାଟରେ କଣ୍ଟା ହେଉଛି ବୋଲି କୁହାଯାଉଛି । ଭୁବନେଶ୍ୱର ଲୋକସଭା ଆସନରେ ବିଜେପି ପକ୍ଷରୁ ଅପରାଜିତା ଷଡ଼ଙ୍ଗୀଙ୍କ ଭଳି ଦମଦାର ପ୍ରାର୍ଥୀ ଓହ୍ଲାଇବା ପରେ ବିଜେଡି ବେଶ୍‌ ସତର୍କତାର ସହ ଗୋଟି ଚଳାଉଛି । ତେଣୁ ବିଧାନସଭା ଆସନରେ ଭଲ ଭାବମୂର୍ତ୍ତି ଥିବା ଚେହେରାଙ୍କୁ ଦଳ ପ୍ରାର୍ଥୀ କରିବାକୁ ଯୋଜନା କରୁଛି । ଏପରିକି ସମ୍ପୂର୍ଣ୍ଣ ନୂଆ ମୁହଁକୁ ବିଜେଡି ପ୍ରାର୍ଥୀ କରିବା ନେଇ ଚିନ୍ତା କରୁଛି । ଏଭଳି ବିଚାର ବିମର୍ଷ ଚାଲିଥିବାବେଳେ ଦୁଇ ବିଧାୟକ ଓ ଅନନ୍ତଙ୍କ ସମର୍ଥକ ଅନେଇ ବସିଛନ୍ତି ନବୀନ ନିବାସକୁ । କେହି ଦଳ ଡିଆଁ ଧମକ ବି ଦେଲେଣି । ଏମିତିରେ ଅସନ୍ତୁଷ୍ଟଙ୍କୁ ମ୍ୟାନେଜ୍‌ କରିବା ବି ବିଜେଡି ପାଇଁ ବଡ଼ ଚାଲେଞ୍ଜ ।

ସମ୍ବନ୍ଧିତ ଖବର