ଲୋକଙ୍କୁ ୨୦ ଟଙ୍କାରେ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ମିଳିଲା ପଦ୍ମଶ୍ରୀ ପୁରସ୍କାର

ନୂଆଦିଲ୍ଲୀ : ମଧ୍ୟ ପ୍ରଦେଶରେ ଲୋକଙ୍କର ୨୦ ଟଙ୍କାରେ ଚିକିତ୍ସା କରୁଥିବା ଡାକ୍ତର ମୁନିଶ୍ୱର ଚନ୍ଦର ଡାୱରଙ୍କୁ ଦେଶର ୪ର୍ଥ ସବୁଠୁ ବଡ଼ ନାଗରିକ ସମ୍ମାନ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ଡା. ଡାୱରଙ୍କୁ ୭୭ ବର୍ଷ । ସେ ଜବଲପୁରରେ ପ୍ରତିଦିନ ୨୦୦ ରୋଗୀଙ୍କୁ ଚିକିତ୍ସା କରିଥାନ୍ତି, ଆଉ ଏଥିପାଇଁ ସେ କେବଳ ୨୦ ଟଙ୍କା ଫିସ୍ ନେଇଥାନ୍ତି । ପୂର୍ବରୁ ସେ ରୋଗୀଙ୍କର ଚିକିତ୍ସା ୨ଟଙ୍କାରେ ଆରମ୍ଭ କରିଥିଲେ ,ଯାହା ଏବେ ୨୦ ଟଙ୍କା ହୋଇଛି। ସେ ୧୯୭୧ର ଭାରତ-ପାକିସ୍ତାନ ଯୁଦ୍ଧ ବେଳେ ଭାରତୀୟ ସେନାରେ ଚିକିତ୍ସା ପ୍ରଦାନ କରୁଥିଲେ।

ଇଣ୍ଡିଆ ଟୁଡେ ମୁତାବିକ , ଡା. ଡାୱରଙ୍କର ଜନ୍ମ ୧୬ଜାନୁୟାରୀ , ୧୯୪୬ରେ ପାକିସ୍ତାନର ପଞ୍ଜବାରେ ହୋଇଥିଲା , କିନ୍ତୁ ଦେଶ ବିଭାଜନ ପରେ ସେ ଭାରତ ଆସିଥିଲେ। ସେ ଏମବିବିଏସ ୧୯୬୭ରେ ଜବଲପୁରରୁ କରିଛନ୍ତି। ଡା. ଡାୱରକୁହନ୍ତି ଘରେ ଏହି କମ୍ ଫିସ୍ ନେବାକୁ ନେଇ ଆଲୋଚନା ନିଶ୍ଚୟ ହୋଇଛି , କିନ୍ତୁ ବିବାଦ ହୋଇ ନାହିଁ । ଆମର ଗୋଟିଏ ହିଁ ଲକ୍ଷ୍ୟ ଥିଲା ଲୋକଙ୍କର ସେବା କରିବା , ଏଥିପାଇଁ ଫିସ୍ ବଢ଼ାଇ ନଥିଲି । ସଫଳତାର ମୂଳ ମନ୍ତ୍ର ହିଁ ଏହା କି ଆପଣ ଧୈର୍ଯ୍ୟର ସହ କାମ କରନ୍ତୁ । କଠିନ ପରିଶ୍ରମ ଦିନେ ନିଶ୍ଚୟ ଭଲ ଫଳ ଦେବ ।
ପଦ୍ମଶ୍ରୀରେ ସମ୍ମାନିତ ହେବା ପରେ ଡାକ୍ତର ଡାୱର କହିଛନ୍ତି , ବିଳମ୍ୱ ହେଲେ ବି କଠିନ ପରିଶ୍ରମ ଦିନେ ଚମକ ଆଣିଥାଏ । ଏହା ହିଁ ତାର ଫଳ ଓ ଲୋକଙ୍କ ଆଶୀର୍ବାଦ ଯାହାକ ମୁଁ ଏହି ପୁରସ୍କାର ପାଇଲି ।