PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ଲଞ୍ଚ ହେଲା ଏହି ସ୍ପେଶାଲ ସାଇକେଲ, ଦାମ୍ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଳ୍ଲୀ,୧୩।୭: ଆଜିକାଲି ଦେଶରେ ଇଲେକଟ୍ରିକ୍ ଭେଇକିଲ ଲଗାତାର ଭାବରେ ବଢିବାରେ ଲାଗିଛି। ଯାହାଫଳରେ ବାୟୁପ୍ରଦୂଷକୁ ଦୂର କରିହେବା ସହିତ ବଢୁଥିବା ସମସ୍ୟାରୁ ଲୋକଙ୍କୁ ମୁକ୍ତି ମିଳିପାରିବ। ଏହି ଅବସରରେ ଟ୍ରାକ୍ ବାଇସାଇକେଲ ଦେଶରେ ନୂଆ ପ୍ରିମିୟମ ରେସିଂ ସାଇକେଲ Madone SL 6 Disc ଲଞ୍ଚ ହୋଇଛି। ଏହାର ମୂଲ୍ୟ ୩,୫୯,୭୯୯ ଟଙ୍କା ରହିଛି। ଏହା ଭାରତରରେ ଲଞ୍ଚ ହୋଇଥିବା  ଏପର୍ଯ୍ୟନ୍ତର ସବୁଠାରୁ ଲାଟେଷ୍ଟ ଓ ସୁନ୍ଦର ସାଇକେଲ

ମାଡୋନା ସିରିଜର ଏହି ସାଇକେଲ ଆଡଭାନ୍ସଡ ଏୟାରଡାୟନୋମିକ୍ସ, ସୁପରିୟର ରାଇଡ କ୍ବାଲିଟି ଓ ଏକ୍ସଟ୍ରା ଅଡିନାରୀ ଇଣ୍ଟ୍ରିଗ୍ରେସନ୍ ପାଇଁ ଜଣାଯାଇଥାଏ। ଏୟରୋ ଭିଲଜ, ପାଓ୍ବାଫୁଲ ହାଇଡ୍ରୋଲିକ୍ ଡିସ୍କ ବ୍ରେକ ଓ ସ୍ଲିକ ଲୁକ୍ ଏହି ରେସିଂ ସାଇକେଲକୁ ହାଇସ୍ପିଡରେ ଚଲାଇବା ପାଇଁ  ପରଫେକ୍ଟ।

ଏହି ସାଇକେଲରେ ୫୦୦ ସିରିଜ ଓସିଏଲଭି କାର୍ବନ ଫ୍ରେମର ବ୍ୟବହାର କରାଯାଇଛି।  ଓସିଏଲଭି କାର୍ବନ ଟ୍ରାକ୍ କମ୍ପାନୀର ପେଟେଣ୍ଟ କାର୍ବନ ଫାଇବର ପ୍ରୋସେସ ଅଟେ, ଯାହାକି ମେଟାଲିକ୍ ମ୍ୟାଟେରିଆଲ ତୁଳନାରେ ସାଇକେଲର ଓଜନକୁ କମ୍ କରିଥାଏ। ଏହା ସହି ହାଇ ପରଫରମା୍ସ ସାଇକେଲ ଓ ରାଇଡରଙ୍କ ଡିମାଣ୍ଡ ଅନୁସାରେ ମଜବୁତ କରିବା ପାଇଁ ରଖିଥାଏ।

ଟ୍ରାକର ଏହି ରେସିଂ ସାଇକେଲର ଓଜନ ୮.୬୩ କିଲୋଗ୍ରାମ। ଏହାର ମୋଟ ଓଜନ କ୍ଷମତା(ସାଇକେଲ,ରାଇଡର ଓ କାର୍ଗୋର ଓଜନ)୧୨୫ କିଲୋଗ୍ରାମ। ଏହି ପ୍ରିମିୟମ ରେସିଂ ସାଇକେଲ ହାଇଡ୍ରୋଲିକ୍ ଡିସ୍କ ବ୍ରେକ ରହିଛି। ଯାହାର ସାହାର୍ଯ୍ୟରେ ଚାଳକ ଦ୍ରୁତ ଗତିରେ ସାଇକେଲକୁ କନଟ୍ରୋଲ କରିପାରିବେ।