ମୁମ୍ବାଇ,୨/୭ : ସାଉଥ ସିନେମାର ସୁପରଷ୍ଟାର ଏବଂ ତାମିଲନାଡ଼ୁର ସିଏମ୍ ବିଜୟଙ୍କ ମୋଷ୍ଟ ଆଓ୍ବେଟେଡ ଫିଲ୍ମ ‘ଜନ ନାୟକ’ ରିଲିଜ୍ ପୂର୍ବରୁ ଲିକ୍ ହୋଇଯାଇଥିଲା । ଏବେ ମାଡ୍ରାସ ହାଇକୋର୍ଟ ‘ଜନ ନାୟକ’ ଲିକ୍ ମାମଲାରେ ସାମିଲ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । କୋର୍ଟରେ ଶୁଣାଣି ସମୟରେ ଯେଉଁ ସଂଖ୍ୟା ସାମ୍ନାକୁ ଆସିଛି ତାହା ବହୁତ ଆଶ୍ଚର୍ଯ୍ୟ କରିଦେବ ।

ପ୍ରକାଶ ଯେ, ସରକାରୀ ଓକିଲ ଅଦାଲତକୁ କହିଛନ୍ତି କି ଏହି ଫିଲ୍ମ ଏବେ ଫିଲ୍ମ ହଲ୍ ପର୍ଯ୍ୟନ୍ତ ପହଞ୍ଚି ନାହିଁ ଏହା ପୂର୍ବରୁ ପ୍ରାୟ ୧.୨କୋଟି ଲୋକ ଏହାର ଅନସାର୍ଟିଫାଇଡ୍ ପାୟରେଟେଡ ଭର୍ସନ ଅନଲାଇନ ଦେଖି ସାରିଛନ୍ତି । ପାୟରେସୀର ଏହି ଘଟଣା ଫିଲ୍ମର ଟିମ୍ ଏବଂ ମେକର୍ସଙ୍କ ଲାଗି ଏକ ବହୁତ ବଡ଼ ଝଟକା କୁହାଯାଉଛି ।

ଏକ ରିପୋର୍ଟ ଅନୁସାରେ ମାଡ୍ରାସ ହାଇକୋର୍ଟର ଜଷ୍ଟିସ ସି.କୁମାରପ୍ପନ ୨ ଜୁଲାଇରେ ଏହି ମାମଲାରେ ଶୁଣାଣି କରି ଅଭିଯୁକ୍ତ ଏସ.ରଜନୀ ଏବଂ ଜୟପ୍ରକାଶଙ୍କୁ ଜାମିନ ଦେବାକୁ ସ୍ପଷ୍ଟ ମନା କରିଦେଇଛନ୍ତି । ଅଦାଲତ ସାମ୍ନାରେ ଏହି କଥା ରଖାଯାଇଥିଲା କି ଯେତେବେଳେ ପୋଲିସ ଏବଂ ସାଇବର ସେଲର ଟିମ୍ ଏହି ବେଆଇନ ପାୟରେଟେଡ କପିକୁ ଇଣ୍ଟରନେଟରୁ ହଟାଇବା ଏବଂ ଏହାର ପ୍ରସାର ରୋକିବାକୁ ପ୍ରୟାସ କରୁଥିଲେ ସେତେବେଳ ଯାଏ ବହୁତ ବିଳମ୍ବ ହୋଇଥିଲା ଏବଂ ବହୁ ଲୋକେ ଏହାକୁ ଅନଲାଇନ ଦେଖି ସାରିଥିଲେ ।