ପ୍ରମୂଖ ଖବର
  • ମଙ୍ଗଳବାରଠୁ ଆଧାର ଓଟିପିରୁ ବୁକ୍‌ ହେବ ତତ୍କାଳ ଟିକଟ, ପ୍ରଥମ ୩୦ ମିନିଟ୍‌ ଏଜେଣ୍ଟ କରିପାରିବେନି ବୁକିଂ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ମହାକୁମ୍ଭ ମେଳା ପାଇଁ ବିମାନ ଯାତ୍ରା ମହଙ୍ଗା,ଭଡ଼ା ଅଚାନକ ଆକାଶଛୁଆଁ

Published By : Anindita Ratha | January 28, 2025 9:26 AM

ଭୁବନେଶ୍ୱର,୨୭/୦୧: କଟକର ଜଣେ ଡାକ୍ତରଙ୍କ ପରିବାରର ୫ ଜଣ ସଦସ୍ୟ ଅମୃତସ୍ନାନ ପାଇଁ ଆଜି ବିମାନ ଯୋଗେ ପ୍ରୟାଗରାଜ ଅଭିମୁଖେ ବାହାରିଲେ । ସକାଳ ସାଢ଼େ ୯ଟାରେ ଭୁବନେଶ୍ୱର ବିମାନବନ୍ଦରରୁ ବାହାରି କୋଲକାତା ଦେଇ ପ୍ରୟାଗରାଜରେ ପହଞ୍ଚିଲେ । ଇଣ୍ଡିଗୋ ବିମାନର ଟିକେଟ୍‌ ଭଡ଼ା ଜଣଙ୍କ ପିଛା ୨୬ ହଜାର ୭୬୮ ଟଙ୍କା ପଡି଼ଲା । ଫେବ୍ରୁଆରୀ ୧୨ରେ ମହାକୁମ୍ଭ ମେଳାରେ ମାଘ ପୂର୍ଣ୍ଣିମା ପଡୁଛି । କୋଟି କୋଟି ଭକ୍ତ ପ୍ରୟାଗରାଜ ଯିବେ । ତା’ ପୂର୍ବଦିନ ଦିଲ୍ଲୀ ଦେଇ ପ୍ରୟାଗରାଜ ଯାଉଥିବା ଏୟାର ଇଣ୍ଡିଆ ବିମାନର ଭଡ଼ା ୩୨ ହଜାର ୧୭୯ ଟଙ୍କା ରଖାଯାଇଛି । ବିଶ୍ୱପ୍ରସିଦ୍ଧ ମହାକୁମ୍ଭ ମେଳା ପାଇଁ ବିମାନଯାତ୍ରା ଏମିତି ଅଚାନକ ମହଙ୍ଗା ହୋଇଯାଇଛି । ଭୁବନେଶ୍ୱରରୁ ପ୍ରୟାଗରାଜ ବିମାନବନ୍ଦରକୁ ପ୍ରାୟ ସମସ୍ତ ଟିକଟ ବୁକିଂ ସରିଛି । ବିମାନରେ ବଳକା ଥିବା ଟିକଟ ଦର ଅଚାନକ ବଢ଼ିଯାଇଛି । ପ୍ରୟାଗରାଜ ନିକଟ ବାରଣାସୀ, ଲକ୍ଷ୍ନୌ ବିମାନବନ୍ଦରକୁ ଯାଉଥିବା ବିମାନରେ ମଧ୍ୟ ସିଟ୍‌ ଫାଙ୍କା ନାହିଁ । 

ଅଜୟ ୱାର୍ଲ୍ଡ ଟୁର୍‌ ଟ୍ରାଭେଲ୍ସର ମାଲିକ ସନ୍ଦୀପ ନାୟକ କହିଛନ୍ତି, ମେଳାରେ ଯୋଗ ଦେବାକୁ ବ୍ୟାକୁଳ ହେଉଥିବା ଭକ୍ତଙ୍କୁ ଆକାଶଛୁଆଁ ବିମାନ ଭଡ଼ା ଢ଼େର୍‌ ବାଧୁଛି । ପ୍ରତିଦିନ ହଜାରରୁ ଦେଢ଼ ହଜାର ଲୋକ ଆମ ସଂସ୍ଥା ସହ ଯୋଗାଯୋଗ କରୁଛନ୍ତି । ହେଲେ ମହଙ୍ଗା ବିମାନ ଭଡ଼ା ଦେଖି ଅନେକ ମୁହଁ ଫେରାଇ ନେଉଛନ୍ତି । ଓଡି଼ଶାର ଅନେକ ଯାତ୍ରୀ କୋଲକାତା ବିମାନବନ୍ଦରରୁ ପ୍ରୟାଗରାଜ ଓ ବାରଣାସୀ ବିମାନବନ୍ଦର ଅଭିମୁଖେ ଟିକଟ୍‌ କାଟୁଛନ୍ତି । ସେମାନେ ଓଡି଼ଶାରୁ ବସ୍‌ ଯୋଗେ କୋଲକାତା ଦମ୍‌ଦମ୍‌ ବିମାନବନ୍ଦରରେ ପହଞ୍ଚି ବିମାନରେ ଚଢ଼ିବେ ବୋଲି କହୁଛନ୍ତି । ମହାକୁମ୍ଭ ମେଳା ପାଇଁ ଭୁବନେଶ୍ୱରରୁ ପ୍ରୟାଗରାଜକୁ ଏକ ସ୍ୱତନ୍ତ୍ର ବିମାନ ବ୍ୟବସ୍ଥା କରାଯାଇଛି । ପ୍ରତି ବୁଧବାର ପ୍ରୟାଗରାଜ ଅଭିମୁଖେ ଆଲିଆନ୍ସ ଏୟାରର ଏକ ବିମାନ ଉଡି଼ବ । ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, ୭୨ ସିଟ୍‌ ବିଶିଷ୍ଟ ଏହି ବିମାନଟି ମହାକୁମ୍ଭ ଶେଷ ପର୍ଯ୍ୟନ୍ତ ଚଳାଚଳ କରିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.