ପୁରୀ, ୧୧/୬ : ମହାପ୍ରଭୁଙ୍କ ଦିବ୍ୟ ଭବ୍ୟ ସ୍ନାନ ନୀତି ଆରମ୍ଭ। ସୁନା କୂଅର ସୁବାସିତ ଜଳରେ ସ୍ନାନ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଅପଲକ ନୟନରେ ଦାରୁଦିଅଁଙ୍କ ସ୍ନାନ ନୀତି ଦର୍ଶନ କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ଭକ୍ତମୟ ବଡ଼ଦାଣ୍ଡ। ଘଣ୍ଟଘଣ୍ଟା ନାଦରେ କମ୍ପୁଛି ଚତୁର୍ଦ୍ଦିଗ। ଗାଧୋଉଛନ୍ତି ଠାକୁର, ଭକ୍ତି ଭାବରେ ତିନ୍ତୁଛନ୍ତି ଭକ୍ତ।
ସନ୍ଧ୍ୟାରେ ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ଠାକୁରଙ୍କୁ ଦର୍ଶନ କରି ଧନ୍ୟ ହେବେ ଭକ୍ତ । ମର୍ତ୍ତ୍ୟମଣ୍ଡଳରେ ମଣିମାଙ୍କ ଏହି ଦିବ୍ୟଲୀଳା ଦେଖି କୃତ୍ୟକୃତ୍ୟ ହୋଇଛନ୍ତି ଶ୍ରଦ୍ଧାଳୁ । ସନ୍ଧ୍ୟା ସାଢେ ୭ରୁ ସାହାଣମେଲା ଦର୍ଶନ କରିବେ ଭକ୍ତ ।