PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା : ସଂଗଠନ ଛାଡ଼ିଥିବା ମାଓବାଦୀ ପ୍ରଫୁଲ୍ଲ ପରିଚ୍ଛାକୁ ଗିରଫ କଲା ଅଡ଼ବା ପୋଲିସ, ଥାନାରେ ରହିଛି ୭ ମାମଲା
  • ||
  • ବୌଦ୍ଧ : ବୌଦ୍ଧ ୫୭ନଂ ଜାତୀୟ ରାଜପଥ ଖୁଣ୍ଟବନ୍ଧ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ
  • ||
  • ଭୁବନେଶ୍ବର : ପିପିଲି ଟୋଲ ପ୍ଲାଜା ନିକଟରେ ଓଲଟିଲା ବସ୍, ଜଣେ ମୃତ ଓ ୨୦ଆହତ
  • ||
  • ନୟାଗଡ଼ : ବାଘ ଶୀକାର କରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ୫ ବର୍ଷ ପରେ ଧରାପଡ଼ିଲା ବାଘ ଶିକାରୀ
  • ||
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

ମହାରାଷ୍ଟ୍ର ରାଜନୀତିରେ ନୂଆ ମୋଡ, ବିଧାନସଭାରେ ବାଚସ୍ପତି ପଦ ପାଇଁ ନିଜର ପ୍ରାର୍ଥୀ ଘୋଷଣା କଲା ଏମ୍‌ଭିଏ

ମୁମ୍ବାଇ,୨।୭: ମହାରାଷ୍ଟ୍ରରେ ସରକାର ବଦଳିବା ପରେ ଏବେ ବିଧାନସଭା ବାଚସ୍ପତି ପଦରେ ନିର୍ବାଚନ ନେଇ ପକ୍ରିୟା ଚାଲିଛି। ନମ୍ବର ଗେମ୍‌ରେ ମାତ୍ ଖାଇ ସାରିଥିବା ମହା ବିକାଶ ଅଘାଡି(ଏମ୍‌ଭିଏ) ବିଧାନସଭାରେ ବାଚସ୍ପତି ପଦ ପାଇଁ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରି ସମସ୍ତଙ୍କୁ ଚକିତ କରିଛି। ଏନଡିଏ ପକ୍ଷରୁ ବିଜେପି ବିଧାୟକ ରାହୁଲ ନାର୍ଭେକରଙ୍କୁ  ବାଚସ୍ପତି ପ୍ରାର୍ଥୀ କରାଯାଇଛି, ତାଙ୍କ ବିରୋଧରେ ଶିବସେନାର ବିଧାୟକ ରାଜନ ସାଲଭି ଅଛନ୍ତି। ଦୁଇ ପ୍ରାର୍ଥୀ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିସାରିଳେଣି। ୩ ଜୁଲାଇରେ ନିର୍ବାଚନ ରହିଛି।

ସେଭଳି ମହାବିକାଶ ଅଘାଡି ବିଧାନସଭା ବାଚସ୍ପତି ନିର୍ବାଚନକୁ ନେଇ ପ୍ରଶ୍ନ ଉଠାଇଛି। ମେଣ୍ଟର ନେତାଙ୍କର କହିବା ଅନୁସାରେ, ପ୍ରସଙ୍ଗ ସୁପ୍ରିମକୋର୍ଟରେ ପେଣ୍ଡିଂ ରହିବା ପରେ ମଧ୍ୟ ବିଧାନସଭା ବାଚସ୍ପତିଙ୍କ ନିର୍ବାଚନ କିପରି ହୋଇପାରିବ। ଏହାକୁ ନେଇ ବିଧାନସଭାର ପ୍ରଧାନ ସଚିବଙ୍କୁ ଚିଠି ଲେଖି ଅଭିଯୋଗ କରାଯାଇଛି।

ଉଲ୍ଲେଖନୀୟ ଯେ, ମହାରାଷ୍ଟ୍ରରେ ବାଚସ୍ପତି ପଦ ଦୁଇ ବର୍ଷହେବ ଖାଲି ରହିଛି। ବିଧାନସଭାର ଦୁଇ ଦିବସୀୟ ସ୍ବତନ୍ତ୍ର ଅଧିବେଶନ ପୂର୍ବ ୩ ଦିନ ୩ ଜୁଲାଇରେ ବାଚସ୍ପତି ନିର୍ବାଚନ ହେବ। ନାନା ପଟୋଲ ବାଚସ୍ପତି ପଦ ଛାଡିବା ପରେ ଏହା ଖାଲି ରହିଥିଲା। ସିନ୍ଦେ ସରକାରଙ୍କୁ ୪ ଜୁଲାଇରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ହେବ। ଏଥିପାଇଁ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଯାଇଛି।

ସୁପ୍ରିମକୋର୍ଟରୁ ସିନ୍ଦେଙ୍କ ଶିବିର ବିଦ୍ରୋହୀ ବିଧାୟକଙ୍କୁ ବଡ ଆଶ୍ବସ୍ତି ମିଳିଛି। ସୁପ୍ରିମକୋର୍ଟରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜେବି ପାରଦିଓ୍ବାଲାଙ୍କ ଖଣ୍ଡପୀଠ କହିଛନ୍ତି, ୧୧ ଜୁଲାଇକୁ ଧାର୍ଯ୍ୟ ଶୁଣାଣିରେ ସୁନିଲ ପ୍ରଭୁଙ୍କ ଆବେଦନ ଉପରେ ମଧ୍ୟ ବିଚାର କରିବେ। ସୁନିଲ ପ୍ରଭୁଙ୍କୁ ସୁପ୍ରିମକୋର୍ଟରୁ ଝଟକା ଲାଗିଛି। ୧୧ ଜୁଲାଇରେ ତାଙ୍କର ଗତ ଆବେଦନ ସହିତ କୋର୍ଟ ଏହି ମାମଲାର ଶୁଣାଣି କରିବେ। ପ୍ରଭୁଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ବର୍ତ୍ତମାନ କୌଣସି ନିର୍ଦେଶ ଦେବାକୁ ମନା କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ୧୧ ଜୁଲାଇରେ ଶୁଣାଣି କରିବେ। ଆମେ ପୂର୍ବରୁ ହିଁ କହିସାରିଛୁ। କୋର୍ଟ ସୁନିଲ ପ୍ରଭୁଙ୍କୁ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି।