ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଆହ୍ଲାବାଦିଆଙ୍କୁ ଖୋଲାଖୋଲି ଧମକ ଦେଲେ WWE ରେସଲର, କହିଲେ ହାବୁଡ଼ରେ ପଡ଼ିଲେ ଛାଡ଼ିବିନି...

Published By : Swapna Ray | February 15, 2025 3:23 PM

ମୁମ୍ୱାଇ, ୧୫।୨: ରଣବୀର ଆହ୍ଲାବାଦିଆଙ୍କ ପିଛା ଛାଡ଼ୁନି ବିବାଦ । ‘Indias Got Latent’ ଶୋରେ ତାଙ୍କ ଅଶ୍ଳୀଳ କମେଣ୍ଟ ପାଇଁ ଖୋଲାଖୋଲି ଧମକ ଦେଲେ WWE ରେସଲର । କହିଲେ, ମୁମ୍ୱାଇର କୌଣସି ପାର୍ଟି କିମ୍ୱା ଶୋରେ ନଜର ଆସିଲେ ଦୁନିଆର କୌଣସି ଶକ୍ତି ତାକୁ ମୋଠୁ ବଞ୍ଚାଇ ପାରିବନି । କମେଡିଆନ ସମୟ ରେନାଙ୍କ ଶୋ Indias Got Latentରେ ଅଶ୍ଳୀଳ କମେଣ୍ଟ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ରଣବୀର ଆହ୍ଲାବାଦିଆ । ରଣବୀର ନିଜ ବିବୃତ୍ତି ପାଇଁ କ୍ଷମା ପ୍ରାର୍ଥନା ବି କରିସାରିଥିଲେ ସୁଦ୍ଧା ଏବେ ବି ଟାର୍ଗେଟ୍‌ରେ ଅଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ରଣବୀର ଆହ୍ଲାବାଦିଆଙ୍କୁ WWE ରେସଲର ସାଙ୍ଗା ଓରଫ ସୌରଭ ଗୁର୍ଜର ଧମକ ଦେଇଛନ୍ତି । ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଭିଡିଓ ମାଧ୍ୟମରେ କହିଛନ୍ତି ଯେ, ରଣବୀର ଆହ୍ଲାବାଦିଆ ମୋ ହାବୁଡ଼ରେ ପଡ଼ିଲେ ତାଙ୍କ ସିକ୍ୟୁରିଟି ହୁଅନ୍ତୁ କି ଦୁନିଆର କୌଣସି ଶକ୍ତି ବି ବଞ୍ଚାଇବାକୁ ଅସମର୍ଥ ହେବେ । 

ପୂର୍ବତନ WWE ରେସଲରଙ୍କ କହିବାନୁଯାୟୀ, ଏଭଳି ଅଶ୍ଳୀଳ କମେଣ୍ଟ ପାଇଁ ରଣବୀର ଆହ୍ଲାବାଦିଆଙ୍କୁ କ୍ଷମା କରାଯାଇପାରିବନାହିଁ । ରଣବୀର ଆହ୍ଲାବାଦିଆ କ୍ଷମାର ପାତ୍ର ନୁହଁନ୍ତି । ସେ କହିଛନ୍ତି, ଯଦି ଆମେ ଆଜି ରଣବୀରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ତା’ହେଲେ ଆଗକୁ ଏମିତି ଅନେକ ଲୋକ ଫାଲତୁ କମେଣ୍ଟ୍ କରିବାକୁ ଆଗେଇ ଆସିବେ । ତେଣୁ ରଣବୀରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର ସରକାର ଓ ମହାରାଷ୍ଟ୍ର ସରକାରଙ୍କୁ ସୌରଭ ହାତଯୋଡ଼ି ନିବେଦନ କରିଛନ୍ତି । ସେ କହିଛନ୍ତି, ଆଗାମୀ ପିଢ଼ି ଯାଏ ଆମ ଧର୍ମକୁ ବଞ୍ଚାଇବାକୁ ହେଲେ ଏଭଳି ଲୋକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ନିହାତି ଦରକାର । ଯାହା ଫଳରେ ଏଭଳି ଟିପ୍ପଣୀ ଦେବା ଆଗରୁ ଲୋକ ୧୦ ଥର ଭାବିବେ ।

କହିରଖୁ କି, ସମୟ ରୈନାଙ୍କ ଶୋ’ ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟରେ ମାତା,ପିତାଙ୍କୁ ନେଇ କହିଥିବା ଆପତ୍ତିଜନକ ଟିପ୍ପଣୀ ପରେ ବିବାଦ ଲଗାତାର ବଢ଼ିବାରେ ଲାଗିଛି । ଯାହା ପରେ ରଣବୀରଙ୍କ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ ଏଫଆଇଆର୍ ରିପୋର୍ଟ କରାଯାଉଛି । କଳାକାରଙ୍କଠାରୁ ଆରମ୍ଭ କରି ରାଜନେତା, ଧର୍ମଗୁରୁ ପର୍ଯ୍ୟନ୍ତ ସମସ୍ତେ ଆହ୍ଲାବାଦିଆଙ୍କ ଟିପ୍ପଣୀକୁ ନେଇ ନିନ୍ଦା କରୁଛନ୍ତି ।

 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.