ପ୍ରମୁଖ ଖବର
  • କେନ୍ଦୁଝର : ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
  • ||
  • କଟକ : କାଠଯୋଡି ନଦୀରୁ ଅଚିହ୍ନା ଶବ ଉଦ୍ଧାର
  • ||
  • ଭୁବନେଶ୍ୱର: ବୁଧବାର ଜମୁଛି ବେପାର, ଆମିଷ ଦର ତାଲିକା ମାରିବା ବାଧ୍ୟତାମୂଳକ
  • ||
  • ଭୁବନେଶ୍ୱର: ଟିଟିଏସ୍‌ରୁ ଅଳିଆ ହଟାଇବାକୁ ବିଏମ୍‌ସିର ଜୋରଦାର୍‌ ପ୍ରୟାସ, ୧୫ ଦିନରେ ୧୮ ହଜାର ଟନ୍‌ ପ୍ରୋସେସିଂ
  • ||
  • ଉତ୍ତରକାଶୀ: ଏମିତି କଟିଲା ୧୭ ଦିନ; ଭିଡିଓ ଗେମ୍‌, ଚେସ୍‌ର ବି ମଜାନେଲେ ଯୋଗ, ବ୍ୟାୟାମ କରି ନିଜକୁ ଫିଟ୍‌ ରଖିଲେ
  • ||
  • ଭୁବନେଶ୍ଵର : ୩୦ରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲ୍‌ ବ୍ରାଣ୍ଡିଂ, ଲାଗିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର
  • ||
  • ଭୁବନେଶ୍ଵର : ବାତ୍ୟା ପାଇଁ ସଜାଗ ୭ ଜିଲ୍ଲା, ଚାଷୀଙ୍କୁ ଅଦିନିଆ ବର୍ଷା ଚିନ୍ତା
  • ||

ବାଗପତରୁ ଉଦ୍ଧାର ହେଲା ମହାଭାରତ ସମୟର ରାଜକୁମାରୀଙ୍କ କଙ୍କାଳ ଓ ସୁନା ଅଳଙ୍କାର

ବାଗପତ୍,୧୫।୨: ମହାଭାରତ ସମୟରେ କ’ଣ ହୋଇଥିଲା? ୩୦୦୦-୪୦୦୦ ବର୍ଷ ପୂର୍ବେ ମଣିଷ କିଭଳି ଆଭୂଷଣ ପିନ୍ଧୁଥିଲା। ଟିଭିରେ ସିରିୟଲରେ କିମ୍ବା ପୋଷ୍ଟରରେ ଆମେ ମହାଭାରତ ଦେଖି କେତେ ଜାଣିପାରିଛୁ ସେ ବିଷୟରେ। ଏଭଳି ବହୁ ପ୍ରଶ୍ନ ଆମ ମନ ଭିତରେ। ଏହାର ଉତ୍ତର ବୋଧହୁଏ ଉତ୍ତରପ୍ରଦେଶର ବାଗପତରେ ଥିବା ସିନୋଲି ଗାଁରେ ମାଟି ଖୋଳିବା ପରେ ମିଳିପାରିବ। ଖନନ ସମୟରେ ମିଳିଛି ରାଜପରିବାରର ଏକ କଫିନ୍। ଯାହା ଭିତରେ ଥିବା କଙ୍କାଳ  ଦେହରେ ମିଳିଛି ଏଭଳି କିଛି ମୂଲ୍ୟବାନ ଆଭୂଷଣ ଯାହାର ସମ୍ପର୍କ ମହାଭାରତ ସମୟ ସହିତ କରାଯାଉଛି।

{"id":3734}

ଗତ ବୁଧବାର ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ଏଠାରେ ଖନନ କାର୍ଯ୍ୟ ଚାଲୁଥିବା ବେଳେ ଜଣେ ମହିଳାଙ୍କର କଙ୍କାଳ ମିଳିଥିଲା। ତାଙ୍କର ଦେହରେ ସୁନାର ଆଭୂଷଣ ରହିଛି। କୁହାଯାଉଛି ଏହି କଙ୍କାଳ କୌଣସି ରାଜ ପରିବାର  ମହିଳାଙ୍କର ହୋଇଥାଇ ପାରେ। ଏବେ ବି ସମ୍ପୂର୍ଣ ଭାବରେ କଫିନଟିକୁ ମାଟି ଭିତରୁ ବାହାର କରାଯାଇ ପାରିନାହିଁ। ତେବ ଖୋଳିବା ସମୟରେ ଛୋଟ ଛୋଟ ଆକାରର ତମ୍ବାର ତଲଓ୍ବାର ମଧ୍ୟ ମିଳିଛି। ଖନନ କାର୍ଯ୍ୟ ଜାରି ରହିଥିବା ବେଳେ ଏଏସ୍ଆଇର ଅଧିକାରୀ ଏ ସମ୍ପର୍କରେ ଏବେ କିଛି ସୂଚନା ଦେଇ ନାହାନ୍ତି। ତେବେ ସ୍ଥାନୀୟ ଐତିହାସିକ ଅମିତ ରାୟ ଜୈନ ଏହା ରାଜପରିବାରର ବୋଲି କହିଛନ୍ତି। ହୁଏତ ଏହା ସହିତ କୌଣସି ଗୁପ୍ତ ତଥ୍ୟ ରହିଥାଇପାରେ ବୋଲି ଆଶଙ୍କା କରାଯାଉଛି।

{"id":3733}


ଏଠାରେ ଉଲ୍ଲେଖନୀୟ ଯେ, ୨୦୦୪ରେ ଏଠାରେ ମାଟି ଖୋଳା ଯିବା ସମୟରେ ରଥ, ୨୦୦୫ ରେ ସୁନାଗହଣା ସହିତ ମହିଳା କଙ୍କାଳ ମିଳିସାରିଛି।  ଏହା ସହ ସିନୋଲିରେ ବରିଷ୍ଠ ପ୍ରତ୍ନତାତ୍ତ୍ବିକ ଡଃ.ଡିଭି ଶର୍ମାଙ୍କ ନିର୍ଦ୍ଦେଶରେ ଏଏସ୍ଆଇର ଖନନ ବେଳେ ସେଠାରୁ ୧୭୭ ମାନବ କଙ୍କାଳ, ସୁନାର କଙ୍କଣ, ତଲଓ୍ବାର ଆଦି ଉଦ୍ଧାର କରାଯାଇଥିଲା। ୧୫ ଫେବୃଆରୀ ୨୦୧୮ରେ ସିନୋଲିରେ ଏଏସ୍ଆଇ ଲାଲକିଲା ସଂସ୍ଥାର ନିର୍ଦ୍ଦେଶକ ଡଃ ସଞ୍ଜୟ ମଞ୍ଜୁଳଙ୍କ ନିର୍ଦ୍ଦେଶରେ ପ୍ରାୟ ସାଢେ ୩ ମାସ ପର୍ଯ୍ୟନ୍ତ ଖନନ କରାଯାଇଥିଲା। ଏହି ସମୟରେ ୮ ମାନବ କଙ୍କାଳ, ୩ଟି ତଲଓ୍ବାର ବ୍ୟତୀତ ୫ ହଜାର ବର୍ଷ ତଳର ପ୍ରାଚୀନ  ତିନୋଟି କଫିନ୍ ଏବଂ ୩ଟି ରଥ ମଧ୍ୟ ମିଳିଥିଲା।

Copyright © 2022 - Summa Real Media Private Limited. All Rights Reserved.