କଟକ, ୨୩।୧: ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି ମହାନଦୀ ବଞ୍ଚାଓ ଆନ୍ଦୋଳନ  କମିଟି । କଲମା ବ୍ୟାରେଜ୍ ତଳେ ବାଲିବନ୍ଧ କରି ମହାନଦୀ ପାଣି ଅଟକାଇବା ବିଷୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନୀରବତାକୁ ନାପସନ୍ଦ କରିଛି l ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ, ଜଳ ଶକ୍ତିମନ୍ତ୍ରୀ, ମହାନଦୀ ଟ୍ରିବୁନାଲ ଅଧ୍ୟକ୍ଷ, ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ମହାନଦୀ କମିଟିର ଅଧ୍ୟକ୍ଷଙ୍କୁ ମଧ୍ୟ ଅବଗତ କରିଛି । ଆସନ୍ତା ୨୭ ତାରିଖରେ ମହାନଦୀ ବଞ୍ଚାଓ ଆନ୍ଦୋଳନର ନେତୃତ୍ୱ ସ୍ଥିତିକୁ ଅନୁଧ୍ୟାନ କରିବାକୁ ଯିବ କଲମା ବ୍ୟାରେଜ । ଛତିଶଗଡ଼ ସରକାର ବାଲି ବନ୍ଧ ନ ଭାଙ୍ଗିଲେ ଲୋକେ ଭାଙ୍ଗିବେ ବାଲି ବନ୍ଧ । 

ସେଥିପାଇଁ ପଦକ୍ଷେପ ନେବ ମହାନଦୀ ବଞ୍ଚାଓ ଆନ୍ଦୋଳନ କମିଟି l ଟ୍ରିବୁନାଲର କାର୍ଯ୍ୟକାଳ ବୃଦ୍ଧି ପାଇଁ ଲିଖିତ ଭାବରେ ଓଡ଼ିଶା ଓ ଛତିଶଗଡ଼ ପତ୍ର ନଦେବା ଉଭୟ ସରକାରଙ୍କ ବିବାଦର ସମାଧାନ କ୍ଷେତ୍ରରେ ନିଷ୍କ୍ରିୟତାକୁ ପ୍ରତିପାଦିତ କରେ l ଆଜି ମହାନଦୀ ସମସ୍ୟା ସମାଧାନ ହେବାକୁ ଥିବା ସର୍ବଦଳୀୟ ବୈଠକକୁ ବାତିଲ କରିବା ଦୁର୍ଭାଗ୍ୟ ଜନକ । ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତାକୁ ଏହା ପ୍ରତିବାଦିତ କରେ l ମହାନଦୀ ଜଳ ବିବାଦର ସମାଧାନ ପାଇଁ ସରକାରଙ୍କୁ ସବୁ ପ୍ରକାରର ସହଯୋଗ କରିବାକୁ ପ୍ରସ୍ତୁତ । ମାତ୍ର ସରକାର ତ୍ୱରିତ ପଦକ୍ଷେପ ନନେଲେ ଆମେ ଆନ୍ଦୋଳନକୁ ଶାଣିତ କରିବାକୁ ଚେତାବନୀ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ... ପ୍ରମେୟ ଡିଜିଟାଲର ସ୍ୱତନ୍ତ୍ର ଲାଇଭ୍ ସୋ ‘ମେଡିକାଲ ଆଷ୍ଟ୍ରୋ’: ଫୋନ୍ କରି ବାସ୍ତୁ ଓ ଆପଣଙ୍କ ସ୍ୱାସ୍ଥ୍ୟ ସଂପର୍କରେ ଜାଣନ୍ତୁ