ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍କୁଟିକୁ ପିଟିଲା କାର୍, ୨ ଗୁରୁତର
  • ||
  • ମୋହନା: ଘାଟିରେ ଓଲଟିଲା ମିନି ବସ୍, ୨୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଶ୍ୱକପ୍‌ ମହାକୁମ୍ଭକୁ ଆଉ ୩ ଦିନର ଅପେକ୍ଷା: ୧୦ ଦଳ, ୧୦ ଭେନ୍ୟୁ, ୪୮ ମ୍ୟାଚ୍‌ରେ ହେବ ମୁକାବିଲା
  • ||
  • ରାଉରକେଲା: ଝଗଡ଼ା ସମାଧାନ କରିବାକୁ ଯାଇଥିଲେ..ଠେଲାପେଲା ବେଳେ ତଳେ ପଡ଼ି ମହିଳା ଏଏସ୍‌ଆଇ ମୃତ
  • ||
  • ଭୁବନେଶ୍ୱର: ରାଜଧାନୀରେ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା: କିଲର୍‌ ଚାଳକର ପତ୍ତା ପାଉନି ପୁଲିସ, ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ
  • ||
  • ପୁରୀ: ଶ୍ରୀମନ୍ଦିରରେ ପୁଣି ବୁଲିଲା କ୍ୟାମେରା: ଭୋଗ ଆଟିକା ନିକଟରୁ ବନ୍ଧାହେଲା ଅଭିଯୁକ୍ତ, ସ୍ପାଏ ପେନ୍‌ କ୍ୟାମେରା ଜବତ
  • ||
  • ମାଦ୍ରିଦ: ସ୍ପେନ ନାଇଟ୍‌ କ୍ଲବରେ ଭୀଷଣ ଅଗ୍ନିକାଣ୍ଡରେ ଭୁଶୁଡିଲା ଛାତ: ୧୩ ମୃତ, ୪ ଆହତ
  • ||
  • ଭୁବନେଶ୍ୱର: ୟୁନିଟ୍‌-୧ ହାଟରେ ତାଲା, ୩ ଦିନି ସାଢେ ୭ କୋଟି ଘାଟା: ମଙ୍ଗଳବାର ବିଏମ୍‌ସି ସହ ହାଟ କମିଟିର ଆଲୋଚନା
  • ||
  • ଭୁବନେଶ୍ୱର: ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ରାଜଧାନୀର ବଡ଼ଗଡ଼ରୁ ଶୁଭାରମ୍ଭ କରିବେ ନବୀନ
  • ||
  • ବିଶ୍ୱ ପାଇଁ ଆଶ୍ୱସ୍ତି: ସଟ୍‌ଡାଉନ୍‌ରୁ ବର୍ତ୍ତିଗଲା ଆମେରିକା, ଶେଷ ମୁହୂର୍ତ୍ତରେ ଫଣ୍ଡିଂ ବିଲ୍‌ ମଞ୍ଜୁର
  • ||
  • ଭୁବନେଶ୍ୱର; ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

କୋଣାର୍କ ଗସ୍ତରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍, ଅନୁଧ୍ୟାନ କଲେ ରାମଚଣ୍ଡୀ କୁସଭାଦ୍ରା ନଦୀ ମୁହାଣ

କୋଣାର୍କ, ୨୮/୦୫ : କୋଣାର୍କ ଗସ୍ତରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍। ମହାନଦୀ ଟ୍ରିବ୍ୟୁନାଲ ବିଶେଷଜ୍ଞ କମିଟିର ୧୦ଜଣ ପ୍ରତିନିଧି କୋଣାର୍କ ଗସ୍ତରେ ଆସି ପ୍ରଥମେ ରାମଚଣ୍ଡୀ ଲୋଟସ ରିସଟରେ ପହଁଚିଥିଲେ। ଜଳସମ୍ପଦ ବିଭାଗ ଅତିରିକ୍ତ ଯନ୍ତ୍ରୀ ସଂଗ୍ରାମ ମହାନ୍ତି, ସଚିବ ସୁଦର୍ଶନ ସେଠି, ଉପଜିଲ୍ଲାପାଳ ଭାବତାରଣ ସାହୁ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ପ୍ରମୁଖ ବିଭାଗୀୟ ଅଧିକାରୀ ସହିତ ପୋଲିସ ଅଧିକାରୀମାନେ କଡା ସୁରକ୍ଷାରେ କମିଟି ସଦସ୍ୟମାନଙ୍କୁ ମୁହାଣ ନିକଟକୁ ନେଇଥିଲେ।

ଏହି ବିଶେଷଜ୍ଞ କମିଟିରେ ସୁପ୍ରିମକୋର୍ଟର ୧୦ଜଣ ବିଚାରପତି କୁଶଭଦ୍ରା ମୁହାଣକୁ ଅନୁଧ୍ୟାନ କରିଥିଲେ । କମିଟି ସଦସ୍ୟମାନେ ଲୋଟସ ରିସଟରେ ମଧ୍ୟାହ୍ନ ଭୋଜନ କରି କିଛି ସମୟ ବିଶ୍ରାମ ନେବେ। ପରେ ଅପରାହ୍ନ ତିନିଟା ସମୟରେ ସୂର୍ଯ୍ୟ ମନ୍ଦିର, କଳା ସଂସ୍କୃତି ଓ ଭାସ୍କର୍ଯ୍ୟ ବୁଲି ଦେଖିବେ। ପରେ ସନ୍ଧ୍ୟା ଭୁବେନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି।

Copyright © 2022 - Summa Real Media Private Limited. All Rights Reserved.