ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ, ଓଡ଼ିଶା ଚାହେଁ ଆଲୋଚନାରେ ସମସ୍ୟା ସମାଧାନ

Published By : Prameya | January 26, 2025 9:25 AM

ନୂଆଦିଲ୍ଲୀ, ୨୬/୦୧: ମହାନଦୀ ଜଳ ବିବାଦର ସମାଧାନ ଆପୋସ  ଆଲୋଚନା ମାଧ୍ୟମରେ କରାଯାଉ ।  ଶନିବାର ମହାନଦୀ ଜଳ ବିବାଦ  ଟ୍ରିବ୍ୟୁନାଲର ଶୁଣାଣି ସମୟରେ  ଆଡଭୋକେଟ୍‌ ଜେନେରାଲ ପିତାମ୍ବର  ଆଚାର୍ଯ୍ୟ, ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ  ମୁଖ୍ୟମନ୍ତ୍ରୀ କିମ୍ବା ସଚିବ ସ୍ତରରେ ଏହି  ବିବାଦର ଆଲୋଚନା କରାଯିବାକୁ  ପ୍ରସ୍ତାବ ଦେଇଛନ୍ତି । ଏହା ଉପରେ  ଛତିଶଗଡ଼ ସରକାରଙ୍କ ଓକିଲ କୌଣସି ପ୍ରତିକ୍ରିୟା ଦେଇନଥିଲେ ।

ସୂତ୍ରରୁ  ଜଣାପଡ଼ିଛି ଯେ, ଏ ନେଇ ଛତିଶଗଡ  ସରକାରଙ୍କୁ ସେ ଓଡ଼ିଶାର ଆଭିମୁଖ୍ୟ  ଜଣାଇବେ । ଓଡ଼ିଶାର ବିଜେପି  ସରକାରଙ୍କ ଆଭିମୁଖ୍ୟ ହେଉଛି  ବିଚାର ବିଭାଗ ଜରିଆରେ ବିବାଦର  ସମାଧାନ ହେବା ଜଟିଳ ହେବ । କେନ୍ଦ୍ର  ଓ ଉଭୟ ରାଜ୍ୟରେ ବିଜେପି ସରକାର  ଥିବାରୁ ଆଲୋଚନାରେ ସମାଧାନ  ସହଜ ହେବ । ମହାନଦୀ ଜଳ ବିବାଦ  ଟ୍ରିବ୍ୟୁନାଲର ବର୍ତ୍ତମାନର ଅଧ୍ୟକ୍ଷା  ବିଚାରପତି ବେଲା ଏମ୍‌.ତ୍ରିବେଦୀ  କାର୍ଯ୍ୟ ଭାର ଗ୍ରହଣ କରିବା ପରେ ଶନିବାର ଥିଲା ପ୍ରଥମ ବୈଠକ । ପାଖାପାଖି  ୨ ଘଣ୍ଟାରୁ ଅଧିକ ସମୟ ଧରି ଏହି ବିବାଦ ସମ୍ବନ୍ଧରେ ତାଙ୍କୁ ଅବଗତ  କରାଯାଇଥିଲା । ଶ୍ରୀ ଆଚାର୍ଯ୍ୟ ମୌସୁମୀ  ଓ ଅଣ ମୌସୁମୀ ସମୟରେ ମହାନଦୀ  ଅବବାହିକା ଅଞ୍ଚଳର ସ୍ଥିତି ଅନୁଧ୍ୟାନ  କରିବା ଲାଗି ଟ୍ରିବ୍ୟୁନାଲର ଅଧ୍ୟକ୍ଷାଙ୍କୁ  ଆମନ୍ତ୍ରଣ କରିଥିଲେ । ଓଡ଼ିଶା ସରକାରଙ୍କ  ନୂଆ ଆଭିମୁଖ୍ୟ ଜାଣିବା ପରେ  ଛତିଶଗଡ଼ ସରକାର ତାଙ୍କ ମତାମତ  ଟ୍ରିବ୍ୟୁନାଲକୁ ଜଣାଇବେ । ଏହାପରେ  ପରବର୍ତ୍ତୀ ପଦକ୍ଷେପ ସମ୍ବନ୍ଧରେ  ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି । ପୂର୍ବର ଅଧ୍ୟକ୍ଷ ଏ ଏମ୍‌ ଖାନୱିଲକରଙ୍କ  ସମୟରେ ମହାନଦୀ ଜଳବିବାଦ ନେଇ  ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.