ପୁରୀ,୨୩/୧୨: ପୁଣି ଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କୁ ଅପମାନ । ତିନି ଠାକୁରଙ୍କ ପଛପଟ ଉପରେ ଏକ ଫଟୋ ଫ୍ରେମରେ ଜଣେ ବ୍ୟକ୍ତିଙ୍କ ପାଦ ଚିତ୍ରକୁ ରଖି ପୂଜା କରିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଛି । ଅଜୟ ଖତ୍ରୀ ନାମକ ଜଣେ ବ୍ୟକ୍ତି ହାର୍ଟ ପ୍ରପର ନାମକ ଇନ୍ଷ୍ଟାଗ୍ରାମ ଆଇଡିରେ ଏଭଳି ଦୃଶ୍ୟକୁ ଅପଲୋଡ଼ କରିଛନ୍ତି । ଯାହାକୁ ଦେଖୁଥିବା ଶ୍ରୀଜଗନ୍ନାଥପ୍ରେମୀ ଘୋର ଉଦ୍ବେଗ ପ୍ରକାଶ କରିଛନ୍ତି । ଯାହାକି ମହାପ୍ରଭୁଙ୍କୁ ଅପମାନ ହୋଇଥିବା ବେଳେ କୋଟିକୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଛି । ଏହି ଭିଡିଓକୁ ପାଖାପାଖି ୮୫ ହଜାର ଲୋକେ ଦେଖିଥିବା ବେଳେ ଏହି ଭିଡିଓ ଅଜୟ ଖତ୍ରୀଙ୍କ ଆଇଡିରେ ସକ୍ରିୟ ରହିଛି । ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନ ନିକଟରେ ଦାବି ହୋଇଛି ।