ପ୍ରମୂଖ ଖବର
  • ଟାଙ୍ଗୀ: ବୋମାମାଡ କରି ସୁନା ଦୋକାନରୁ ଲୁଟ
  • ||
  • ପୁରୀ ଜଗନ୍ନାଥ ବଲ୍ଲଭ ପାର୍କିଂରେ ଅଘଟଣ, ଛାତରୁ ଖସିପଡ଼ିଲା କାର୍‌
  • ||
  • ସୁବର୍ଣ୍ଣରେଖାରେ ମଧ୍ୟମ ଏବଂ ବୈତରଣୀରେ ଛୋଟ ଧରଣର ବନ୍ୟା: ସର୍ବୋଚ୍ଚ ଯନ୍ତ୍ରୀ
  • ||
  • କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କଲେ ଚେତେଶ୍ୱର ପୂଜାରା
  • ||
  • ଉଛୁଳା ମହାନଦୀକୁ ଡେଇଁ ପଡ଼ିଲେ ଛାତ୍ରୀ, ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୀ-କୋଣାର୍କ ଭିଷ୍ଟାଡମ୍ ଟ୍ରେନ୍ ପାଇଁ ବିଜ୍ଞପ୍ତି ପ୍ରକାଶ, ୩୨କିଲୋମିଟର ପାଇଁ ଖର୍ଚ୍ଚ ହେବ ୪୯୨ କୋଟି
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଜଳେଶ୍ୱର: ଲଘୁଚାପ ବର୍ଷା ଯୋଗୁଁ ଫୁଲୁଛି ସୁବର୍ଣ୍ଣରେଖା, ବିପଦ ସଂକେତ ଉପରେ ଜଳସ୍ତର
  • ||
  • ନୂଆପଡ଼ାରେ ବାଘ ଆତଙ୍କ, ଛେଳିକୁ ମାରି ଖାଇଦେଲା କଳରାପତରିଆ ବାଘ
  • ||

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦାବାଗ୍ନି ଲୀଳା

Published By : Suraj Kumar | August 24, 2025 5:52 PM

 ପୁରୀ ୨୪/୮ :   ଭାଦ୍ରବ ଶୁକ୍ଳ ପ୍ରତିପଦା ତିଥିରେ   ସନ୍ଧ୍ୟାଧୂପ ପରେ ମହାପ୍ରଭୁଙ୍କର ଦାବାଗ୍ନୀ ଲୀଳା ଅନୁଷ୍ଠିତ ହୋଇଥାଏ । ମାଟିମଣ୍ଡପ ସାହି  ଏହି ଦାବାଗ୍ନି ଲୀଳାର ପରିବେଷଣ କରିଥାନ୍ତି ।

ରବିବାର ଶୁକ୍ଳ ପ୍ରତିପଦା ତିଥିର ସନ୍ଧ୍ୟାଧୂପ ପରେ ମଦନମୋହନ ରତ୍ନ ସିଂହାସନକୁ ବିଜେ କରି ଜଗନ୍ନାଥଙ୍କ ବାଡରୁ ଆଜ୍ଞାମାଳ ପ୍ରାପ୍ତି କରିଥାନ୍ତି। ନାଟ ମଣ୍ଡପ ସ୍ଥିତ ଖଟ ଉପରକୁ ବିଜେ କରିବା ପରେ ପ୍ରଭୁଙ୍କର ଛାମୁରେ ମାଟି ମଣ୍ଡପ ସାହି ଲୋକ ଦାବାଗ୍ନି ପରିବେଷଣ କରିଥାନ୍ତି।    ଦ୍ୱାପର ଯୁଗର କଥା ଗୋପାଳ ମାନେ ଖେଳକୁଦ ରେ ମାତିଥିବା ସମୟରେ ଗାଈ ମାନେ ଅନେକ ଦୂରକୁ ଚାଲିଯାଇଥାନ୍ତି।  ସମସ୍ତେ ଗାଈଙ୍କୁ ଖୋଜି ଖୋଜି ଚାଲିବା ସମୟରେ ସେମାନଙ୍କୁ ଦାବାଗ୍ନି ଘେରିଗଲା ବା ଅଗ୍ନି ଘେରିଗଲା। ବାଳକ ମାନେ କୃଷ୍ଣଙ୍କୁ ଡାକିଲେ । କୃଷ୍ଣ ସମସ୍ତ ଗୋପାଳ ବାଳକଙ୍କୁ ଆଖିବନ୍ଦ କରିବାକୁ  କହିଲେ । ନିଜେ ଭଗବାନ ମନ୍ତ୍ର ଜପ କରିବେ ବୋଲି କହି ବିରାଟ ରୂପ ଧାରଣ କରି ଦାବାଗ୍ନି କୁ ପାନ କରି ଦେଲେ। ସେହି ସ୍ମୃତିରେ ମାଟିମୁଣ୍ଡପ ସାହିରୁ ଦାବାଗ୍ନି ଲୀଳା କରିବା ପାଇଁ   ଜଣେ ବେଶ ହୋଇ ସ୍ୱତନ୍ତ୍ର ଭାବରେ ଉପସ୍ଥିତ ହୁଅନ୍ତି । ସେହି ସମୟରେ ନାଟମଣ୍ଡପ ରେ ଉପସ୍ଥିତ ହେଲା ପରେ ପ୍ରଭୁଙ୍କ ଶୀତଳ ଭୋଗ ଓ ବନ୍ଦାପନା ବଢେ । ଏହାପରେ ଦକ୍ଷୀଣି ଘରକୁ ପ୍ରତ୍ୟାବ୍ରତନ କରନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.