PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୌହାଟୀ : ଭୂମିକମ୍ପ ଝଟ୍‌କାରେ ଥରିଲା ଆସାମ, ରିକ୍ଟର ସ୍କେଲରେ ୪.୪ ତୀବ୍ରତା ରେକର୍ଡ
  • ||
  • ଭୁବନେଶ୍ୱର : ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୭ରୁ ୮ ପ୍ରସ୍ତାବ ଉପରେ ବାଜିପାରେ ମୋହର, ବଡ଼ ଘୋଷଣା ଉପରେ ନଜର
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ଅନୁକୂଳ ପରେ ଦଣ୍ଡାରେ ପଡ଼ିଲା କଣ୍ଟା, ଗୁଜ, ଜଳଯନ୍ତ୍ର ରହି ଉଠିଲା ନିରାଡି
  • ||
  • ଭୁବନେଶ୍ୱର: ଜୁନ୍‌ ୧ରୁ ବଢ଼ିବ ତାତି, ତତଲା ପବନ କଲବଲ କରିବ: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
  • ||
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

ଭୂତ ଭଗାଇବା ପାଇଁ ୧୪ ବର୍ଷିୟ ବାଳକକୁ ପିଟି ପିଟି ମାରିଦେଲା ଗୁଣିଆ

ନୂଆଦିଲ୍ଲୀ: ଏବେବି ଅନ୍ଧ ବିଶ୍ବାସର ଅଡୁଆ ଜାଲରେ ନିଜକୁ ଛନ୍ଦି ରଖିଛି ଆଜିର ଆଧୁନିକ ଏବଂ ସଭ୍ୟ ସମାଜର ମଣିଷ । ଆଜି ବି ମଣିଷ ମନରେ ଭୂତ ଏବଂ ପ୍ରେତର ମାନସିକତା ଘୁରି ବୁଲୁଛି । ଆଉ ଏହି ରୁଗ୍ଣ ମାନସିକତାରେ ମଣିଷ ନିଜକୁ ମୃତ୍ୟୁ ମୁଖକୁ ଠେଲି ଦେବାକୁ ପଛାଉନାହିଁ । ଏଭଳି ଏକ ଘଟଣା ଘଟିଛି ମହାରାଷ୍ଟ୍ର ସାଙ୍ଗଲି ଜିଲ୍ଲାରେ, ଯେଉଁଠାରେ କି ଜଣେ ୧୪ ବର୍ଷର ବାଳକକୁ ଭୂତ ଭଗାଇବା ବାହାନାରେ ଜଣେ ତାନ୍ତ୍ରିକ ପ୍ରବଳ ମାଡ ମାରିଥିଲା । ଏହା ଦ୍ବାରା ନାବାଳକର ମୃତ୍ୟୁ ଘଟିଛି । କିଛି ଅନ୍ଧବିଶ୍ବାସୀ ବିରୋଧି କାର୍ଯ୍ୟକର୍ତ୍ତା ପୋଲିସକୁ ଏହି ପ୍ରସଙ୍ଗ ଜଣାଇବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଆଜି (ମଙ୍ଗଳବାର) ଏ ସମ୍ପର୍କରେ ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ସୂଚନା ମୁତାବକ, ଜିଲ୍ଲାର କଭାଥେ ମହାନକଲରେ ରହୁଥିବା ୧୪ ବର୍ଷିୟ ଆର୍ଯ୍ୟନ୍ ଦୀପକ ଲ୍ୟାଣ୍ଡଗେ କିଛି ଦିନ ହେବ ଜ୍ବରରେ ପୀଡିତ ଥିଲେ । ଏଥିପାଇଁ ତାଙ୍କର ଚିକିତ୍ସା ଜାରି ରହିଥିଲା । ହେଲେ ଏହାଦ୍ବାରା ତାଙ୍କ ସ୍ବାସ୍ଥ୍ୟରେ କୌଣସି ସୁଧାର ଆସୁନଥିଲା । ତାଙ୍କ ପରିବାର ତାଙ୍କୁ ପଡୋଶୀ କର୍ଣ୍ଣାଟକର ଶିରଗୁର ଠାରେ ଏକ ମନ୍ତ୍ର ( ତାନ୍ତ୍ରିକ ) ଆପାସାହେବ କାମ୍ବଲେଙ୍କ ନିକଟକୁ ନେଇଥିଲେ ବୋଲି ଅଧିକାରୀ କହିଛନ୍ତି । କାମ୍ବଲେ ଦାବି କରିଥିଲେ ଯେ ବାଳକଟି ଉପରେ ଏକ “ଭୂତ”ର ଛାୟା ରହିଛି ଏବଂ ଭୂତ ଭଗାଇବା ପାଇଁ ତାଙ୍କୁ ମାଡ ମାରିବା ଜରୁରୀ ।

ତେବେ ମାଡ ମାରିବା କାରଣରୁ ବାଳକଟି ଗୁରୁତର ଆହତ ହୋଇଥିଲା । ଏହି କାରଣରୁ ପରିବାର ଲୋକ ତାଙ୍କୁ ଶିରଗୁରଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଥିବା ସାଙ୍ଗଲି ଜିଲ୍ଲାର ଏକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଅଧିକାରୀ କହିଛନ୍ତି । ଲ୍ୟାଣ୍ଡେଙ୍କ ମୃତ୍ୟୁ ବିଷୟରେ ଜାଣିବା ପରେ ଅନ୍ଧବିଶ୍ବାସ ବିରୋଧି କାର୍ଯ୍ୟକର୍ତ୍ତା ମାନେ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ ଏବଂ ପରେ ମହାନକଲ ପୋଲିସ ଷ୍ଟେସନର ସହକାରୀ ପୋଲିସ ଇନ୍ସପେକ୍ଟର ଜିତେନ୍ଦ୍ର ଶାହାଣେଙ୍କୁ ଭେଟିଥିଲେ ।

କର୍ଣ୍ଣାଟକରେ ଅନ୍ଧବିଶ୍ୱାସ ବିରୋଧୀ ଆଇନ ନ ଥିବାରୁ ଅଧିକାରୀ ଜଣକ କହିଛନ୍ତି ଯେ ତାନ୍ତ୍ରିକ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ଧାରା ୩୦୪ (ଅବହେଳା ଦ୍ବାରା ମୃତ୍ୟୁ) ଅନୁଯାୟୀ ପୋଲିସ ଏକ ଜିରୋ ଏଫଆଇଆର ପଞ୍ଜିକରଣ କରିଛି । ସେ କହିଛନ୍ତି, ବର୍ତ୍ତମାନ ଏହି ମାମଲା କର୍ଣ୍ଣାଟକ ପୋଲିସ ଦ୍ୱାରା ଯାଂଚ ହେବ ।