ଦେବେନ୍ଦ୍ର ଫଡନବିସ୍ଙ୍କ ସହ ଯାହା ହେଲା ତାହା … , ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ କହିଲେ ଉପ ମୁଖ୍ୟମନ୍ତ୍ରୀ ହେବାର କାରଣ

ମୁମ୍ୱାଇ : ବିଜେପିର ମହାରାଷ୍ଟ୍ର ୟୁନିଟ୍ର ପ୍ରମୁଖ ଚନ୍ଦ୍ରକାନ୍ତ ପାଟିଲ ଶୁକ୍ରବାର କହିଛନ୍ତି , ରାଜ୍ୟର ନୂଆ ସରକାରରେ ଦେବେନ୍ଦ୍ର ଫଡନବିସ୍ ଉପମୁଖ୍ୟମନ୍ତ୍ରୀ ହେବାରେ କିଛି ବି ଅପ୍ରତ୍ୟାଶିତ ନୁହେଁ। କହି ରଖୁଛୁ କି ଗୋଟିଏ ଦିନ ପୂର୍ବେ ନାଟକୀୟ ଘଟଣାକ୍ରମ ଅନୁସାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନବିସ୍ ଘୋଷଣା କରିଥିଲେ କି ଶିବସେନାର ବିଦ୍ରୋହୀ ନେତା ବିଧାୟକ ଏକନାଥ ସିନ୍ଦେଙ୍କ ହାତରେ ଦାୟିତ୍ୱ ରହିବ। ପୂର୍ବେ ସେ କହିଥିଲେ କି, ସେ ସରକାରର ବାହାରେ ରହିବେ, ହେଲେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କୁ ରାଜି କରେଇବା ପରେ ସେ ଉପମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ।
ଶୁକ୍ରବାର ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ କହିଥିଲେ , ମୋତେ ଜଣା କି ଅନେକ ଲୋକ କାଲିର ଘଟଣାରେ ସ୍ତବ୍ଧ । ହେଲେ ଯାହା ଦେବେନ୍ଦ୍ର ଫଡନବିସଙ୍କ ସହ ହେଲା , କାହା ଅପ୍ରତ୍ୟାଶିତ ନଥିଲା । ସାମ୍ୱାଦିକମାନଙ୍କୁ କଥାବାର୍ତ୍ତାରେ ସେ କହିଛନ୍ତି , ବିଜେପି ହିନ୍ଦୁତ୍ୱର ବିଚାରଧାରକୁ ଆଗକୁ ନେଇଯିବା ପାଇଁ ସିନ୍ଦେଙ୍କର ମୁଖ୍ୟମନ୍ତ୍ରୀ ପଦ ପାଇଁ ସମର୍ଥନ କରିଛି। ହେଲେ ସିନ୍ଦେ ନିଜେ ଫଡନବିସ୍ଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ କହିଥିଲେ । ଏଥିପାଇଁ ଫଡନବିସ୍ ଦିଲ୍ଲୀରେ ଆମର ନେତାଙ୍କ ଠାରୁ ଅନୁମତି ମାଗିଥିଲେ ।
ଫଡନବିସ୍ଙ୍କୁ ପ୍ରଶଂସା କରି ପାଟିଲ କହିଛନ୍ତି , ନିଜର କନିଷ୍ଠଙ୍କର ଅଧିନରେ କାମ କରିବା ବାସ୍ତବରେ ବଡ଼ ହୃଦୟର ଆବଶ୍ୟକତା ଥାଏ । ଉଲ୍ଲେଖନୀୟ ଯେ, ୨୦୧୪-୧୯ ମସିହାରେ ଯେବେ ରାଜ୍ୟରେ ବିଜେପି-ଶିବସେନା ସରକାର ଥିଲା ସେତେବେଳେ ସିନ୍ଦେ ଫଡନବିସ୍ଙ୍କ ନେତୃତ୍ୱର ସରକାରରେ ମନ୍ତ୍ରୀ ଥିଲେ ।