ପ୍ରମୂଖ ଖବର
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ବିଜେପି ନେତା ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ, ଶପଥ ନେବେ ୨ ଉପମୁଖ୍ୟମନ୍ତ୍ରୀ !

Published By : Tapas Panda | November 27, 2024 11:26 PM

Image Courtesy: livehindustan

ମୁମ୍ବାଇ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାରତୀୟ ଜନତା ପାର୍ଟି (ବିଜେପି)ରୁ ହେବେ ଏବଂ ତାଙ୍କୁ ସହଯୋଗ କରିବେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ । ଏକାନଥ ସିନ୍ଦେ ଏବଂ ଅଜିତ ପାଓ୍ବାରଙ୍କ ଦଳରୁ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତିର ବିଶାଳ ବିଜୟ ପରେ ଏବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଛକାପଞ୍ଝା ଜାରି ରହିଛି । ବଡ଼ ଭାଇ ଭୂମିକାରେ ଥିବା ବିଜେପି ନିଜ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରାଇବାକୁ ଏକ ପ୍ରକାର ନିଶ୍ଚିତ ରହିଛି । ସେପଟେ ଏକନାଥ ସନ୍ଦେ ବିଜେପିର ନିଷ୍ପତ୍ତିକୁ ସମର୍ଥନ ଦେବେ‌ ବୋଲି କହିସାରିଛନ୍ତି ।  

୨୮୮ ଆସନ ଥିବା ମହାରାଷ୍ଟ୍ର ବିଧାନସଭାରେ ବିଜେପି ଏକାକୀ ୧୩୨ ଆସନରେ ବିଜୟୀ ହୋଇଛି । ସିନ୍ଦେଙ୍କ ଶିବସେନା, ଅଜିତ ପାଓ୍ବାରଙ୍କ ଏନସିପି ଏବଂ ବିଜେପି ମିଳିତ ଭାବେ ୨୩୫ ଆସନ ଜିତିଛନ୍ତି । ହେଲେ ମହାରାଷ୍ଟ୍ରରେ କିଏ ମୁଖ୍ୟମନ୍ତ୍ରୀ ହେବେ ସେନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସି ନାହିଁ । ବିଜେପିର ଦେବେନ୍ଦ୍ର ଫଡ଼ନାଭିସ୍‌ ହିଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । 

ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ବିବାଦ ମୁଣ୍ଡ ଟେକିଛି ବୋଲି ଦାବି ହୋଇଛି । କିନ୍ତୁ ଏଭଳି ଦାବିର କୌଣସି ସତ୍ୟତା ନାହିଁ ବୋଲି ଉଭୟ ଫଡ଼ନାଭିସ ଏବଂ ସିନ୍ଦେ ସ୍ପଷ୍ଟ କରିଛନ୍ତି । କୌଣସି ବିବାଦ ନାହିଁ,  ୩ ଦଳ ମିଶି ନିର୍ବାଚନ ଲଢ଼ିଛୁ । ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ୩ ଦଳ ମିଳିତ ଭାବେ ନିଷ୍ପତ୍ତି ନେବେ ବୋଲି ବିଜେପି ନେତା ଫଡ଼ନାଭିସ୍‌ କହିଛନ୍ତି । ସେହିଭଳି ସମାନ କଥା ଦୋହରାଇଛନ୍ତି ଏକନାଥ ସିନ୍ଦେ । 

ଅନ୍ୟପଟେ ଆଜି ଏକନାଥ ସିନ୍ଦେ କହିଛନ୍ତି, ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍ୟ କାହାକୁ ମୁଖ୍ୟମନ୍ତ୍ରୀ କରାଇବାକୁ ନିଷ୍ପତ୍ତି ନିଅନ୍ତି ତେବେ ମୁଁ ଏହାକୁ ବିରୋଧ କରିବି ନାହିଁ । ଆଉ ଏହା ପରେ ଜଣେ ମୁଖ୍ୟମନ୍ତ୍ରୀ ଓ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଫର୍ମୁଲା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏସବୁ ଭିତରେ ଗୁରୁବାର ୩ ନେତା ଦେବେନ୍ଦ୍ର ଫଡ଼ନାଭିସ୍‌, ଏକାନଥ ସିନ୍ଦେ ଏବଂ ଅଜିତ ପାଓ୍ବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବେ ବୋଲି ଜଣାପଡ଼ିଛି ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.