PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ସିଏମ୍‌ ଏକନାଥ ସିନ୍ଦେଙ୍କର ଜୀବନକୁ ବିପଦ , ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କଲା ମୁମ୍ୱାଇ ପୁଲିସ

ନୂଆଦିଲ୍ଲୀ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କର ଜୀବନକୁ ବିପଦ ଥିବାର ସୂଚନା ମିଳିବା ପରେ ତାଙ୍କର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦିଆ ଯାଇଛି। ରାଜ୍ୟର ଗୁପ୍ତଚର ବିଭାଗ (ଏସଆଇଡି)କୁ ଶନିବାର ସନ୍ଧ୍ୟାରେ ଏହି ସମ୍ୱନ୍ଧରେ ସୂଚନା ମିଳିଛି। ଏହାପରେ ପୁଲିସ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଓ ବ୍ୟକ୍ତିଗତ ବାସଗୃହରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ।

ରାଜ୍ୟର ଗୁପ୍ତଚର କମିଶନର ଆଶୁତୋଷ ଡୁମ୍ୱରେ ମୁଖ୍ୟମନ୍ତ୍ରୀଙ୍କର ଜୀବନକୁ ବିପଦ ଥିବା ସମ୍ୱନ୍ଧୀୟ ସୂଚନା ପାଇବାର ସ୍ପଷ୍ଟ କରିଥିଲେ । ଡୁମ୍ୱରେ କହିଥିଲେ , ଏହି ସୂଚନା ପାଇବା ପରେ ଆବଶ୍ୟକୀୟ ପଦକ୍ଷେପ ନେଇଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କର ସୁରକ୍ଷା ବଢ଼ାଇ ଦିଆଯାଇଛି । ସେ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଅତିରିକ୍ତ ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି , ଯାହାକି ଜେଡ୍‌ ପ୍ଲସ୍‌ ଶ୍ରେଣୀର ସୁରକ୍ଷା।

ଉଲ୍ଲେଖନୀୟ ଯେ, ଏକନାଥ ସିନ୍ଦେ ଚଳିତ ବର୍ଷ ଜୁନ୍‌ରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଅନେକ ବିଧାୟକଙ୍କ ସହ ବିଦ୍ରୋହୀ ମନୋଭାବ ଆପଣାଇ ଥିବା ଏକନାଥ ସିନ୍ଦେଙ୍କି ବିଦ୍ରୋହ ଯୋଗୁଁ ରାଜ୍ୟର ଉଦ୍ଧବ ଠାକରେ ସରକାରର ପତନ ହୋଇଥିଲା । ଏହାପରେ ଶିବସେନାର ବିଦ୍ରୋହୀ ଦଳ  ବିଜେପି ସହ ମିଶି ନୂଆ ସରକାର ଗଠନ କରିଛନ୍ତି ।

ସମ୍ବନ୍ଧିତ ଖବର