PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସାମ-ଅରୁଣାଚଳ ସୀମାରେ ଫାୟାରିଂ , ୨ ମୃତ ଓ ୩ ନିଖୋଜ
  • ||
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

୨୦୨୪ ଲୋକସଭା ନିର୍ବାଚନରେ ୨୨ ଟି ଆସନରୁ ପ୍ରତିଦ୍ବନ୍ଦିତା କରିବ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା; ପ୍ରକାଶ କଲେ ଦଳୀୟ ନେତା

Image Courtesy: India Today

ମୁମ୍ବାଇ,୨୫/୦୫: ୨୦୨୪ ଲୋକସଭା ନିର୍ବାଚନରେ ଏକନାଥ ସିନ୍ଦେଙ୍କ ନେତୃତ୍ବାଧିନ ଶିବସେନା ୨୨ଟି ଆସନରୁ ପ୍ରତିଦ୍ବନ୍ଦିତା କରିବ ବୋଲି ଗୁରୁବାର କହିଛନ୍ତି ଦଳୀୟ ନେତା ଗଜାନନ କିର୍ତ୍ତିକାର। ଶିବସେନା ସାଂସଦ ମାନଙ୍କୁ ନେଇ ବୁଧବାର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କର ସରକାରୀ ବାସଭବନରେ ଏକ ବୈଠକ ବସିଥିଲା। ଏହି ବୈଠକରେ ଆଲୋଚନା କରାଯାଇଥିଲା ଯେ, ସିନ୍ଦେଙ୍କ ନେତୃତ୍ବାଧିକ ଶିବସେନା ୨୦୨୪ ଲୋକସଭା ନିର୍ବାଚନରେ ୪୮ଟି ଆସନରୁ ୨୨ଟିରେ ପ୍ରତିଦ୍ବନ୍ଦିତା କରିବ ବୋଲି ଦଳୀୟ ନେତା କିର୍ତ୍ତିକାର ଜାତୀୟ ଗଣମାଧ୍ୟମକୁ କହିଛନ୍ତି।

ଏହା ବ୍ୟତୀତ ଯେଉଁ ୧୩ ଜଣ ସାଂସଦ ଉଦ୍ଧବ ଠାକରେଙ୍କଠାରୁ ଅଲଗା ହୋଇ ସିନ୍ଦେ କ୍ୟାମ୍ପରେ ଯୋଗ ଦେଇଥିଲେ, ସେମାନଙ୍କୁ ନିଜ ନିଜ ଆସନରେ ରଖାଯିବ। କିର୍ତ୍ତିକର କହିଛନ୍ତି ଯେ ଅବଶିଷ୍ଟ ପାଞ୍ଚଟି ସିଟ୍ ଏବଂ ଅନ୍ୟ ଚାରିଟି ଯଥା ରାୟଗଡ, ଶିରୁର, ଔରଙ୍ଗାବାଦ ଏବଂ ଅମରାବତୀ ଯାହା ଅବିଭକ୍ତ ଶିବସେନା ଦ୍ୱାରା ରହିଛି ସେଠାରେ ମଧ୍ୟ ଆମ ଦ୍ବାରା ସ୍ୱାଭାବିକ ଭାବରେ  ପ୍ରତିଦ୍ବନ୍ଦିତା କରାଯିବ। ଏହି ବୈଠକରେ ଯୋଗ ଦେଇଥିବା ସାଂସଦମାନେ ବିଜେପି ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ସହଯୋଗୀ ଦଳର ପ୍ରାର୍ଥୀଙ୍କ ପାଇଁ ବାଧା ସୃଷ୍ଟି ହେବ ନାହିଁ ତ, କାରଣ ଉଭୟ ବିଜେପି ଏବଂ ସିନ୍ଦେ ନେତୃତ୍ୱାଧୀନ ରାଜନେତାମାନେ ନିଜ ପସନ୍ଦର ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି?

୨୦୧୯ ରେ ବିଜେପି ୨୫ ଏବଂ ଶିବସେନା ୨୩ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏନସିପି ୧୯ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବାବେଳେ କଂଗ୍ରେସ ୨୫ ଟି ଆସନରେ ପ୍ରାର୍ଥୀ କରିଥିଲା। କଂଗ୍ରେସ-ଏନସିପି ଅବଶିଷ୍ଟ ଚାରିଟି ଆସନକୁ ସେମାନଙ୍କ ସହଯୋଗୀମାନଙ୍କ ସହ ବାଣ୍ଟିଥିଲା। ଆଗାମୀ ଦିନରେ ପ୍ରତ୍ୟେକ ଆସନ ପାଇଁ ବିବାଦ ସରଗରମ ହୋଇଯାଉଥିବାରୁ ବିଜେପି-ଶିବସେନା ମହାମେଣ୍ଟ ଆସନ ବଣ୍ଟନ ବୁଝାମଣା କିପରି ଚାଲିଛି ତାହା ଦେଖିବାର କଥା।

ଉ‌ଲ୍ଲେଖଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଣ୍ଡନବିସ୍‌ ଦିଲ୍ଲୀରେ ଆୟୋଜିତ ନୂତନ ସଂସଦ ଭବନ ଉଦ୍ଘାଟନୀ ଉତ୍ସବରେ ଯୋଗ ଦେବାକୁ ଯାଉଛନ୍ତି ତେବେ ଏହା ପୂର୍ବରୁ ବୁଧବାର ବସିଥିବା ବୈଠକରେ ଆଗାମୀ ଲୋକସଭା ନିର୍ବାଚନ ସମ୍ପର୍କରେ ବିଚାରାଧୀନ ବିକାଶମୂଳକ ପ୍ରକଳ୍ପ ଏବଂ ରଣନୀତି ବିଷୟରେ ଆଲୋଚନା କରାଯାଇଥିଲା।