PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ଶିବାଜୀ ପୁରୁଣା ହୋଇଗଲେ , ନିତିନ୍ ଗଡ଼କରୀ ବର୍ତ୍ତମାନର ନୂଆ ଆଦର୍ଶ : ମହାରାଷ୍ଟ୍ର ରାଜ୍ୟପାଳଙ୍କ ବିବାଦୀୟ ଟିପ୍ପଣୀ

ମୁମ୍ୱାଇ :  ପୁଣି ସାମ୍ନାକୁ ଆସିଲା ମହାରାଷ୍ଟ୍ର ରାଜ୍ୟପାଳଙ୍କ ବିଦାଦୀୟ ବୟାନ। ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ପୁଣି ଥରେ ପଡ଼ିଲେ ସମସ୍ୟାରେ । ନିଜର ବିବାଦିତ ବୟାନ ଦେଇ ଏବେ ସମାଲୋଚନାର ଶିକାର ହୋଇଛନ୍ତି ରାଜ୍ୟପାଳ। ସେ ଶିବାଜୀଙ୍କୁ ପୁରୁଣା ଆଦର୍ଶ ଦର୍ଶାଇ ,କେନ୍ଦ୍ରୀୟ ମନ୍ତ୍ରୀ ନିତିନ ଗଡକରୀ ଆଜିକା ଯୁଗରେ ନୂଆ ଆଦର୍ଶ ବୋଲି କହିଛନ୍ତି। ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ କହିଛନ୍ତି , ଯଦି କିଏ ଆପଣଙ୍କୁ ପଚାରେ କି ଆପଣଙ୍କର ଆଦର୍ଶ କିଏ , ତ ଆପଣଙ୍କୁ ଏହାକୁ ଖୋଜିବା ପାଇଁ ବାହାରକୁ ଯିବା ଆବଶ୍ୟକତା ନାହିଁ , ଏହା ଆପଣଙ୍କୁ ଏଠାରେ ମହାରାଷ୍ଟ୍ରରେ ମିଳିଯିବେ। ସେ କହିଛନ୍ତି , ଛତ୍ରପତି ଶିବାଜୀ ମହାରାଜ ତ ପୁରୁଣା ଯୁଗର କଥା , ନୂଆ ଯୁଗରେ ଆପଣଙ୍କୁ ବାବାସାହେବ ଆମ୍ୱେଦକରଙ୍କ ଠାରୁ ନିତିନ ଗଡକରୀଙ୍କ ଯାଏ ଆଦର୍ଶ  ଏଠାରେ ହିଁ ମିଳିଯିବେ।

Maharashtra Governor Bhagat Singh Koshyari denied nod to travel in state  plane to Dehradun; Devendra Fadnavis slams CM Uddhav Thackeray | India News  | Zee News

 

ରାଜ୍ୟପାଳ କୋଶ୍ୟାରୀ ଡାକ୍ତର ବାବାସାହେବ ଆମ୍ୱେଦକର ମରାଠୱାଡା ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହରେ ଯୋଗ ଦେଇଥିଲେ। ଏହି ଅବସରରେ ଏନସିପି ନେତା ଶରଦ ପୱାର ଓ ବିଜେପି ନେତା ନିତିନ ଗଡକରୀଙ୍କୁ ରାଜ୍ୟପାଳ ଭଗତସିଂହ କୋଶ୍ୟାରୀ ଡିଲିଟ୍‌ ଉପାଧିରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ସେ କହିଥିଲେ , ରାଜ୍ୟପାଳ  କୋଶ୍ୟାରୀ ନିତିନ ଗଡକରୀଙ୍କର ସିଧା ଛତ୍ରପତି ଶିବାଜୀ ମହାରାଜା ଓ ଡା, ବବାସାହେବ ଆମ୍ୱେଦକରଙ୍କ ସହ ତୁଳନା କରିଥିଲେ।

नितिन गडकरी हे अतिशय हुशार व्यक्ती, दगडापासूनही तेल निर्मिती करू शकतात :  राज्यपाल - Marathi News | Nitin Gadkari is a very smart person he can  produce oil even from stone Governor

ସେ କହିଥିଲେ , ଯେବେ ଆମେ ସ୍କୁଲରେ ପଢ଼ୁଥିଲେ , ତ ଆମର ଶିକ୍ଷକ ଆମକୁ ପଚାରୁଥିଲେ ଆପଣଙ୍କର ପସନ୍ଦର ନେତା ବା ହିରୋ କିଏ ? କିଛି ସୁଭାଷ ଚନ୍ଦ୍ର ବୋଷଙ୍କୁ ତ କିଛି ନେହେରୁ ଜୀ ବା ଗାନ୍ଧୀଙ୍କ ନାମ କହୁଥିଲେ । ମୋର ମନେହେଉଛି କି  ଏବେ ଆପଣଙ୍କୁ କିଏ ପଚାରିବ କି ଆପଣଙ୍କର ଆଇକନ କିଏ ? ଆପଣଙ୍କର ପସନ୍ଦର ନେତା କିଏ ? ତ ଏଥିପାଇଁ ଆପଣଙ୍କୁ ବାହାରକୁ ଯିବାର ଆବଶ୍ୟକତା ନାହିଁ । ଆପଣଙ୍କୁ ଏହା ମହାରାଷ୍ଟ୍ରରେ ହିଁ ମିଳି ପାରିବ। ଶିବାଜୀ  ମହାରାଜ ପୁରୁଣା ଯୁଗର କଥା । ମୁଁ ଆଜିକା ସମୟର କଥା କହୁଛି । ଆପଣ ତାଙ୍କୁ ଏଠାରେ ଖୋଜି ପାରିବେ ,ଡା. ଆମ୍ୱେଦକରଙ୍କ ଠାରୁ ନେଇ ଡାକ୍ତର ନିତିନ ଗଡ଼କରୀଙ୍କ ପର୍ଯ୍ୟନ୍ତ। ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ସମୟ ସମୟରେ କିଛି ଏମିତି ବୟାନ ଦେଉଛନ୍ତି , ଯେଉଁଥିରେ ବିବାଦ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର