PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ : ଆଠଗଡ ଅଂଶୁପା ହ୍ରଦ ନିକଟରୁ କାରରୁ ୧୩୫୫ ଗ୍ରାମର ବ୍ରାଉନସୁଗାର ଜବତ
  • ||
  • ତିଗିରିଆ : ଅଜଣା ଗାଡି ଧକ୍କାରେ ଯୁବକ ଗୁରୁତର, ରାତ୍ରି ପାଟ୍ରୋଲିଂ ବେଳେ ଉଦ୍ଧାର କଲା ପୋଲିସ
  • ||
  • ବଲାଙ୍ଗିର : ରେଲୱେ ଜଙ୍କସନରୁ ୨୫ ଦାଦନ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗିର : ପୁତୁରାର ଗୁଳିମାଡ଼ରେ ଖୁଡ଼ୀ ଗୁରୁତର, କାରଣ ଅସ୍ପଷ୍ଟ
  • ||
  • ନିଶ୍ଚିନ୍ତକୋଇଲି : ନଗସପୁର ବଜାରରେ ସିରିଜ୍ ଲୁଟ୍, ୧୬ଟି ଦୋକାନରୁ ଚୋରି କରିନେଲେ ଦୁର୍ବୃତ୍ତ
  • ||

ମହାରାଷ୍ଟ୍ର ମହାନାଟକ: ଗୌହାଟିର ଲଗଜରୀ ହୋଟେଲରେ ଶିବସେନାର ବିଦ୍ରୋହୀ ବିଧାୟକ, ୫୬ ଲକ୍ଷର ରୁମ୍‌ ଚାର୍ଜ ଓ ଖାଇବାରେ ଖର୍ଚ୍ଚ ହେଲାଣି ଏତେ ଟଙ୍କା

ଗୌହାଟି,୨୪।୬: ମହାରାଷ୍ଟ୍ରର ବିଦ୍ରୋହୀ ବିଧାୟକ ବର୍ତ୍ତମାନ ଆସାମରେ ଅଛନ୍ତି। ଗୌହାଟିର ରାଡିସନ୍‌ ବ୍ଲୁ ହୋଟେଲରେ ଅଛି। ଏହି ବଡ ହୋଟେଲରେ ରହିବା ପାଇଁ ବିଦ୍ରୋହୀ ବିଧାୟକ ମୋଟ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି, ଏହାକୁ ନେଇ ସବୁଠାରୁ ଆଶ୍ଚର୍ଯ୍ୟକର କଥା ସାମନାକୁ ଆସିଛି। ଜଣାପଢିଛି ଯେ, ବର୍ତ୍ତମାନ ରୁମ୍‌ରେ ୭ ଦିନ ପାଇଁ ବୁକ୍ କରାଯାଇଥିଲା, ଯାହାଉପରେ ମୋଟ ଖର୍ଚ୍ଚ ୧.୧୨ କୋଟି ଟଙ୍କା ପାଖା ପାଖି ପହଁଞ୍ଚି ଯାଇଛି। ମିଳିଥିବା ଖବର ଅନୁସରରେ, ଏକନାଥ ସିନ୍ଦେ ଓ ବିଦ୍ରୋହୀ ବିଧାୟକ ଗୌହାଟିର ରାଡିସନ୍ ବ୍ଳୁ ହୋଯେଲରେ ମୋଟ ୭୦ ରୁମ୍‌ ବୁକ୍ କରାଯାଇଥିଲା। ଏହି କ୍ୟାମେରାର ମୋଟ ୭ ଦିନ ପାଇଁ ବୁକ୍ ହୋଇଥିଲା। ଏହି ବୁକିଂ ପାଇଁ ମୋଟ ୫୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା।

ଏହାଛଡା ଖାଇବା ଓ ବାକି ସର୍ଭିସ ଉପରେ ପ୍ରତିଦିନ ୮ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ୭ ଦିନ ହିସାବରେ ଏହା ମଧ୍ୟ ୫୬ ଲକ୍ଷ ଟଙ୍କାରେ ପହଁଞ୍ଚିଛି। ଏଭଳି ଭାବରେ ବୁକିଂ ଓ ଖାଇବା-ପିଇବା ଖର୍ଚ୍ଚକୁ ମିଶାଇ ୧.୧୨ କୋଟି ଟଙ୍କାରେ ପହଁଞ୍ଚିଛି। ଗୌହାଟିର ରାଡିସନ୍‌ ବ୍ଳୁ ହୋଟେଲରେ ଏକନାଥ ସିନ୍ଦେଙ୍କ ସହିତ ମୋଟ କେତେ ବିଧାୟକ ଓ ବାକି ଲୋକ ଅଛନ୍ତି ଏହାର ସଠିକ୍ ସଂଖ୍ୟା ଏପର୍ଯ୍ୟନ୍ତ ଜଣାପଡିନି। ତେବେ ଏଥିରୁ ଜଣାପଡିଛି ଯେ, ବିଦ୍ରୋହୀ ବିଧାୟକଙ୍କ ଗୋଷ୍ଠୀ ଲଗାତାର ମଜବୁତ ହେବାରେ ଲାଗିଛି।

ସିନ୍ଦେ କ୍ୟାମ୍ପରେ ଦୁଇ ନିର୍ଦ୍ଦଳୀୟ ବିଧାୟକ ଆହୁରି ସାମିଲ ହୋଇଛନ୍ତି। ଏଭଳି ଭାବରେ ଶିବସେନାର ୩୭ ବିଧାୟକଙ୍କୁ ମିଶାଇ ମୋଟ ୪୬ ବିଧାୟକଙ୍କ ସମର୍ଥନ ଏକନାଥ ସିନ୍ଦେଙ୍କୁ ମିଳିସାରିଛି। ଏବେ ଆହୁରି ତିନି ବିଧାୟକ ଏଥିରେ ସାମିଲ ହୋଇଥିବାର ଖବର ମିଳିଛି। ହୋଟେଲରେ ବିଧାୟକଙ୍କ ସହିତ କିଛି ସାଂସଦ, ନେତାଙ୍କ ପରିବାରର ସଦସ୍ୟ ମଧ୍ୟ ରହିଥିବାର ଜଣାପଡିଛି। ଉଲ୍ଲେଖନୀୟ ଯେ, ଉଦ୍ଧବ ସରକାର ଗତକାଲି ସକା​‌ଳେ ଅଳ୍ପ ନରମ ସ୍ବଭାବ ଦେଇଥିଲେ ଓ ବିଦ୍ରୋହୀ ବିଧାୟକଙ୍କୁ ମହରାଷ୍ଟ୍ର ଆସି ଆଲୋଚନା କରିବାକୁ କହିଥିଲେ। ସଞ୍ଜୟ ରାଉତ କହିଛନ୍ତି ଯେ, ଯଦି ଦଳର ବିଧାୟକ ଚାହାନ୍ତି  ଏମ୍‌ଭିଏଠାରୁ ଅଲଗା ହୋଇଯିବାକୁ ତେବେ ଏଭଳି କରାଯିବ, କିନ୍ତୁ ଏହି କଥା ବିଧାୟକଙ୍କୁ ମୁମ୍ବାଇ ଆସି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ କହିବାକୁ ପଡିବ। କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ଉଦ୍ଧବ ସରକାର ଆକ୍ସନ ମୋଡ୍‌ରେ ଆସିଯାଇଥିଲେ।

ଉଦ୍ଧବଙ୍କ ପକ୍ଷରୁ ଉପ-ବାଚସ୍ପତିଙ୍କୁ ଚିଠି ଲେଖା ଯାଇଥିଲା। ଏଥିରେ ସିନ୍ଦେଙ୍କ ସହିତ ମୋଟ ୧୨ ବିଧାୟକଙ୍କ  ଅଯୋଗ୍ୟ ଘୋଷଣା କରିବାକୁ ଦାବି କରାଯାଇଥିଲା। ଏହାପରେ ସିନ୍ଦେଙ୍କ ଗୋଷ୍ଠୀ ମଧ୍ୟ ଆକ୍ଟିଭ ହୋଇଯାଇଥିଲେ। ସିନ୍ଦେଙ୍କ ଗୋଷ୍ଠୀ ଦାବି କରିଛନ୍ତି ଯେ, ବିଧାୟକ ଦଳର ନେତା ଏକନାଥ ସିନ୍ଦେ, କାରଣ ତାଙ୍କ ପାଖରେ ଶିବସେନାର ୩୭ ରୁ ଅଧିକ ବିଧାୟକଙ୍କ ସମର୍ଥନ ରହିଛି।