PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ରାଲିରେ ବିଜେପି ଓ ସିନ୍ଦେଙ୍କ ବିରୋଧରେ ଗର୍ଜିଲେ ଉଦ୍ଧବ ଠାକରେ, କହିଲେ- ଆଜିର ରାବଣ ୫୦ ଗୁଣା ଅଧିକ ବିଶ୍ବାସଘାତକ…

ମୁମ୍ବାଇ: ଦଶହରା ଅବସରରେ ଶିବସେନା ନେତା ଉଦ୍ଧବ ଠାକରେ ମୁମ୍ବାଇର ଦାଦର ଶିବାଜୀ ପାର୍କରେ ଏକ ରାଲି କରିଥିଲେ । ଲୋକଙ୍କୁ ସମ୍ବୋଧିତ କରି ଉଦ୍ଧବ ଠାକରେ ଏକନାଥ ସିନ୍ଦେ ଏବଂ ବିଜେପିକୁ କଡା ଟାର୍ଗେଟ କରିଥିଲେ । ସେ କହିଛନ୍ତି, ବିଜେପି ମୋତେ ପଛପଟୁ ଛୁରୀ ମାରିଥିଲା । ସେମାନଙ୍କୁ ଶିକ୍ଷା ଦେବା ପାଇଁ ମୁଁ କଂଗ୍ରେସ ଏବଂ ଏନସିପି ସହ ଏକ ମେଣ୍ଟ ଗଠନ କରିଥିଲି ।

ଉଦ୍ଧବ ଠାକରେ କହିଛନ୍ତି ଯେ, ଆମର ବାର୍ଷିକ ପରମ୍ପରା ଅନୁଯାୟୀ ରାବଣ ଦହନ ସମାରୋହ ହୋଇଥାଏ । ହେଲେ ଚଳିତ ବର୍ଷର ରାବଣ କିନ୍ତୁ ଭିନ୍ନ ଅଟେ । ରାବଣ ମଧ୍ୟ ସମୟ ସହିତ ବଦଳିଥାଏ  । ସେ ବର୍ତ୍ତମାନ ପର୍ଯ୍ୟନ୍ତ ୧୦ଟି ମୁଣ୍ଡରେ ଥିଲା । ହେଲେ ଏବେ ତାର କେତୋଟି ମୁଣ୍ଡ ଅଛି ? ସେ ୫୦ ଗୁଣ ଅଧିକ ବିଶ୍ୱାସଘାତକ ହୋଇଯାଇଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋତେ ହସ୍ପିଟାଲରେ ଭର୍ତ୍ତି କରାଗଲା । ଆଉ ଯେଉଁ ଲୋକ ମାନଙ୍କୁ ମୁଁ ରାଜ୍ୟର ଦାୟିତ୍ବ ଦେଲି ସେମାନେ ‘କଟ୍ଟାପା’ ବନିଗଲେ । ଆଉ ମୋତେ ଧୋକା ଦେଲେ । ସେମାନେ ଧୋକା ତ ଦେଲେ ଆଉ ଆଶା କରୁଥିଲେ ଯେ ମୁଁ ଯେମିତି ହସ୍ପିଟାଲରୁ କେବେବି ଆଉ ନଫେରେ ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଶିନ୍ଦେ ମଧ୍ୟ ଦଶହରା ଅବସରରେ ଏକ ରାଲିରେ ସମ୍ବୋଧିତ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଜବାବ ଦେଇଥିଲେ । କହିଥିଲେ ଯେ, ସେ ମୋତେ ‘କଟାପ୍ପା’ ବୋଲି କହିଛନ୍ତି । ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ ‘କାଟାପ୍ପା’ର ମଧ୍ୟ ଆତ୍ମ ସମ୍ମାନ ଥିଲା, ଆପଣଙ୍କ (ଉଦ୍ଧବ ଠାକରେ) ପରି କୌଣସି ଡବଲ୍ ଷ୍ଟାଣ୍ଡାର୍ଡ ନଥିଲା । ଏହା ତୁମର ଘରୋଇ ସୀମିତ କମ୍ପାନୀ ନୁହେଁ । ଶିବସେନା ସେହି ଶିବ ସୈନିକଙ୍କର ଅଟେ, ଯେଉଁମାନେ ଏଥିପାଇଁ ଝାଳ ବୁହାଇଛନ୍ତି । ଆପଣଙ୍କ ପରି ଲୋକମାନଙ୍କ ପାଇଁ ନୁହେଁ ଯେଉଁମାନେ ଏହାକୁ ବିକ୍ରୟ କରିଥିଲେ ।

ସମ୍ବନ୍ଧିତ ଖବର