କାହାର ଫୋନ୍ କଲ୍ ପାଇ ଡେପୁଟି ସିଏମର କଥାକୁ ଆଡ଼େଇ ପାରିଲେନି ଫଡ଼ଣବୀସ, ସାମ୍ନାକୁ ଆସିଲା ତଥ୍ୟ…

ମହାରାଷ୍ଟ୍ର,୨/୭ : ମହାରାଷ୍ଟ୍ର ରାଜନୀତିରେ ଗତ କିଛି ଦିନ ଅସ୍ଥିରତା ଜାରି ରହିଛି । ମାତ୍ର ଏବେ ଏଥିରେ ଧିରେ ଧିରେ ଶାନ୍ତ ପଡ଼ିବାକୁ ଲାଗିଲାଣି । ଏହାରି ଭିତରେ ଏବେ ଗୋଟିଏ ଖବର ସାମ୍ନାକୁ ଆସିଛି ଯାହା ରୋଚକ ପରିସ୍ଥିତି ସୃଷ୍ଟି କରିଛି । ନ୍ୟୁଜ୍ ଏଜେନ୍ସି ଏଏନଆଇର ସୂତ୍ର ମୁତାବକ ମହାରାଷ୍ଟ୍ରରେ ରାଜନୈତିକ ଘଟଣାକ୍ରମର ପ୍ରତିଟି ଖବର ଫଡ଼ଣବୀସଙ୍କ ନିକଟରେ ପହଞ୍ଚୁଥିଲା । ସେ ଶେଷ ସମୟ ପର୍ଯ୍ୟନ୍ତ ବି କୌଣସି ପଦବୀ ନେବାକୁ ରାଜି ନ ଥିଲେ । ମାତ୍ର ଶେଷ ସମୟରେ ପିଏମ ମୋଦୀଙ୍କ ଦୁଇଟି ଫୋନ କଲ୍ ଆସିବା ପରେ ସେ ଏହାକୁ ଟାଳି ପାରି ନ ଥିଲେ ।
ସୂଚନା ମୁତାବକ, ମହାରାଷ୍ଟ୍ରରେ ବିଜେପି ୯୦ପ୍ରତିଶତ ନିଷ୍ପତ୍ତି ଫଡ଼ଣବୀସଙ୍କ ଉପରେ ଛାଡ଼ି ଦେଇଥିଲା । ଏହି କାରଣରୁ ମହାରାଷ୍ଟ୍ର ରାଜନୀତିର ପ୍ରତିଟି ଖବରକୁ ଗତ ୧୫ଦିନ ହେବ ସେ ନଜର ରଖିଥିଲେ । ଖାଲି ଏତିକି ନୁହେଁ ଫଡ଼ଣବୀସ ସରକାରରୁ ବାହାରେ ରହି ସିନ୍ଦେଙ୍କୁ ସମର୍ଥନ ଦେବାକୁ ଚାହୁଁଥିଲେ । ମାତ୍ର କେନ୍ଦ୍ରୀୟ ନେତୃତ୍ବର କଥାକୁ ସେ ଆଡ଼େଇ ପାରି ନଥିଲେ । ସୂତ୍ରରୁ ଜଣାପଡ଼ିଛି କି ଦେବେନ୍ଦ୍ର ଫଡ଼ଣବସୀ ସରକାରରେ କୌଣସି ପଦପଦବୀ ନେବାକୁ ଚାହୁଁ ନ ଥିଲେ । କିନ୍ତୁ ଶେଷ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫଡ଼ଣବୀସଙ୍କୁ ଦୁଇ ଥର କଲ୍ କରିଥିଲେ। ଫଡ଼ଣବୀସ ପିଏମ୍ ମୋଦୀଙ୍କ କଥାକୁ ମନା କରିପାରିନଥିଲେ ଏବଂ ସେ ଡେପୁଟି ସିଏମର ଶପଥ ନେଇଥିଲେ । ଏହାସହ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟ୍ବିଟ କରି ଫଡ଼ଣବୀସଙ୍କୁ ମଧ୍ୟ ଅପିଲ କରିଥିଲେ ।
ବିଜେପିର ଜନୈକ ବରିଷ୍ଠ ନେତା କହିଥିଲେ କି ଦେବେନ୍ଦ୍ର ଫଡ଼ଣବୀସଙ୍କୁ ଦଳ ତରଫରୁ କୌଣସି ପ୍ରକାର ନିର୍ଦ୍ଦେଶ ଦିଆଯାଇନଥିଲା । କାହାକୁ ଜଣାନଥିଲା କି ସେ ସରକାରରେ ଅଂଶୀଦାର ନ ହେବାକୁ ଘୋଷଣା କରିବେ । ମାତ୍ର ଦଳ ତରଫରୁ ତାଙ୍କୁ ନିଜ ନିଷ୍ପତ୍ତି ଉପରେ ପୁନଃର୍ବିଚାର କରିବା ଲାଗି କୁହାଯାଇଥିଲା ।