• ଗାଁର ଜନ୍ମସଂଖ୍ୟା ରିପୋର୍ଟକୁ ଜନ୍ମହାର ଆଶ୍ଚର୍ଯ୍ୟର
  • ୧୫୦୦ ଜନସଂଖ୍ୟାରେ ୩ ମାସରେ ୨୭ ହଜାର ଶିଶୁଙ୍କ ଜନ୍ମ !
  • ଏହି ତଥ୍ୟକୁ ନେଇ ଅଧିକାରୀଙ୍କ ମୁଣ୍ଡ ଘୁରି ଯାଇଛି
  • ଏହି ରେକର୍ଡ ସାଇବର ଫ୍ରଡ୍‌ର ସମ୍ଭାବନା ସୃଷ୍ଟି କରିଛି

ନାଗପୁର : ଏମିତି କଣ ସତରେ ସମ୍ଭବ ଯେ, କୌଣସି ଗାଁରେ ପାଖାପାଖି ୧୫୦୦ ଲୋକ ରହୁ ଥିବେ , କିନ୍ତୁ ୩ ମାସରେ ସେଠାରେ ୨୭ ହଜାର ଶିଶୁଙ୍କ ଜନ୍ମ ହୋଇଥିବ ? ମହାରାଷ୍ଟ୍ରର ୟବତମାଲ ଜିଲ୍ଲାରୁ ନିକଟରେ ଏକ ଏମିତି ମାମଲା ସାମ୍ନାକୁ ଆସିଛି, ଏହାପରେ ଏହି ତଥ୍ୟକୁ ଚାରିଆଡ଼େ ଚର୍ଚ୍ଚା ଚାଲିଛି।

ସୂଚନା ମୁତାବିକ, ୧୫୦୦ ଜନସଂଖ୍ୟା ବିଶିଷ୍ଟ ଏକ ଗାଁରେ କେବଳ ୩ ମାସରେ ୨୭,୩୯୮ ଜନ୍ମ ପଞ୍ଜୀକରଣର ମାମଲା ସାମ୍ନାକୁ ଆସିବା ଦ୍ୱାରା ଅଧିକାରୀ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଅଧିକାରୀମାନେ ଶୁକ୍ରବାର କହିଛନ୍ତି ଯେ, ଅଧିକାରୀମାନେ ବଡ଼ ସ୍ତରରେ ସାଇବର ଠକେଇର ଆଶଙ୍କା ମଧ୍ୟରେ ଯାଞ୍ଚ ଆରମ୍ଭ କରି ଦେଇଛନ୍ତି।

ଏହାସହ ମଧ୍ୟ ପଢନ୍ତୁ : ‘ମାନନୀୟ’ ଶବ୍ଦ ବ୍ୟବହାରକୁ ନେଇ ଆହ୍ଲାବାଦ ହାଇକୋର୍ଟଙ୍କ ଆପତ୍ତି , କହିଲେ ଏହା ସରକାରୀ ଅଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ

ଜିଲ୍ଲା ସୂଚନା ଅଧିକାରୀଙ୍କ ଦ୍ୱାରା ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ଏହି ଗଡ଼ବଡ଼ ସ୍ୱାସ୍ଥ୍ୟ ବିଭାଗର ଏକ ସତର୍କତା ଅଭିଯାନ ବେଳେ ସାମ୍ନାକୁ ଆସିଛି। ଅଧିକାରୀମାନେ କହିଛନ୍ତି ଯେ, ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ଅବୈଧ ଓ ବିଳମ୍ୱରେ ଜନ୍ମ-ମୃତ୍ୟୁ ପଞ୍ଜୀକରଣ ବାତିଲ କରିବାକୁ ଯାଞ୍ଚର ସଦ୍ୟତମ ଆଦେଶ ପରେ , ବିଭାଗ ସେପ୍ଟେମ୍ୱର ଓ ନଭେମ୍ୱର ମଧ୍ୟରେ ରେକର୍ଡର ଯାଞ୍ଚ କରିବା ପାଇଁ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା।

ଏହି ସମୟରେ ଆର୍ଣ୍ଣି ତାଲୁକାଙ୍କ ସେନ୍ଦୁରସନି ଗ୍ରାମ ପଞ୍ଚାୟତର ଜନ୍ମ-ମୃତ୍ୟୁ ପଞ୍ଜୀକରଣ ସିଷ୍ଟମରେ ରୁଜୁ ଡାଟା ତାଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ସୂଚନା ଅଧିକାରୀମାନେ କହିଛନ୍ତି ଯେ, ତିନି ମାସର ଅବଧିରେ ୨୭,୦୦୦ରୁ ଅଧିକ ଶିଶୁଙ୍କ ଜନ୍ମ ପଞ୍ଜୀକୃତ କରାଯାଇଛି। ଏତେ ବଡ଼ ସଂଖ୍ୟାରେ ରେକର୍ଡର ଗଡ଼ବଡ଼କୁ ଗୁରୁତର ମାମଲା କହି ଏକ ଯାଞ୍ଚ କମିଟିର ଗଠନ କରାଯାଇ ଥିଲା।

ଯାଞ୍ଚରେ ଏହି ନିଷ୍ପର୍ଷ ବାହାର କରାଯାଇଛି ଯେ, ୨୭,୩୯୮ ବର୍ଥ ରେକର୍ଡରୁ ୨୭,୩୯୭ ଓ ୭ ମୃତ୍ୟୁ ରେକର୍ଡ ସେହି ପଞ୍ଚାୟତ ଅଞ୍ଚଳର ହିଁ ନୁହେଁ ଏବଂ ସନ୍ଦେହଜନକ ଓ ଗ୍ରାମ ପଞ୍ଚାୟତ ମାଧ୍ୟମରେ ଏତେ ବଡ଼ ସଂଖ୍ୟାରେ ପଞ୍ଜୀକରଣ ହେବା ଅସମ୍ଭବ। ଏହାପରେ ମାମଲାକୁ ଟେକ୍ନିକାଲି ଯାଞ୍ଚ ପାଇଁ ପୁନେର ସ୍ୱାସ୍ଥ୍ୟ ସେବାର ଉପ ନିର୍ଦ୍ଦେଶକଙ୍କୁ ପଠାଯାଇଛି। ଏହାପରେ ଏହି କଥା ସାମ୍ନାକୁ ଆସିଛି ଯେ, ସେନ୍ଦୁରସନି ଗ୍ରାମ ପଞ୍ଚାୟତର ସିଆରଏସ (ସିଭିଲ ପଞ୍ଜୀକରଣ ପ୍ରଣାଳୀ) ଆଇଡି  ମୁମ୍ୱାଇରୁ ମ୍ୟାପ୍‌ କରାଯାଇ ଥିଲା।

୧୧ ଡିସେମ୍ୱରରରେ ମିଳିଥିବା ଏକ ଟେକ୍ନିକାଲ ଯାଞ୍ଚ ରିପୋର୍ଟ ମୁତାବିକ, ଏହି ରେକର୍ଡ ସାଇବର ଫ୍ରଡ୍‌ର ସମ୍ଭାବନା ପରିସରରେ ଆସୁଛି ଏବଂ ଏହି ସମ୍ୱନ୍ଧରେ ୟବତମାଲର ସିଟି ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି।