PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ରାତି ଅଧରେ ଶ୍ମଶାନରେ କଟାହେଲା କେକ୍, ୧୦୦ ଅତିଥି ଖାଇଲେ ବିରିୟାନୀ

ଥାନେ,୨୪।୧୧: ଦେଶ ଦୁନିଆରେ ଯେ କୌଣସି ଧର୍ମର ହୁଅନ୍ତୁ ନାହିଁ କାହିଁ, ନିଜର ଜନ୍ମଦିନକୁ ଖାସ୍‌ ଢଙ୍ଗରେ ପାଳନ କରିବାକୁ ପସନ୍ଦ କରନ୍ତି। ବହୁ ଲୋକ ଏହି ଦିନ ମନ୍ଦିର ଯାଇ ଭଲ ଜୀବନ ପାଇଁ ଇଶ୍ବରଙ୍କୁ ପ୍ରାର୍ଥନା କରିଥାନ୍ତି। କେବେ କୌଣସି ଶୁଭକାମ ପାଇଁ ଲୋକେ ନିଜର ଜନ୍ମଦିନ ତାରିଖ ମଧ୍ୟ ଚୟନ କରିଥାନ୍ତି। ଭାରତରେ ଏବେ କେକ୍ କାଟିବାର ଟ୍ରେଣ୍ଡ ମଧ୍ୟ ଦିନକୁ ଦିନ ବଢି ଚାଲିଛି। ନଚେତ ତା ପୂର୍ବରୁ ପାରମ୍ପାରିକ ଢଙ୍ଗରେ ପାଳନ କରାଯାଉଥିଲା।  ମନ୍ଦିର, ଘର କିମ୍ବା ରେଷ୍ଟୁରାଣ୍ଟରେ ଜନ୍ମଦିନ ପ୍ରାୟତଃ ପାଳନ କରାଯାଏ। ତେବେ ମହାରାଷ୍ଟ୍ରର ଥାନେରେ ଜଣେ ବ୍ୟକ୍ତି ଶ୍ମଶାନରେ ନିଜର ଜନ୍ମଦିନ ପାଳନ କରିଛନ୍ତି। ଏହି ବ୍ୟକ୍ତି ଜଣକ ଯେଉଁଭଳି ଭାବରେ ଜନ୍ମଦିନ ପାଳନ କରିଛନ୍ତି ତାହା ଖୁବ୍ ଆଶ୍ଚର୍ଯ୍ୟକର ଥିଲା। ଥାନେର କଲ୍ୟାଣ ସହରରେ ରହୁଥିବା ୫୪ ବର୍ଷୀୟ ଗୌତମ ରତନ ମୋନେ ଶ୍ମଶାନରେ ନିଜର ଜନ୍ମଦିନ ପାଳନ କରିଛନ୍ତି।

ମୋରେ ୧୯ ନଭେମ୍ବରରେ ମୋହନ ଶ୍ମଶାନ ଘାଟରେ ନିଜ ଜନ୍ମଦିନ ପାର୍ଟି ଆୟୋଜନ କରିଥିଲେ।ଅଧା ରାତିରେ ଜନ୍ମଦିନ ପାଳନ କରିବା ସହ ସେଠାରେ ଭୋଜି ଭାତ ସହିତ କେକ୍ ଓ ବିରିୟାନୀ ମଧ୍ୟ ଅତିଥିଙ୍କୁ ଖାଇବାକୁ ଦିଆଯାଇଥିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଭୋଜିରେ ୧୦୦ ରୁ ଅଧିକ ଲୋକ ଯୋଗ ଦେଇଥିଲେ। ସେମାନେ ଭିତରେ ମହିଳା ଓ ଶିଶୁ ମଧ୍ୟ ଥିଲେ।

ନିଜର ଜନ୍ମଦିନ ଅବସରରେ ଗଣମାଧ୍ୟମ ଆଗରେ ମୋରେ କହିଥିଲେ, ତାଙ୍କର ଜନ୍ମଦିନରେ ୪୦ ମହିଳା ଓ ଶିଶୁଙ୍କ ସହିତ  ୧୦୦ ରୁ ଅଧିକ ଲୋକ ଯୋଗ ଦେଇଥିଲେ। ତାଙ୍କୁ ପ୍ରସିଦ୍ଧ ସମାଜସେବୀ ସିନ୍ଧୁତାଇ ସପକାଲ ଓ ପ୍ରସିଦ୍ଧ ତର୍କବାଦୀ ସ୍ବର୍ଗୀୟ ନରେନ୍ଦ୍ର ଦାଭୋଲକରଙ୍କଠାରୁ ଏଭଳି ଆୟୋଜନ କରିବାର ପ୍ରେରଣା ମିଳିଥିଲା, ଯିଏକି କଳାଯାଦୁ ଓ ଅନ୍ଧ ବିଶ୍ବାସ ବିରୋଧରେ ଅଭିଯାନ ଚଳାଇଥିଲେ। ସେ କହିଛନ୍ତି, ଲୋକଙ୍କୁ ଏଭଳି ବାର୍ତ୍ତା ଦେବାକୁ ଚାହେଁ ଯେ, ଶ୍ମଶାନ ଘାଟ ଓ ଏଭଳି ଅନ୍ୟ ସ୍ଥାନରେ କୌଣସି ଭୂତ-ପ୍ରେତ ନଥାନ୍ତି। ବ୍ୟାକଗ୍ରାଉଣ୍ଡରେ ଏକ ବଡ ବ୍ୟାନର ଓ କେକ୍ କାଟିବା ସହିତ ମୋରେ ଜନ୍ମଦିନ ଉତ୍ସବର ଭିଡିଓ ବୁଧବାର ସୋସିଆଲ ମିଡିଆରେ ସେୟାର କରିଥିଲେ। ଏହାପରେ ସେ ଚର୍ଚ୍ଚାର ପରିସରକୁ ଆସି ଯାଇଛନ୍ତି।

ସମ୍ବନ୍ଧିତ ଖବର