ପ୍ରମୂଖ ଖବର
  • ଅପରେସନ୍ ସିନ୍ଦୂରରେ ନେଇ ପ୍ରେସମିଟି, ପିଏଲ୍- ୧୫ ବ୍ୟବହାର କରିଥିଲା ପାକିସ୍ତାନ
  • ||
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

କାଳୀକୃଷ୍ଣ ସଂଘ ତରଫରୁ ସୈନିକଙ୍କ ଉଦ୍ଦେଶ୍ୟରେ ମହାବିଷ୍ଣୁ ଯଜ୍ଞ

Published By : Prameya | May 12, 2025 5:04 PM

ଭବାନୀପାଟଣା,୧୨।୫: ସୈନିକ ଦେଶର ରକ୍ଷା କବଚ। ତାଙ୍କର ସୁରକ୍ଷା ଓ ମନୋବଳ ବୃଦ୍ଧି କରିବା ସମସ୍ତଙ୍କର କର୍ତ୍ତବ୍ୟ। ସୈନିକମାନଙ୍କର ବଳିଦାନ ,ନିଷ୍ଠା ଓ ତ୍ୟାଗ ଦେଶବାସୀଙ୍କୁ ଗର୍ବିତ କରିଥାଏ। ପ୍ରତ୍ୟେକ ଭାରତୀୟ ନିଜର ସୈନିକମାନଙ୍କର ପାଇଁ ଗର୍ବ କରିଥାଏ। ଗତ ପହେଲଗାମ ହତ୍ୟାକାଣ୍ଡରେ ନିହତ ମାନଙ୍କର ପାଇଁ କାଳୀକୃଷ୍ଣ ସଂଘ ତରଫରୁ ଅମର ଆତ୍ମାର ସଦଗତି ପ୍ରଦାନ ପାଇଁ ନିରବ ପ୍ରାର୍ଥନା ଓ ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ ପାଇଁ ପ୍ରତିବାଦ କରାଯାଇଥିଲା।

ସଦଗୁରୁଦେ ସତ୍ୟାନନ୍ଦ ସରସ୍ଵତୀ ମହାରାଜଙ୍କ ପ୍ରତିଷ୍ଠିତ କାଳୀକୃଷ୍ଣ ତରଫରୁ ପୂଜ୍ୟଶ୍ରୀ ଜଗଦାନନ୍ଦଜୀ ମହାରାଜଙ୍କ ମାର୍ଗଦର୍ଶନରେ କାଳୀକୃଷ୍ଣ ସଂଘ ଭବାନୀପାଟଣା ଶାଖା ଆନୁକୁଲ୍ୟରେ ବାଲାଜି ମନ୍ଦିର ପରିସର ଭବାନୀପାଟଣା ଠାରେ ଏକ କୁଣ୍ଡୀୟ ମହାବିଷ୍ଣୁ ଯଜ୍ଞ ଆୟୋଜିତ ହୋଇଯାଇଛି। ସଂଘ ପ୍ରମୁଖ ପୂଜ୍ୟଶ୍ରୀ ଜଗଦାନନ୍ଦଜୀ ମହାରାଜ ଦିବ୍ୟ ପ୍ରବଚନ ମାଧ୍ୟମରେ କହିଛନ୍ତି ଭଗବାନ ଶ୍ରୀକୃଷ୍ଣ ଚନ୍ଦ୍ରଙ୍କର ଚକ୍ର  ଓ ମାଁ କାଳୀଙ୍କର ଶକ୍ତି ଭାରତୀୟ ସୈନିକ ମାନଙ୍କର ସୁରକ୍ଷା କରିବ, ମହାବିଷ୍ଣୁ ଯଜ୍ଞର ଉର୍ଜା ଭାରତୀୟ ସୈନିକଙ୍କ ମନୋବଳ ବଢ଼ାଇବା ସହ ବିରତ୍ବ, ଶକ୍ତି, ଧର୍ଯ୍ୟ , ଧିଶକ୍ତି, ପରାକ୍ରମ ପ୍ରଦାନ କରିବ ବୋଲି କହାଛନ୍ତି। ନୃସିଂହ ଚତୁର୍ଦ୍ଦଶୀରେ ମହାବିଷ୍ଣୁ ଯଜ୍ଞ ପାଇଁ ଏକ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇ ଅଧିବାସ କର୍ମ ଅନୁଷ୍ଠିତ ହୋଇଥିଲା। ପବିତ୍ର ବୁଦ୍ଧ ପୂର୍ଣ୍ଣିମାରେ ମହାବିଷ୍ଣ, ସୁଦର୍ଶନ, ଭାରତ ମାତାର ପୂଜନ ,  ବୈଦିକ ମନ୍ତ୍ରରେ ଘୃତାହୁତି ପ୍ରଦାନ କରି ଶାନ୍ତି, ମୈତ୍ରୀ, ସଦଭାବନା ପାଇଁ ପ୍ରାର୍ଥନା ପରେ ମହାବିଷ୍ଣୁ ଯଜ୍ଞର ପୂର୍ଣ୍ଣାହୁତି କରାଯାଇଥିଲା। କାଳୀକୃଷ୍ଣ ସଂଘର ପୁସ୍ତାକାଚାର୍ଯ୍ୟ ଅଭୟାନନ୍ଦ, ବରିଷ୍ଠ ଆଚାର୍ଯ୍ୟ ତୋଷାନନ୍ଦ, ଆଚାର୍ଯ୍ୟ ଯାମିନୀ କାନ୍ତ ପାଢୀ ପୂଜନ ହବନ କରିଥିଲେ। ଏହି ଅବସରରେ ମୂଖ୍ୟ ସଂଘର କାର୍ଯ୍ୟକର୍ତ୍ତା , କାଳୀକୃଷ୍ଣ ବାହିନୀ , ପ୍ରଜ୍ଞା ବାହିନୀ,ମିଡିଆ ସେଲ , କଳାହାଣ୍ଡି ଓ ନବରଙ୍ଗପୁର ଶାଖା ସଂଘର ଭାଇ, ଭଉଣୀ ଓ ଶୁଭେଚ୍ଛୁ ମାନେ ଉପସ୍ଥିତ ରହିଥିଲେ। ଯଜମାନ ଭାବରେ ପ୍ରଶାନ୍ତ ଦାଶ ଓ ଆଲ୍କାଦିନି ଦାଶ ଯଜ୍ଞର ଯଜମାନ ଭାବରେ ବସିଥିବାବେଳେ ଭବାନୀପାଟଣା ଶାଖା ସଂଘର ସଭାପତି ନବ କାଶୋର ମୁଣ୍ଡ, ସଂପାଦକ ଜଗନ୍ନାଥ ମୁଣ୍ଡ, ବିଶ୍ଵନାଥ ପଣ୍ଡା, ରାଜୁ ଦାଶ, ସୁଶାନ୍ତ କୁମାର ମୁଣ୍ଡ, ସୁଧୀର ଖାନସମା, ଗୋପାଳ ଚନ୍ଦ୍ର ଠାକୁର, ଆଶୁତୋଷ ବେହେରା, ସନ୍ତୋଷ ବେହେରା, ଭୁଜବଲ ରଣା ମହାବିଷ୍ଣୁ ଯଜ୍ଞ ପରିଚାଳନାରେ ସହଯୋଗ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.