କୌଣସି ବଡ଼ ହସ୍ପିଟାଲ ନୁହେଁ ମାତ୍ର ୪୦ ଟଙ୍କାରେ ଆଣ୍ଠୁ ସମସ୍ୟାର ଚିକିତ୍ସା କରୁଛନ୍ତି ଧୋନି, ଗଛ ମୂଳରେ ବୈଦ କରୁଛନ୍ତି ଚିକିତ୍ସା

ରାଞ୍ଚି,୧।୭: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କ ଆଣ୍ଠୁରେ ଯନ୍ତ୍ରଣା ଜନିତ ସମସ୍ୟା ରହିଛି। ନିଜର ଏହି ସମସ୍ୟା ପାଇଁ ଧୋନି କୌଣସି ବଡ ହସ୍ପିଟାଲରେ ଚିକିତ୍ସିତ ହେଉନାହାନ୍ତି, ବଂର ଝାଡଖଣ୍ଡର ରାଜଧାନୀ ରାଞ୍ଚି ପାଖରେ ଥିବା ଏକ ଗାଁରେ ଚିକିତ୍ସା କରୁଛନ୍ତି। ସବୁଠାରୁ ବଡ କଥା ହେଲା ଧୋନିଙ୍କର ଚିକିତ୍ସା କରୁଥିବା ବୈଦ ଜଣଙ୍କର କୌଣସି ବଡ କ୍ଲିନିକ ନାହିଁ। ସେ ଗଛ ମୂଳରେ ବସି ରୋଗୀଙ୍କର ଚିକିତ୍ସା କରନ୍ତି। ଏହି ବୈଦ ଜଣକ ସ୍ଥାନୀୟ ଅଞ୍ଚଳରେ ଖୁବ୍ ପ୍ରଖ୍ୟାତ। ଜଙ୍ଗଲି ଜଡି-ବୁଟି ଓ ପାରମ୍ପାରିକ ପଦ୍ଧତିରେ ସେ ରୋଗୀଙ୍କ ଚିକିତ୍ସା କରନ୍ତି। ଔଷଧର ପ୍ରତି ଡୋଜ୍ ପାଇଁ ସେ ପ୍ରତି ରୋଗୀଙ୍କଠାରୁ ୨୦ ଟଙ୍କା ଲେଖାଏଁ ଫି’ ନେଇଥାନ୍ତି ଓ ୨୦ ଟଙ୍କା ନିଜର ଫି’ ନେଇଥାନ୍ତି। ଧୋନିଙ୍କଠାରୁ ମଧ୍ୟ ସେତିକି ଟଙ୍କା ନେଇଥାନ୍ତି।
ରାଞ୍ଚିଠାରୁ ପ୍ରାୟ ,୮୦ କିଲୋମିଟର ଦୂର ଲାପୁଙ୍ଗର ଗଲଗଲି ଧାମରୁ ଦେଶୀ ଗାଇ କ୍ଷୀର, ଗଛର ଛାଡି ଓ ବହୁ ଜଡିବୁଟିରୁ ତିଆରି ଔଷଦ ତିଆରି କରାଯାଏ। ମହେନ୍ଦ୍ର ସିଂହ ଧୋନି ଏପର୍ଯ୍ୟନ୍ତ ୪ଥର ସେଠାକୁ ଆସି ଡୋଜ୍ ନେଇସାରିଛନ୍ତି। ତାଙ୍କ ବାପା-ମାଙ୍କୁ ମଧ୍ୟ ଏଠାରୁ ଔଷଧ ଦିଆଯାଉଛି। ବୈଦ ଚନ୍ଦନ ସିଂହ ଖେରଓ୍ବାରଙ୍କ ପାଖକୁ ବହୁ ରାଜ୍ୟରୁ ଲୋକ ଏଠାକୁ ଔଷଧ ନେବାକୁ ଆସିଥାନ୍ତି। କୁହାଯାଉଛି ଯେ, ବୈଦଙ୍କ ଔଷଧ ଖାଇବା ପରେ ଧୋନି ଖୁବ୍ ଆରାମ ମିଳିଛି। ରୋଗୀଙ୍କର କହିବା ଅନୁସାରେ, ବୈଦ ଖେରଓ୍ବାରଙ୍କ ଔଷଧ ପିଇବା ପରେ ଆଣ୍ଠୁ ଦରଜ ସବୁବେଳ ପାଇଁ ଠିକ୍ ହୋଇଯାଇଥାଏ। ଆମେମାନେ ବୈଦଙ୍କ ପାଇଁ ଯେଉଁ ଔଷଧ ଖାଉଛୁ, ସେଥିରେ ଖୁବ୍ ସନ୍ତୁଷ୍ଟ ଅଛୁ। ଧୋନି ସେଠାକୁ ଆସିବାର ଖବର ଅନୁସାରେ, ଗାଁ ଲୋକଙ୍କର ପ୍ରବଳ ଭିଡ ଲାଗିଯାଇଥିଲା। ଏହି କାରଣରୁ ସେ ଗାଁକୁ ଯାଇ ଗାଡି ଭିତରେ ବସିଥାନ୍ତି ଓ ଔଷଧ ନେଇକି ଚାଲିଯାଇଛନ୍ତି। ଗତ ଏକ ମାସ ଭିତରେ ଗାଁର ବହୁ ଲୋକ ଧୋନିଙ୍କ ସହ ଫଟୋ ଉଠାଇଛନ୍ତି।