ମହେଶ ଆନନ୍ଦଙ୍କ ପରଲୋକ

ମୁମ୍ବାଇ,୯ ।୨(ଏଜେନ୍ସି): ବଲିଉଡ ଅଭିନେତା ମହେଶ ଆନନ୍ଦଙ୍କର ଆଜି ପରଲୋକ ଘଟିଛି । ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁର କାରଣ ଜଣାପଡି ନାହିଁ । ବର୍ସୋଭାସ୍ଥିତ ତାଙ୍କ ଘରୁ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କୁପର ହସ୍ପିଟାଲକୁ ପଠାଇଛି । ଅଶୀ ଓ ନବେ ଦଶକରେ ଭିଲେନ (ଖଳନାୟକ) ଚରିତ୍ରରେ ଅଭିନୟ କରି ସେ ବେଶ୍ ଚର୍ଚ୍ଚିତ ହୋଇଥିଲେ ।

ଚଳିତବର୍ଷ ଜାନୁଆରୀ ୧୮ରେ ମୁକ୍ତିଲାଭ କରିଥିବା ଗୋବିନ୍ଦାଙ୍କ ‘ରଙ୍ଗୀଲା ରାଜା’ରେ ତାଙ୍କୁ ଦେଖିବାକୁ ମିଳିଥିଲା । କୁରୁକ୍ଷେତ୍ର, ସ୍ୱର୍ଗ, କୁଲି ନମ୍ବର-୧, ବିଜେତା, ଶେହନ୍ସାହା, ଥାନେଦାର, ବିଶ୍ୱାତ୍ମା, ଖୁଦ୍ଦାର, ମଜବୁର, ଅନ୍ଦାଜ, ଆଗ କା ଗୋଲା ଆଦି ଅନେକ ଫିଲ୍ମରେ ସେ ଅଭିନୟ କରିଥିଲେ । ୧୮ ବର୍ଷ ହେଲା ତାଙ୍କୁ ଫିଲ୍ମରେ ସୁଯୋଗ ମିଳୁନଥିବାରୁ ଆର୍ଥିକ ଅନଟନ ଦେଇ ଗତି କରୁଥିଲେ ।