PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଏମ୍ବାଟୁର : ବେଙ୍ଗାଲୁରରୁ ମାଳଦ୍ୱୀପର ମାଲେ ଯାଉଥିବା ଗୋ ଫାଷ୍ଟ ବିମାନର ଜରୁରୀ ଅବତରଣ, ୯୨ ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ତାତି ଗଲା ଇଞ୍ଜିନ
  • ||
  • ଉଦୟପୁର : ଉଦୟପୁର କହ୍ନୈୟାଲାଲ ହତ୍ୟାକାଣ୍ଡରେ କଥିତ ଷଡ଼ଯନ୍ତ୍ରକାରୀ ମୁସ୍ଲିମ୍ ଖାନକୁ ଗିରଫ କଲା ଏଏନଆଇ
  • ||
  • ଅନନ୍ତନାଗ : ଜମ୍ମୁ-କଶ୍ମୀରର ଅନନ୍ତାଗରେ ପୁଲିସ୍ ଓ ସିଆରପିଏଫ ଯବାନଙ୍କ ମଳିତ ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ, ଆହତ ପୋଲିସ କର୍ମୀ ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଏକ ଦଳ ମାଲେସିଆ ଗସ୍ତରେ ଯାଇଛନ୍ତି, ଏହି ଦଳ ଦୁଇଦେଶ ମଧ୍ୟରେ ଦ୍ବିପାକ୍ଷୀକ ଯୁଦ୍ଧାଭ୍ୟାସକୁ ନେଇ ଆୟୋଜିତ କାର୍ଯ୍ୟକ୍ରମ ‘ଉଦାରଶକ୍ତି’ରେ ଭାଗ ନେବେ
  • ||
  • ମୋହନା : ସଂଗଠନ ଛାଡ଼ିଥିବା ମାଓବାଦୀ ପ୍ରଫୁଲ୍ଲ ପରିଚ୍ଛାକୁ ଗିରଫ କଲା ଅଡ଼ବା ପୋଲିସ, ଥାନାରେ ରହିଛି ୭ ମାମଲା
  • ||
  • ବୌଦ୍ଧ : ବୌଦ୍ଧ ୫୭ନଂ ଜାତୀୟ ଖୁଣ୍ଟବନ୍ଧ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ
  • ||
  • ଭୁବନେଶ୍ବର : ପିପିଲି ଟୋଲ ପ୍ଲାଜା ନିକଟରେ ଓଲଟିଲା ବସ୍, ଜଣେ ମୃତ ଓ ୨୦ଆହତ
  • ||
  • ନୟାଗଡ଼ : ବାଘ ଶୀକାର କରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ୫ ବର୍ଷ ପରେ ଧରାପଡ଼ିଲା ବାଘ ଶିକାରୀ
  • ||
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

କମଲ ହାସନଙ୍କ ‘ବିକ୍ରମ’କୁ ନେଇ ମହେଶ ବାବୁଙ୍କ ରିଆକ୍ସନ୍, ଟ୍ୱିଟ୍ କରି ଏମିତି କିଛି କହିଦେଲେ ଅଭିନେତା

ନୂଆଦିଲ୍ଲୀ ୦୪/୦୭: ସାଉଥ୍ ସୁପରଷ୍ଟାର କମଲ ହାସନଙ୍କ ଫିଲ୍ମ ‘ବିକ୍ରମ’କୁ ସମସ୍ତେ ପ୍ରଶଂସା କରୁଛନ୍ତି। ଫିଲ୍ମଟି ବକ୍ସ ଅଫିସରେ କମାଲ ଦେଖାଇଛି। ବର୍ତ୍ତମାନ ସୁପରଷ୍ଟାର ମହେଶ ବାବୁ ମଧ୍ୟ ଏହି ଫିଲ୍ମର ପ୍ରଶଂସା କରିଛନ୍ତି। ଫିଲ୍ମକୁ ପ୍ରଶଂସା କରି ମହେଶ ବାବୁ କହିଛନ୍ତି, ଏହା ଏକ ଆଧୁନିକ କ୍ଲାସିକ୍। କେବଳ ଏତିକି ନୁହେଁ ସୋସିଆଲ ମିଡିଆରେ ଟ୍ୱିଟ୍ କରି ନିର୍ଦ୍ଦେଶକ ଲୋକେଶ କାନାଗରାଜଙ୍କୁ ଭେଟିବାକୁ ଅଭିନେତା ଇଚ୍ଛା ପ୍ରକାଶ କରିଛନ୍ତି।

ମହେଶ କହିଛନ୍ତି, “ମୁଁ ‘ବିକ୍ରମ’ର ସମ୍ପୂର୍ଣ୍ଣ ପ୍ରକ୍ରିୟା ବିଷୟରେ ଆଲୋଚନା କରିବାକୁ ଚାହୁଁଛି। ଏହାଠାରୁ ଭଲ ଅଭିନୟ କିଛି ହୋଇପାରିବ ନାହିଁ। ଆପଣଙ୍କ ଉପରେ ମନ୍ତବ୍ୟ ଦେବାକୁ ମୁଁ ଅଯୋଗ୍ୟ। ମୁଁ କେବଳ ଏତିକି କହିପାରେ, ଆପଣଙ୍କର ସବୁଠୁ ବଡ ପ୍ରଶଂସକ ଭାବରେ ଏହା ମୋର ଗର୍ବର ମୂହୁର୍ତ୍ତ ଥିଲା। ସାର୍ ଏବଂ ଆପଣଙ୍କ ଚମତ୍କାର ଟିମକୁ ଅଭିନନ୍ଦନ।”

ଏସବୁ ସହିତ ମହେଶ ବାବୁ ଅନିରୁଦ୍ଧଙ୍କୁ ସଙ୍ଗୀତ ପାଇଁ ପ୍ରଶଂସା କରିଛନ୍ତି। ଅଭିନେତା କହିଛନ୍ତି ବିଜୟ ସେତୁପତୀ ଏବଂ ଫାହଦ୍ ଫାସିଲଙ୍କ ଅଭିନୟ ଚମତ୍କାର ଥିଲା। ୱାର୍କ ଫ୍ରଣ୍ଟରେ ମହେଶ ବାବୁ ତ୍ରିଭିକ୍ରମ ଶ୍ରୀନିବାସଙ୍କ ନିର୍ଦ୍ଦେଶନାରେ ତାଙ୍କ ଆଗାମୀ ଫିଲ୍ମର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ‘ବିକ୍ରମ’ ଜୁଲାଇ ୮ ରେ ଡିଜନି ପ୍ଲସ୍ ହଟଷ୍ଟାରରେ OTT ରିଲିଜ୍ ହେବ।