ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ମହାଶ୍ୱେତାଙ୍କୁ ‘ନିତାଇ ପାଲିତ ପୁରସ୍କାର’

କଟକ,୧୩ା୧(ବ୍ୟୁରୋ): ଓଡି଼ଶାର ପୁରାତନ ଲୋକପ୍ରିୟ ସିନେମା ପତ୍ରିକା ‘ଚଳଚ୍ଚିତ୍ର ଜଗତ’ର ୪୩ତମ ବାର୍ଷିକୋତ୍ସବ ଓ ପ୍ରତିଭା ସମ୍ମାନ ପ୍ରଦାନ ଉତ୍ସବ ସହିଦ୍ ଭବନରେ ଅନୁଷ୍ଠିତ ହୋଇଯାଇଛି । ଚଳଚ୍ଚିତ୍ର ଜଗତର ଉପଦେଷ୍ଟା ତଥା ନିର୍ତାର ନିର୍ଦ୍ଦେଶକ ଡ. ଶକ୍ତିପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଅଭିନେତା ତଥା ସାଂସଦ ପ୍ରଶାନ୍ତ ନନ୍ଦ, ସାଂସଦ ସିଦ୍ଧାନ୍ତ ମହାପାତ୍ର, ଅତିରିକ୍ତ ଶାସନ ସଚିବ ଦିଲ୍ଲୀପ ରାଉତରାଏ, ଏନ୍.ଟି.ପି.ସି ବିତ୍ତ ନିର୍ଦ୍ଦେଶକ କୁଳମଣି ବିଶ୍ୱାଳ, ପ୍ରଫେସର ଡ. ବୈଷ୍ଣବ ଚରଣ ସିଂ ପ୍ରମୁଖ ଯୋଗଦେଇ ଚଳଚ୍ଚିତ୍ର ଜଗତର ଏହି ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲେ । ଉତ୍ସବ ଅବସରରେ ବିଶିଷ୍ଟ ଅଭିନେତ୍ରୀ ମହାଶ୍ୱେତା ରାୟଙ୍କୁ ‘ନିତାଇ ପାଲିତ’ପୁରସ୍କାର ସହ ୧୦ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଥିଲା । ସେହିଭଳି ସର୍ବକୁଶଳୀ କଳାକାର ପାଇଁ ଭାବେ ପ୍ରଶାନ୍ତ ନନ୍ଦଙ୍କୁ , ବରିଷ୍ଠ ପ୍ରଯୋଜକ ଓ ଚଳିଚ୍ଚିତ୍ର ସଂରକ୍ଷକ ବାପୁ ଲେଙ୍କାଙ୍କୁ ‘ଭୀମ ସିଂ ସ୍ମାରକୀ ସମ୍ମାନ’ ଓ ଲକ୍ଷ୍ମୀଧର ଦାସଙ୍କୁ ‘ସତ୍ୟନାରାୟଣ ଅଗ୍ରୱାଲ୍ ସ୍ମାରକୀ ସମ୍ମାନ’ରେ ସମ୍ମାନିତ କରାଯାଇଛି । ଏହାସହ ପ୍ରତ୍ୟେକଙ୍କୁ ୧୦ହଜାରଟଙ୍କା ଅର୍ଥରାଶି ପୁରସ୍କୃତ କରାଯାଇଛି ।
ଉତ୍ସବ ଅବସରରେ ଅନୁଭବ ମହାନ୍ତିଙ୍କୁ ‘ଶ୍ରେଷ୍ଠ ନାୟକ’, ଶିବାନୀ ସଂଗୀତାଙ୍କୁ ‘ଅମୀୟ ପ;ନାୟକ ସ୍ମାରକୀ ଶ୍ରେଷ୍ଠ ନାୟିକା’, ସୌମ୍ୟକାନ୍ତ ଖଣ୍ଡେଇଙ୍କୁ ‘ଉଦୟନାଥ ମିଶ୍ର ସ୍ମାରକୀ ଶ୍ରେଷ୍ଠ କାହାଣୀକାର ସମ୍ମାନ, କୁନା ତ୍ରିପାଠୀଙ୍କୁ ‘ସୁରେନ୍ଦ୍ର ସାମନ୍ତରାୟ ସ୍ମାରକୀ ଶ୍ରେଷ୍ଠ ପାଶ୍ୱର୍ ଅଭିନେତା’, ଡ. ରଜନୀ ରଞ୍ଜନଙ୍କୁ ‘ଡ. ସୁବୋଧ ପ;ନାୟକ ସ୍ମାରକୀ ଶ୍ରେଷ୍ଠ ସଂଳାପକାର’, ସୌମ୍ୟକାନ୍ତ ଖଣ୍ଡେଇଙ୍କୁ ‘ରାଧାକୃଷ୍ଣ ପ୍ରଧାନ ସ୍ମାରକୀ ଶ୍ରେଷ୍ଠ ଚରିତ୍ର ଅଭିନେତା’, ଆକାଶ ଦାସ ନାୟକଙ୍କୁ ‘ରଘୁନାଥ ତ୍ରିପାଠୀ ସ୍ମାରକୀ ଶ୍ରେଷ୍ଠ ହାସ୍ୟାଭିନେତା’, ଅରୁଣ ମନ୍ତ୍ରୀଙ୍କୁ ‘ଶ୍ରେଷ୍ଠ ଗୀତିକାର’, ବସନ୍ତ ସାହୁ ଓ ଅଶୋକ ପତିଙ୍କୁ ‘ଶ୍ରେଷ୍ଠ ନିର୍ଦ୍ଦେଶକ’, ଇଲୁ ବାନାର୍ଜୀଙ୍କୁ ‘ଶ୍ରେଷ୍ଠ ଖଳନାୟକ’, ଶ୍ରୀତମ ଦାସଙ୍କୁ ‘ଦୁଃଖିରାମ ସ୍ୱାଇଁ ସ୍ମାରକୀ ଖଳନାୟକ’, ବୈଦ୍ୟନାଥ ଦାଶଙ୍କୁ ‘ପ୍ରେମଶୀଳା ଦାଶ ସ୍ମାରକୀ ଅକ୍ଷୟ ମହାନ୍ତି ପୁରସ୍କାର ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେହିଭଳି ସ୍ୱୟଂ ପ୍ରଭାସ ପାଢୀଙ୍କୁ ‘ଚିତ୍ତ ଜେନା ସ୍ମାରକୀ ଶ୍ରେଷ୍ଠ ପ୍ରଚ୍ଛଦପ; ଗାୟକ’, ଦିପ୍ତୀରେଖା ପାଢୀଙ୍କୁ ‘ଶ୍ରେଷ୍ଠ ପ୍ରଚ୍ଛଦପ; ଗାୟିକା’ ଭାବେ ପୁରସ୍କୃତ କରାଯାଇଛି । ଓଡି଼ଆ ଚଳଚ୍ଚିତ୍ର ‘ଜୀବନର ଚଲାପଥେ’କୁ ‘ଦେବବ୍ରତ କର ସ୍ମାରକୀ ଶ୍ରେଷ୍ଠ ଚଳଚ୍ଚିତ୍ର’ ସମ୍ମାନ ଓ ‘ପ୍ରେମ କୁମାର’କୁ ‘ବସନ୍ତ କୁମାର ନାୟକ ଶ୍ରେଷ୍ଠ ଚଳଚ୍ଚିତ୍ର’ ଭାବେ ପୁରସ୍କୃତ ହୋଇଥିଲା । ଚଳଚ୍ଚିତ୍ର ସମେତ ଧାରାବାହିକ ଜଗତର ଅନେକ କଳାକାରାଙ୍କ ସମେତ ଚିକିତ୍ସା, ଶିକ୍ଷା, ବିଜ୍ଞାନ, ସାହିତ୍ୟ, କୃଷି, ବୈଷୟିକ ଜ୍ଞାନ କୌଶଳ, କଳା ସ୍ଥାପତ୍ୟ ପ୍ରଭୃତି ବିଭିନ୍ନ ବର୍ଗରୁ ସମାଜର ପ୍ରତିଷ୍ଠିତ ପ୍ରତିଭାଧରଙ୍କୁ ସମ୍ମାନିତ କରାଯାଇଥିଲା । ଉତ୍ସବରେ ଅନୁଷ୍ଠିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ରାଜାବଗିଚା ଡିଏଭି ସ୍କୁଲ୍ର ନୃତ୍ୟଶିଳ୍ପୀଙ୍କ ଦ୍ୱାରା ଓଡି଼ଶୀ ନୃତ୍ୟ, ସ୍ଥିତପ୍ରଜ୍ଞା ରାଉତଙ୍କ ପରିଚାଳନା ଅଭିନେତାଅଭିନେତ୍ରୀ ପ୍ରମୁଖ ନୃତ୍ୟପରିବେଷଣ କରିଥିଲେ । ବିଜୟ ମଲ୍ଲ ମଞ୍ଚ ପରିଚାଳନା କରିଥିଲେ । ପ୍ରାରମ୍ଭରେ ସହ ସଂପାଦକ ବିଜୟ ରାଉତରାୟ ସ୍ୱାଗତ ଭାଷଣ ଦେଇଥିବାବେଳେ ସଂପାଦକ ଆଦିକନ୍ଦ ରାଉତ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ସହ ସଂପାଦକ ଇଂ. ସ୍ଥିତପ୍ରଜ୍ଞା ରାଉତ ଧନ୍ୟବାଦ ଦେଇଥିଲେ ।

Copyright © 2022 - Summa Real Media Private Limited. All Rights Reserved.