ନୂଆଦିଲ୍ଲୀ: ସବୁବେଳେ ଘରକୁ ମଦ ପିଇ ଆସୁଥିଲା । ନିଜ ଜନ୍ମକଲା ମାଆଙ୍କୁ ପିଟୁଥିଲା । ଦିନକୁ ଦିନ ଅସହ୍ୟ ହେଉଥିଲା ପୁଅର ନିର୍ଯାତନା । ବୃଦ୍ଧା ମାଆ ଜଣକ ବହୁତ ସହୁଥିଲେ । ହେଲେ ସହିପାରିଲେନି ବାପା । ନିଜର ମଦୁଆ ପୁଅ ସହ ହୋଇଥିଲା ଝଗଡ଼ା । ଆଉ ନିଜ ପୁଅକୁ ମାରି ଦେଇଛନ୍ତି । ଉତ୍ତରପ୍ରଦେଶରୁ ସାମ୍ନାକୁ ଏଭଳି ଏକ ଖବର । ୮୫ ବର୍ଷୀୟ ବୃଦ୍ଧ ନହ୍ନେଭାଇଙ୍କୁ ଗିରଫ କରିଛି ପୁଲିସ । ମୃତ ୩୫ ବର୍ଷୀୟ ଭଗବତଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।

ମିଳିଥିବା ଖବର ଅନୁଯାୟୀ, ଭଗବତ ସବୁବେଳେ ନିଶାରେ ରହୁଥିଲେ । ୮୦ ବର୍ଷୀୟ ମାଆ ରମ୍ଭାଙ୍କୁ ନିଶାରେ ଆସି ମାଡ଼ ମାରୁଥିଲେ । ଟଙ୍କା ନଦେଲେ ମାଡ଼ ମାରୁଥିଲେ । ଏହି ଘଟଣାରେ ତାଙ୍କ ବାପା ଯେତେବେଳେ ହସ୍ତକ୍ଷେପ କରିଥିଲେ ବାପାଙ୍କୁ ମଧ୍ୟ ମାଡ଼ ମାରିଥିଲେ । ଆଉ ରାଗରେ ନହ୍ନେଭାଇ ତାଙ୍କ ପୁଅକୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିଲେ । ତେବେ ସେ ରାଗରେ ମାଡ଼ ମାରୁଥିବାବେଳେ ପୁଅର ମୃତ୍ୟୁ ହୋଇଥିବା କହିଛନ୍ତି ।

ପଡ଼ୋଶୀଙ୍କ କହିବା ଅନୁଯାୟୀ, ନହ୍ନେଭାଇଙ୍କ ୪ ପୁଅ ରହିଛନ୍ତି । ଦୁଇଜଣ ଦିଲ୍ଲୀରେ ଶ୍ରମିକ ଭାବେ କାମ କରନ୍ତି । ଜଣେ ପୁଅଙ୍କ ମୃତ୍ୟୁ ହୋଇଥିବାବେଳେ ସେମାନେ ଦୁଃଖରେ ରହୁଥିଲେ । ପୁଅ ଭଗବତ ସବୁବେଳେ ମଦ ପିଇ ଝଗଡ଼ା କରେ । ଏହି କାରଣରୁ ୧୦ ବର୍ଷ ତଳେ ତାଙ୍କ ସ୍ତ୍ରୀ ମଧ୍ୟ ଛାଡ଼ି ପଳାଇଛନ୍ତି । ସବୁବେଳେ ଘରେ ଝଗଡ଼ା କରୁଥିଲେ । ଯେଉଁ କାରଣରୁ ବାପା ଶେଷରେ ଏଭଳି ଏକ ଚରମ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ।

ଏହାସହ ପଢ଼ନ୍ତୁ : ଚାଉଳ ମିଲିଂ ଖର୍ଚ୍ଚ ୨ ଗୁଣ ବୃଦ୍ଧିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି,୨୦ ଟଙ୍କାରୁ ୪୦ ଟଙ୍କା ହେଲାଉଷୁନା ଚାଉଳ କ୍ବିଣ୍ଟାଲ