PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ବିଷାକ୍ତ ମହୁଲ ପୋଚ ଖାଇ ୬ଗୋରୁ ଓ ଗୋଟିଏ ଛେଳି ମୃତ, ୧୩ ଗୋରୁ ଅସୁସ୍ଥ…  

ତେଲକୋଇ ୧୯/୧୧ : ତେଲକୋଇ ଥାନା କରମଙ୍ଗି ପଞ୍ଚାୟତ କୃଷ୍ଣପୁର କାଉଁଶି ନାଳୀ ସାହିରେ ବିଷାକ୍ତ ମହୁଲ ପୋଚ ଖାଇ ୬ଟି ଗୋରୁ ଓ ଗୋଟିଏ ଛେଳିର ମୃତ୍ୟୁ ହୋଇଥିବା ବେଳେ ୧୩ଟି ଗୋରୁଙ୍କ ଅବସ୍ଥା ଗୁରୁତର ରହିଛି । ଗ୍ରାମର ଚନ୍ଦ୍ରମଣି ମାଝିଙ୍କ ୩ଟି ଗୋରୁ, ସୋମାଇ ମାଝୀଙ୍କ ଗୋଟିଏ ଗୋରୁ ,ଲେମ୍ବୁ ସୋରେନଙ୍କ ଗୋଟିଏ ଗୋରୁ, ଦଶରଥ ମାଝିଙ୍କ ଗୋଟିଏ ଗୋରୁ ଓ ଗୋଟିଏ ଛେଳି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ତେବେ ଅଭିଯୋଗ ଅନୁଯାୟୀ, କାଉଁଶି ନାଳୀ ଗ୍ରାମର ଗୋରୁ ପଲ ଗାଁ ନିକଟସ୍ଥ ବନମାଳୀ ପାହାଡ଼କୁ ଚରି ବାକୁ ଯାଇଥିଲେ । ନିକଟସ୍ଥ ଗୁଳିଆ ନାଳୀ ଚାଷ ଜମିରୁ ଧାନ କଟା ସରିଥିବା ବେଳେ ଗୋରୁ ପଲ ସେଠାକୁ ଖାଦ୍ୟ ଅନ୍ୱେଷଣରେ ଚାଲି ଆସିଥିଲେ । ହେଲେ ପୂର୍ବରୁ ଚାଷ ଜମିରେ ଥିବା ବିଷାକ୍ତ ମହୁଲ ପୋଚକୁ ଗୋରୁ ପଲ ଖାଇ ଦେଇଥିଲେ । ଫଳରେ ଘଟଣା ସ୍ଥଳରେ ୬ଟି ଗୋରୁ ଓ ଗୋଟିଏ ଛେଳିର ମୃତ୍ୟୁ ହୋଇଥିବା ବେଳେ ଆଉ ୧୩ଟି ଗୋରୁଙ୍କ ଅବସ୍ଥା ଗୁରୁତର ରହିଛି ।

ଖବର ପାଇ ତେଲକୋଇ ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଚିକିତ୍ସା ଯୋଗାଇବା ସହିତ ଘଟଣାର ଅନୁଧ୍ୟାନ କରିଛନ୍ତି । ତେବେ ଫସଲ କୁ ବନ୍ୟଜନ୍ତୁଙ୍କ କବଳରୁ ସୁରକ୍ଷା ଦେବା ନଚେତ ଶିକାର ଉଦେଶ୍ୟରେ କେହି ମହୁଲ ପୋଚରେ ବିଷାକ୍ତ ପଦାର୍ଥ ମିଶାଇ ଜମିରେ ରଖିଥିବା ବେଳେ ଗୋରୁ ପଲ ଏହାକୁ ଖାଇବାରୁ ଏଭଳି ଅଭାବନୀୟ ଘଟଣା ଘଟିଥିବା କୁହା ଯାଉଛି । ଅନ୍ୟପଟେ ତେଲକୋଇ ବନାଞ୍ଚଳରେ ଦିନକୁ ଦିନ ବନ୍ୟଜନ୍ତୁ ଶିକାର ବଢିଚାଲି ଥିବା ବେଳେ ଏହି ଅବାଧ ଶିକାର ପାଇଁ ଗୃହ ପାଳିତ ପଶୁ ମଧ୍ୟ ବାଦ୍ ପଡୁ ନଥିବା ଅଭିଯୋଗ ହୋଇଛି ।