PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ନିଶାରାଣୀ ‘ମଇନା’ ଗିରଫ, ୨ ଲକ୍ଷର ବ୍ରାଉନ୍‌ସୁଗର ୩୬ ହଜାର ଟଙ୍କା ଜବତ

ଭୁବନେଶ୍ୱର,୩୧ ।୧(ବ୍ୟୁରୋ): ହଳଦୀପଡ଼ିଆର ନଶିାରାଣୀ କୁହାଯାଉଥବିା ମଇନା ରାଉତରାୟ(୩୭) ପୁଣି ଗିରଫ ହୋଇଛନ୍ତି । କମଶିନରେଟ୍‌ ପୁଲିସ କୁଇକ୍‌ ଆକ୍ସନ୍‌ ଟିମ(କ୍ୟୁଏଟ) ଓ ଲକ୍ଷ୍ମୀସାଗର ଥାନା ପୁଲସି ହଳଦୀପଡଅି଼ାରେ ଚଢଉ଼ କରି ମଇନାଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୨୦ ଗ୍ରାମ ବ୍ରାଉନ୍‌ସୁଗର ଓ ୩୬ ହଜାର ୬୪୦ ଟଙ୍କା ଜବତ କରିଛନ୍ତି । ଜବତ ବ୍ରାଉନ୍‌ସୁଗରର ମଲ୍ୟୂ ୨ ଲକ୍ଷ ଟଙ୍କା ହେବ ବୋଲି ପୁଲସି କହିଛି । ପୁଲିସ ସୂଚନା ଅନୁଯାୟୀ, ମଇନା ଦୀର୍ଘ ଦିନ ଧରି ହଳଦୀପଡ଼ିଆ ବସ୍ତିରେ ରହି ବ୍ରଉନସୁଗର କାରବାର କରି ଆସୁଛନ୍ତି । ପୂର୍ବରୁ ଏହି ନିଶା କାରବାର ଅଭିଯୋଗରେ ସେ ଜେଲ୍‌ ଯାଇଥିଲେ । ମଇନା ଗତକାଲି ଜଳେଶ୍ୱରରୁ ବ୍ରାଉନ୍‌ସୁଗର ଆଣି ଆସିଥିବା ବିଶ୍ୱସ୍ତ ସୂତ୍ରରୁ କ୍ୟୁଏଟି ଖବର ପାଇଥିଲା । ତେଣୁ ଆଜି ମଧ୍ୟାହ୍ନରେ କ୍ୟୁଏଟି ଓ ଲକ୍ଷ୍ମୀସାଗର ଥାନା ପୁଲିସ ମିଳିତ ଭାବେ ମଇନାଙ୍କ ଘରେ ଚଢ଼ଉ କରିଥିଲେ ।
ତାଙ୍କ ଘରୁ ଏକ ଜରି ପ୍ୟାକେଟ୍‌ରେ ଭର୍ତ୍ତି ହୋଇଥିବା ୨୦ ଗ୍ରାମ ବ୍ରାଉନ୍‌ସୁଗର ଓ ୩୬ ହଜାର ୬୪୦ ଟଙ୍କା ଜବତ କରିବା ସହ ମଇନାଙ୍କୁ ଗିରଫ କରିଥିଲେ । ଅପରାହ୍ଣରେ ମଇନାଙ୍କୁ କୋର୍ଟ ଚାଲାଣ କରା ଯାଇଥିଲା ।
ଜାମିନ୍‌ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି । ଥାନା ଅଧିକାରୀ ଦୟାନିଧି ନାୟକଙ୍କ କହିବା ଅନୁଯାୟୀ, ପ୍ରଥମେ ଜଳେଶ୍ୱରର ବେପାରୀମାନେ ହଳଦୀପଡ଼ିଆକୁ ଆସି ମଇନାଙ୍କୁ ବ୍ରାଉନ୍‌ସୁଗର
ଯୋଗାଇ ଦେଉଥିଲେ । କିନ୍ତୁ ଧରପଗଡ଼ ଯୋଗୁଁ ଏବେ ଜଳେଶ୍ୱର ବେପାରୀମାନେ ଆସୁ ନାହାନ୍ତି । ତେଣୁ ମଇନା କିଛି ଏଜେଣ୍ଟ ନିଯୁକ୍ତି କରିଛନ୍ତି । କେତେବେଳେ ସେ ନିଜେ ଓ କେବେ ଏଜେଣ୍ଟଙ୍କ ଜରିଆରେ ଜଳେଶ୍ୱରରୁ ବ୍ରାଉନ୍‌ସୁଗର ଆଣି କାରବାର କରୁଛନ୍ତି । ଏଜେଣ୍ଟଙ୍କ ଜରିଆରେ ବିଭିନ୍ନ କୋଡ୍‌ ୱାର୍ଡ ଜରିଆରେ ସେ ବ୍ରାଉନସୁଗର ବିକ୍ରି କରୁଥିଲେ ।

ସମ୍ବନ୍ଧିତ ଖବର