PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ବିଶ୍ୱାସର ପ୍ରତୀକ ‘ମାଇପି ମେଳା’, ଗୁହାରିଆ ପଡ଼ିଲେ ମନସ୍କାମନା ହୁଏ ପୂର୍ଣ୍ଣ

ବାଲିପାଟଣା, ୩ା୪(ଆପ୍ର): ବାଲିପାଟଣା ବ୍ଲକର ନରିଶୋ ଗ୍ରାମ ପଞ୍ଚାୟତର ତାଳଦଣ୍ଡା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ପ୍ରସିଦ୍ଧ ‘ମାଇପି ମେଳା’ । ଏହା ଏମିତି ଏକ ପରମ୍ପରା ଯେଉଁଠି ଦେଖିବାକୁ ମିଳେ ପ୍ରଗାଢ ବିଶ୍ୱାସ ଓ ଭକ୍ତିଭାବ । ଏହି ମେଳାରେ ଶତାଧିକ ମହିଳା ସକାଳୁ ସକାଳୁ ଏହି ପୀଠକୁ ଆସି ଅଧିଆ ପଡିଥିଲେ । ଏଠାରେ ମନ୍ଦିର କି କୌଣସି ପ୍ରତିମୂର୍ତ୍ତି ନଥିବା ଜଣାଯାଏ । କେବଳ ବିଶ୍ୱାସର ସହିତ ‘ବନବିହାରୀ’ଙ୍କ ପୂଜାର୍ଚ୍ଚନା କରି ମହିଳାମାନେ ଗୁଆ ନଡ଼ିଆ ରଖି ମାନସିକରେ ଗୁହାରିଆ ପଡନ୍ତି । ତେଣୁ ମହିଳାମାନେ ବୁଧବାର ସକାଳୁ ସକାଳୁ ସେମାନଙ୍କ ପୂଜ୍ୟ ବନବିହାରୀଙ୍କ ଆରାଧନା କରି ଗୁଆ ନଡିଆ ଥୋଇ ଅଧିଆ ପଡିଥିଲେ ।

ଦିନ ଗୋଟାଏ ବେଳେ ପୂଜକ ଆସି ଅଧିଆ ପଡିଥିବା ମହିଳା ଭକ୍ତମାନଙ୍କ ମୁଣ୍ଡ ଉପରୁ ନଡିଆ ନେଇ ବନବିହାରୀଙ୍କ ନିକଟରେ ବାଡାଇ ଭୋଗ ଲଗାଇଥିଲେ । ତା ପରେ ମହିଳାମାନେ ମାନସିକ ଭାଂଗି ଖଇ, କୋରା, ପତାକା ଆଦି ଭୋଗ ଲଗାଇଥିଲେ ଓ ଗୁହାରିଆ ଭଙ୍ଗ କରିଥିଲେ । ଏହି ମେଳା ବୁଢି ମେଳା ନାମରେ ମଧ୍ୟ ସମଗ୍ର ବାଲିପାଟଣା ଅଞ୍ଚଳରେ ବେଶ୍‌ ଜଣାଶୁଣା । ଏହି କାର୍ଯ୍ୟକ୍ରମରେ ୨୦ ହଜାରରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା । ଶାନ୍ତି ଶୃଂଖଳା ରକ୍ଷା ପାଇଁ ନିମାପଡ଼ା ଓ ବାଲିପାଟଣା ଥାନା ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ସ୍ଥାନୀୟ ସରପଞ୍ଚ ସୀତାକାନ୍ତ ରାଉତ, ସାଧୁ ଚରଣ ଷଡଙ୍ଗୀ, ଲକ୍ଷ୍ମୀଧର ସିଂ, ଆକାଶ ପ୍ରଧାନ, ନରେନ୍ଦ୍ର ଷଡଙ୍ଗୀ, ଅନ୍ତର୍ଯ୍ୟାମୀ ପଣ୍ଡା ଓ ପବିତ୍ର ମୋହନ ପଟେଲ ପ୍ରମୁଖ ସହଯୋଗ କରିଥିଲେ ।

ସମ୍ବନ୍ଧିତ ଖବର