ସୁନ୍ଦରଗଡ଼, ୮।୩: ମାଓବାଦୀ ଓ ସିଆରପିଏଫ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ । ହାର୍ଡକୋର ମାଓବାଦୀ ନେତା ମିଶ୍ରି ବିର୍ସା ଏବଂ ତାଙ୍କ ସହଯୋଗୀମାନଙ୍କୁ ଘେରିବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ କରାଯାଇଥିବା ଏକ ବଡ଼ ଧରଣର ଅପରେସନ ବେଳେ ମାଓବାଦୀ ଓ ସିଆରପିଏଫ୍ (CRPF) ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସରଣ୍ଡା ଜଙ୍ଗଲରେ ଓଡ଼ିଶା ପୁଲିସର SOG ଓ ଝାଡ଼ଖଣ୍ଡର CRPF କମ୍ୱିଂ ଅପରେସନ ଜାରି ରହିଥିବା ବେଳେ ସିଆରପିଏଫଙ୍କ ଗୁଳି ବିନିମୟରେ କିଛି ମାଓବାଦୀ ଆହତ ହୋଇଥିବା ସୂଚନା ।

ଯବାନମାନେ ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ କରୁଥିବା ସମୟରେ ପୂର୍ବରୁ ଲୁଚି ରହିଥିବା ମାଓବାଦୀମାନେ ଅତର୍କିତ ଭାବେ ଗୁଳିବର୍ଷଣ କରିଥିଲେ । ସୁରକ୍ଷାକର୍ମୀଙ୍କ ପକ୍ଷରୁ କଡ଼ା ଜବାବ ଦିଆଯିବା ପରେ ମାଓବାଦୀମାନେ ନିଜକୁ ଅସହାୟ ମନେକରିଥିଲେ । ବିଶେଷ କରି ମିଶ୍ରି ବିର୍ସାଙ୍କ ଅତି ଘନିଷ୍ଠ ସହଯୋଗୀମାନେ ଯବାନଙ୍କ ଗୁଳିମାଡ଼ ସହ୍ୟ କରିନପାରି ଜଙ୍ଗଲ ଭିତରକୁ ଛତ୍ରଭଙ୍ଗ ଦେଇଛନ୍ତି । ସିଆରପିଏଫ୍ର ପ୍ରବଳ ଆକ୍ରମଣରେ କିଛି ମାଓବାଦୀ ଗୁରୁତର ଭାବେ ଆହତ ହୋଇଥିବା ପ୍ରାଥମିକ ସୂଚନା ମିଳିଛି ।

ଏହା ବି ପଢ଼ନ୍ତୁ... ସମ୍ବଲପୁରରେ ଖୁବ୍‌ଶୀଘ୍ର ଖୋଲିବ CGHS ହେଲଥ୍ ସେଣ୍ଟର, ମିଳିଲା କେନ୍ଦ୍ର ସରକାରଙ୍କ ଗ୍ରୀନ୍ ସିଗନାଲ୍

ଜାରି ରହିଛି ସର୍ଚ୍ଚ ଅପରେସନ:

ଏହି ଘଟଣା ପରେ ସମଗ୍ର ଅଞ୍ଚଳକୁ ସିଲ୍ କରି ଦିଆଯାଇଛି । ଫେରାର ହୋଇଯାଇଥିବା ମାଓବାଦୀମାନଙ୍କୁ ଧରିବା ପାଇଁ ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନକୁ ଆହୁରି ଜୋରଦାର କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ହାଇ-ଆଲର୍ଟ ଜାରି କରାଯିବା ସହ ଅଧିକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି ।