ପ୍ରମୂଖ ଖବର
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି

Published By : Harapriya Sethi | July 17, 2025 8:44 AM

ଆଲାସ୍କା, ୧୭/୦୭: ଆଲାସ୍କାର ସ୍ୟାଣ୍ଡ ପଏଣ୍ଟ ନିକଟରେ ୭.୩ ତୀବ୍ରତାର ଭୁମିକମ୍ପ । ଭୀଷଣ ଭୂକମ୍ପ ରେ ଥରିଲା ପୁରା ଅଞ୍ଚଳ। ଯାହା ପରେ ଜାତୀୟ ପାଣିପାଗ ବିଭାଗ ସୁନାମୀ ସତର୍କତା ଜାରି କରିଛି। ସ୍ୟାଣ୍ଡ ପଏଣ୍ଟ ଆଲାସ୍କା ଉପଦ୍ୱୀପର ଉତ୍ତର- ପଶ୍ଚିମ ପୋପୋଫ୍ ଦ୍ୱୀପରେ ଅବସ୍ଥିତ । ଏହା ଆଲାସ୍କାର ଏନ୍କୋରେଜଠାରୁ ପ୍ରାୟ ୬୦୦ ମାଇଲ ଅଧିକ ଦୂରରେ ଅବସ୍ଥିତ । USGS (ୟୁନାଇଟେଡ୍ ଷ୍ଟେଟ୍ସ ଜିୟୋଲୋଜିକଲ ସର୍ଭେ) ଅନୁଯାୟୀ, ଏହି ଭୂମିକମ୍ପ ସ୍ୟାଣ୍ଡ ପଏଣ୍ଟରୁ ୫୪ ମାଇଲ ଦକ୍ଷିଣରେ ହୋଇଥିଲା, ଯାହାର କେନ୍ଦ୍ରସ୍ଥଳ ଭୁପୃଷ୍ଠ ଠାରୁ ୨୦ କିଲୋମିଟର ତଳେ  ଥିଲା ।

ମିଶିଗନ ଟେକ୍ନୋଲୋଜିକଲ ୟୁନିଭରସିଟି ଅନୁଯାୟୀ, ଗୁରୁତର କ୍ଷତି ପହଞ୍ଚାଇ ପାରୁଥିବା ଏକ ବଡ଼ ଭୂକମ୍ପ ୭.୦-୭.୯ ତୀବ୍ରତା ବିଶିଷ୍ଟ ବୋଲି ବିବେଚନା କରାଯାଏ । ପ୍ରତିବର୍ଷ ଏହି ତୀବ୍ରତାର ପ୍ରାୟ ୧୦ରୁ ୧୫ଟି ଭୂମିକମ୍ପ ରେକର୍ଡ କରାଯାଏ । ସୁନାମୀ ଚେତାବନୀରେ କୁହାଯାଇଛି ଯେ, ଦକ୍ଷିଣ ଆଲାସ୍କା ଏବଂ ଆଲାସ୍କା ଉପଦ୍ୱୀପରୁ ପ୍ରଶାନ୍ତ ମାହାସାଗର ଉପକୂଳରେ କେନେଡ଼ି ପ୍ରେବଶ ଏବଂ ୟୁନିମକ ପାସ୍ ପର୍ଯ୍ୟନ୍ତ ବିପଦ ରହିଛି । ସ୍ୟାଣ୍ଡ ପଏଣ୍ଟ ବ୍ୟତୀତ ଆଲାସ୍କାସହର କୋଲ୍ଡ ବେ ଏବଂ କୋଡ଼ିୟାକ ମଧ୍ୟ ସତର୍କତା କ୍ଷେତ୍ରର ଅନ୍ତର୍ଭୁକ୍ତ । 

ଜାତୀୟ ପାଣିପାଗ ସେବା ଏହି ଅଞ୍ଚଳର ବାସିନ୍ଦାମାନଙ୍କୁ ଉଚ୍ଚ ସ୍ଥାନ କିମ୍ୱା ଉଚ୍ଚ କୋଠାର ଉପର ମହଲାକୁ ସ୍ଥାନାନ୍ତର ହେବାକୁ ଅନୁରୋଧ କରିଛି । ଭୂମିକମ୍ପ ସକ୍ରିୟ ହୋଇଥିବା ଅଞ୍ଚଳରେ ପ୍ରାୟତଃ ଝଟକା ଅନୁଭୂତ ହୋଇଥାଏ । ସାମ୍ଭାବ୍ୟ ସୁନାମିର ଭୟ ମଧ୍ୟରେ ଜରୁରୀକାଳୀନ ସେବା ଅଧିକାରୀମାନେ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି । ତେବେ ଭୂମିକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ନାହିଁ । ୭.୩ ତୀବ୍ରତାର ଭୂମିକମ୍ପ ପରେ, ଆଗାମୀ ଦିନରେ ଆଫ୍ଟଟଶାକ୍ (କମ୍ ତୀବ୍ରତାର ଭୂକମ୍ପ ଝଟକା ଅନୁଭବ) ହେବାର ସମ୍ଭାବନା ୯୦ପ୍ରତିଶତରୁ ଅଧିକ ରହିଛି ।

ପ୍ରଶାନ୍ତ ମାହାସାଗରୀୟ ଟୋକ୍ଟୋନିକ ପ୍ଲେଟ୍ ଏବଂ ଉତ୍ତର ଆମେରିକୀୟ ପ୍ଲେଟ୍ ସୀମାରେ ଅବସ୍ଥିତ । ଏହି କାରଣରୁ ଅଲ୍ୟୁଶିୟନ ଦ୍ୱୀପପଞ୍ଜ ଭୂମିକମ୍ପର ଏକ ହଟ୍ସ୍ପଟ୍ ଭାବରେ ଜଣାଶୁଣା । ୧୯୦୦ ମସିହାରୁ ଏହି ଅଞ୍ଚଳରେ ୮.୦ ତୀବ୍ରତାର ଅନେକ ଭୂମିକମ୍ପ ହୋଇଛି ।   ଅଲ୍ୟୁଶିୟନ ଦ୍ୱୀପପଞ୍ଜ ହେଉଛି ୧୪ଟି ମୁଖ୍ୟ, ବଡ଼ ଜ୍ୱାଳାମୁଖୀ ଦ୍ୱୀପପୁଞ୍ଜ ଏବଂ ୫୫ଟି ଛୋଟ ଦ୍ୱୀପର ଏକ ଶୃଙ୍ଖଳା । ଅଧିକାଂଶ ଅଲ୍ୟୁଶିୟନ ଦ୍ୱୀପପଞ୍ଜ ଆମେରିକାର ଆଲାସ୍କା ରାଜ୍ୟର ଅଂଶ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.