ପାଟନା,୧୪/୧୧; ୨୦୨୦ ନିର୍ବାଚନରେ ଆରଜେଡି ଅଳ୍ପ ସଂଖ୍ୟକ ଭୋଟ୍ରେ ଏନଡିଏଠୁ ପଛରେ ପଡିଥିଲା । ଏଥର ଆଶା କରାଯାଉଥିଲା କି ପୂର୍ବ ବ୍ୟବଧାନକୁ ଦୂର କରିବ ଦଳ । ହେଲେ ତାର ବିପରୀତ ଘଟିଛି । ଚଳିତ ନିର୍ବାଚନରେ ମହାମେଣ୍ଟ ଏକ ବଡ଼ ପରାଜୟର ସମ୍ମୁଖୀନ ହେବା ପରି ମନେ ହେଉଛି । ୨୦୨୫ ନିର୍ବାଚନ ଫଳାଫଳ ପ୍ରାୟ ସ୍ପଷ୍ଟ ହେବାରେ ଲାଗିଛି । ବିହାରବାସୀ ତେଜସ୍ୱୀ ଯାଦବ ଓ ରାଷ୍ଟ୍ରୟୀ ଜନତା ଦଳକୁ ବଡ଼ ଝଟକା ଦେଇଛନ୍ତି । ଭୋଟ୍ ଗଣତି ଆରମ୍ଭ ଟ୍ରେଣ୍ଡରେ ମହାମେଣ୍ଟ ଆରଜେଡ଼ି ୫୩ଟି ଆସନରେ ଲିଡ କରୁଛି । ଏନଡିଏ (ବିଜେପି-ଜେଡିୟୁ) ସଂଖ୍ୟାଗରିଷ୍ଠତା ଆସନ ଟପି ୧୮୬ ଆସନରେ ଆଗରେ ଚାଲିଛି । ଏନଡିଏ ଶକ୍ତିଶାଳୀ ଦେଖାଯାଉଛି । ସଦ୍ୟତମ ଟ୍ରେଣ୍ଡରେ ତେଜସ୍ୱୀ ନିଜେ ତାଙ୍କ ଆସନ ରାଘୋପରୁରୁ ପଛୁଆ ଅଛନ୍ତି । ଦେଖିବାକୁ ଗଲେ ବିହାରରେ ମହାମେଣ୍ଟର ପ୍ଲାପ୍ ଶୋ ଦେଖିବାକୁ ମିଳିଛି । ଏ ସ୍ଥିତିରୁ ସ୍ପଷ୍ଟ ଯେ ବିହାର ଲୋକ ମହାମେଣ୍ଟକୁ ପରାସ୍ତ ନୁହେଁ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି । ତେବେ କାହିଁକି ତେଜସ୍ୱୀଙ୍କ ପାର୍ଟିର ଏପରି ଅବସ୍ଥା ? ଜାଣନ୍ତୁ ୫ ବଡ଼ କାରଣ ।

୫୨ ଜଣ ଯାଦବ ପ୍ରାର୍ଥୀଙ୍କୁ ଟିକେଟ୍‌ ଦେବା ଭୁଲ ସାବ୍ୟସ୍ତ- ଏହି ପରାଜାୟର ପ୍ରମୁଖ କାରଣ ଆରଜେଡି ଦ୍ବାରା ୫୨ ଯାଦବ ପ୍ରାର୍ଥୀଙ୍କୁ ଟିକେଟ ଦେବା ରହିଛି । ଏହି ନିଷ୍ପତ୍ତି କେବଳ ଜାତିବାଦୀ ଛବିକୁ ମଜବୁତ କରିଥିଲା, ବଂର ଅଣ-ଯାଦବଙ୍କ ଭୋଟ ବ୍ୟାଙ୍କକୁ ଦୂରେଇ ଦେଇଥିଲା । ବିହାର ରାଜନୀତିରେ ଯାଦବମାନେ ଜନସଂଖ୍ୟାର ୧୪ ପ୍ରତିଶତ ଭୋଟ୍ ବ୍ୟାଙ୍କ ଗଠନ କରନ୍ତି । ତଥାପି ୫୨ ଜଣ ଯାଦବ ପ୍ରାର୍ଥୀଙ୍କୁ ଟିକେଟ୍ ଦେବା ଦଳର ବିଫଳତାର କାରଣ ହୋଇଛି । ଆରଜେଡିର ୧୪୪ ପ୍ରାର୍ଥୀଙ୍କ ମଧ୍ୟରେ ୫୨ ଜଣ ଯାଦବ ଥିଲେ । ଯାହା ମୋଟ୍ ଆସନର ପ୍ରାୟ ୩୬ ପ୍ରତିଶତ ପ୍ରତିନିଧିତ୍ୱ କରିଥାଏ ।

​​​​​​​ସହଯୋଗୀଙ୍କୁ ଅଣଦେଖା କରିବା- ତେଜସ୍ବୀଙ୍କ ରଣନୀତିର ଏହା ବହୁ ବଡ଼ ବିଫଳତା । କାରଣ ସହଯୋଗୀ କଂଗ୍ରେସ, ବାମ ଦଳ ଏବଂ ଛୋଟ ଛୋଟ ଦଳକୁ ଗୁରୁତ୍ବ ଦେଇନଥିଲା ଆରଜେଡି । ସିଟ୍ ସେୟାରିଂ ବିବାଦ ମେଣ୍ଟକୁ ଦୁର୍ବଳ କରିଦେଇଥିଲା । ତେଜସ୍ବୀ ମହାମେଣ୍ଟର ଘୋଷଣାପତ୍ର ନାମ ନରଖି ‘ତେଜସ୍ବୀ ପ୍ରତିଜ୍ଞା’ରହିଥିଲା । ରାଲିରେ ରାହୁଲ ଗାନ୍ଧୀଙ୍କ ଫଟୋ କମ୍, ତେଜସ୍ବୀଙ୍କର ଅଧିକ ଦେଖିବାକୁ ମିଳିଥିଲା ।  

ତେଜସ୍ୱୀଙ୍କ ପ୍ରତିଶ୍ରୁତି ପାଇଁ ବ୍ଲୁ ପ୍ରିଣ୍ଟ ପ୍ରଦାନ କରିବା ଅସମର୍ଥତା- ତେଜସ୍ୱୀଙ୍କ ସବୁଠାରୁ ବଡ ଭୁଲ ହେଲା ଅନେତ ପ୍ରତିଶ୍ପୁତି ଦେଇଥିଲେ ବି ଏକ ଠୋସ୍‌ ବ୍ଲୁପ୍ରିଣ୍ଟ ପ୍ରଦାନ କରିବାରେ ବିଫଳ ହୋଇଥିଲେ । ପ୍ରତି ପରିବାରକୁ ସରକାରୀ ଚାକିରି, ପେନସନ, ମହିଳା ସଶକ୍ତିକରଣ ଏବଂ ନିଷେଧ ସମୀକ୍ଷା ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ପାଣ୍ଠିର ଅଭାବ, କାର୍ଯ୍ୟାନ୍ୱୟ ଯୋଜନା କିମ୍ବା ସମୟୋଚିତ ବ୍ଲୁପ୍ରିଣ୍ଟ ଭୋଟରଙ୍କ ମଧ୍ୟରେ ଅବିଶ୍ୱାସ ସୃଷ୍ଟି କରିଥିଲା । ତେଜସ୍ୱୀ ସବୁବେଳେ କହି ଆସୁଥିଲେ ଦୁଇ ଦିନ ଭିତରେ ବ୍ଲୁପ୍ରିଣ୍ଟ ବାହାରିବ । ନିର୍ବାଚନ ସରିଗଲା ହେଲେ ସେ ଦିନ କେବେ ଆସିଲା ନାହିଁ ।

ମହାଗଠବନ୍ଧନ ଏକ ମୁସଲିମ-ସମର୍ଥକ ଭାବମୂର୍ତ୍ତି ହାସଲ କରିବା- କଂଗ୍ରେସ ଓ ଆରଜେଡି଼ ମହାମେଣ୍ଟ ମୁସଲିମସମର୍ଥକ ଭାବମୂର୍ତ୍ତୀ ତେଜସ୍ୱୀଙ୍କ ପରାଜୟର ମୁଖ୍ୟ କାରଣ ବୋଲି କହାଯାଉଛି । ମୁସଲିମ ବହୁଳ ନିର୍ବାଚନମଣ୍ଡଳୀରେ ବିଜୟ ଆରଜେଡି କିମ୍ବା ମହାମେଣ୍ଟର ଅନ୍ୟ ସହଯୋଗୀଙ୍କ ପାଇଁ ସମ୍ଭବ ହୋଇଥିଲେ ମଧ୍ୟ ରାଜ୍ୟର କ୍ଷତିର କାରଣ ହୋଇଥିଲା । ଅନେକ ସ୍ଥାନରେ ଆରଜେଡ଼ି ଯାଦବ ସମ୍ପ୍ରଦାୟର ନିଜସ୍ୱ ଭୋଟ ହରାଇଥିଲା । ତେଜସ୍ୱୀ ସରକାରରେ ଆସିଲେ ବିହାରରେ ୱାକଫ୍ ବିଲ୍ ଲାଗୁ କରିବେ ନାହିଁ ବୋଲି ପ୍ରତିଶ୍ରୁତିକୁ ଅନେକ ଯାଦବ ଗ୍ରହଣ କରିନଥିଲେ । ବିଜେପି ୱାକଫ୍ ବିଲ୍‌ର ଅତ୍ୟାଚାର ବିରୋଧରେ ସଂସଦରେ ଲାଲୁ ଯାଦବଙ୍କ ଭାଷଣ ଭାଇରାଲ କରିଥିଲା ଯାହା ଦଳକୁ ଲାଭ ଦେଇଛି ।

ବାପା ଲାଲୁଙ୍କୁ ନେଇ କନଫ୍ୟୁଜ ତେଜସ୍ୱୀ- ଲାଲୁ ପ୍ରସାଦ ଯାଦବଙ୍କ ପଥ ଅନୁସରଣ କରିଛନ୍ତି ପୁଣ ତେଜସ୍ୱୀ ଯାଦବ । ହେଲେ ପୋଷ୍ଟରରେ ତାଙ୍କ ଫଟୋ ଛାଡି ନୂଆ ପୀଢିଙ୍କୁ କଣ ଦେଖାଇବାକୁ ଚେଷ୍ଟା କରୁଥିଲେ ତାହା ଅବୁଝା ରହିଗଲା । ଏ ଦୁଇ ପାଖିଆ ନୀତି ଓଲଟା ପଡିଗଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋପାଳଗଞ୍ଜ ରାଲିରେ କହିଥିଲେ, ତେଜସ୍ୱୀ ଲାଲୁଙ୍କ ପାପକୁ ଲୁଚାଉଛନ୍ତି । ଲାଲଙ୍କୁ ସାମାଜିକ ନ୍ୟାୟ ଏଜେଣ୍ଡକୁ ଆପଣେଇଛନ୍ତି । ହେଲେ 'ଜଙ୍ଗଲ ରାଜ' ଛବିକୁ ଡରି ଦୂରତା ରଖିଥିଲେ । ପୋଷ୍ଟରେ ଲାଲୁଙ୍କୁ କଣରେ ରଖିବା ତାଙ୍କର ଅପମାନ ଥିଲା ।