ଇନ୍ଦୋରର ଭୈରବ ଘାଟିରେ ୫୦ ଫୁଟ ତଳକୁ ଖସିଲା ବସ୍; ୫ ମୃତ, ୧୦ ଗୁରୁତର, ୪୦ ଆହତ…

ନୂଆଦିଲ୍ଲୀ: ଇନ୍ଦୋରର ସିମ୍ରୋଲ ଥାନା ଅଞ୍ଚଳରେ ଏକ ଯାତ୍ରୀବାହୀ ବସ୍ ୫୦ ଫୁଟ ଗଭୀର ଖାଇରେ ଖସିପଡିଛି । ଏହି ଦୁର୍ଘଟଣାରେ ୪୦ ରୁ ଅଧିକ ଯାତ୍ରୀ ଆହତ ହୋଇଥିବାବେଳେ ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏଥିସହ ୧୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ତେବେ କୁହାଯାଉଛି ଯେ ବସଟି ଇନ୍ଦୋରରୁ ଖଣ୍ଡୱା ଅଭିମୁଖେ ଯାଉଥିଲା, ସିମରୋଲ ଥାନା ଅଞ୍ଚଳର ଭୈରବ ଘାଟରେ ଏହି ଦୁର୍ଘଟଣା ଘଟିଛି ।
ସୂଚନାଥାଉକି, ଦୁର୍ଘଟଣା ସମୟରେ ବସ୍ରେ ୫୦ ରୁ ୬୦ ଜଣ ଯାତ୍ରୀ ଉପସ୍ଥିତ ଥିଲେ । ବସ୍ ତଳେ ଚାପି ହୋଇ ୫ ଜଣ ଯାତ୍ରୀ ମୃତ୍ୟୁବରଣ କରିଛନ୍ତି । ଏନେଇ ସୂଚନା ପାଇବା ପରେ ତୁରନ୍ତ ଆମ୍ବୁଲାନ୍ସ ସହିତ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଉଛି ।