ନୂଆଦିଲ୍ଲୀ – ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା ମିଳିଛି। ଜମ୍ମୁ-କାଶ୍ମୀରର କିସ୍ତୱାଡ ଜିଲ୍ଲାର ଏକ ଦୂର ଦୂରାନ୍ତ ଅଞ୍ଚଳରେ ରବିବାର ସୁରକ୍ଷାବାହିନୀ ସହ ଏନକାଉଣ୍ଟରରେ ପାକିସ୍ତାନର ଜୈଶ-ଏ-ମହମ୍ମଦ (JeM) ସହ ସଂପୃକ୍ତି ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ସେନାର ସୂଚନା ଅନୁସାରେ ,ଆତଙ୍କବାଦୀ ଚଟରୁ ବେଲ୍ଟର ପାସେରକୁଟ ଅଞ୍ଚଳରେ ‘ତ୍ରାଶି-୧’ଅପରେସନ ବେଳେ ନିପାତ ହୋଇଛନ୍ତି ଏବଂ ତାଙ୍କ ପାଖରୁ ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦା ଜବତ କରାଯାଇଛି, ଯେଉଁଥିରେ ଦୁଇ ଏକେ-୪୭ ରାଇଫଲ ମଧ୍ୟ ସାମିଲ ଅଛି।
ଜମ୍ମୁ-କାଶ୍ମୀର ପୁଲିସ , ଆଇବି (ଇଣ୍ଟେଲିଜେନ୍ସ ବ୍ୟୁରୋ) ଓ ନିଜର ଇଣ୍ଟେଲିଜେନ୍ସ ସୋର୍ସରୁ ମିଳିଥିବା ଭରସାଯୋଗ୍ୟ ଇଣ୍ଟେଲିଜେନ୍ସ ଇନପୁଟ ଆଧାରରେ , କିସ୍ତୱାଡ ଅଞ୍ଚଳରେ ଅପରେସନ ‘ତ୍ରାଶୀ-୧’ ଅନୁସାରେ ଏକ ସୁଚିନ୍ତିତ ମିଳିତ ଅପରେସନ ଆରମ୍ଭ କରାଯାଇଛି , ଯାହାକି ଅଞ୍ଚଳରେ ଆକ୍ଟିଭ୍ ଆତଙ୍କବାଦୀଙ୍କୁ ଟ୍ରାକ୍ ଓ ନ୍ୟୁଟ୍ରଲାଇଜ୍ କରାଯାଇ ପାରିବ। ସେନାର ହ୍ୱାଇଟ୍ ନାଇଟ୍ କୋର୍ ଏକ୍ସରେ ଏକ ପୋଷ୍ଟରେ କହିଛି- ପ୍ରଥମେ ହୋଇଥିବା ସଫଳ କଣ୍ଟାକ୍ଟ ପରେ, ସିଆଇଏଫ୍ (କାଉଣ୍ଟର- ଇଣ୍ଟେଲିଜେନ୍ସ ଫୋର୍ସ) ଡେଲ୍ଟାର ପୁଲିସ ଓ ସିଆରପିଏଫ୍ ସହ ମିଶି ଆଜି ସକାଳେ ପାଖାପାଖି ୧୧ଟା ସମୟରେ ମୁସ୍କିଲ ଅଞ୍ଚଳରେ ଆତଙ୍କବାଦୀ ସହ ମୁହାଁମୁହିଁ ହୋଇ ଥିଲେ।
ସେନାର କହିବାନୁସାରେ, ଟାକ୍ଟିକାଲ ସଠିକତା , ନିବିଘ୍ନ ସମନ୍ୱୟ ଓ ଦୃଢ ନିଷ୍ଠା ପ୍ରଦର୍ଶନ କରି ସୈନ୍ୟମାନେ ଏନକାଉଣ୍ଟର ସାଇଟ୍କୁ କବଜା କରି ନେଇଥିଲେ , ଯେଉଁଠି ଦୁଇ ଆତଙ୍କବାଦୀଙ୍କୁ ସଫଳତାପୂର୍ବକ ନ୍ୟଟ୍ରାଲାଇଜ୍ କରାଯାଇଥିଲା।
ଆତଙ୍କବାଦୀ ପାହାଡ଼ ତଳେ ଥିବା ଏକ ମାଟି ଘରେ ଲୁଚି ରହିଥିଲେ। ସେ କହିଛନ୍ତି ଯେ, ଏକ ପାହାଡ଼ ଉପରେ ହମଲା କରାଗଲା ଏବଂ ନିକଟତର ହେଉଥିବା ସର୍ଚ୍ଚ ଦଳ ଉପରେ ଗୁଳି ଚଳାଇ ଥିଲେ , ଯେଉଁଥିରେ ଜୋରଦାର ଫାୟାରିଂ ହୋଇଥିଲା। ଅଧିକାରୀଙ୍କ କହିବାନୁସାରେ , ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଏବେ ବି ଜାରି ରହିଛି।