ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ରେ ଶିଳ୍ପପତିମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ, ଆସନ୍ତୁ ଆମ ସହ ହାତ ମିଳାନ୍ତୁ

ଭୁବନେଶ୍ଵର, ୧/୧୨ : ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ରେ ଶିଳ୍ପପତିମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ। ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ଆହ୍ଵାନ କଲେ ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି ଯେ, ଶିଳ୍ପକୁ ପ୍ରୋତ୍ସାହନ ଦେବାକୁ ନୂଆ ଶିଳ୍ପନୀତି ଘୋଷଣା କରାଯାଇଛି। ଆମ ଶିଳ୍ପ ନୀତି ସାରା ଦେଶରେ ଶ୍ରେଷ୍ଠ। ଶିଳ୍ପକୁ ସହଯୋଗ କରିବା ପାଇଁ ଆମେ ଉଚ୍ଚପ୍ରଶିକ୍ଷିତ ମାନବ ସମ୍ଵଳ ସୃଷ୍ଟି କରିଛୁ। ଓଡ଼ିଶାକୁ ସମୃଦ୍ଧଶାଳୀ କରିବା ଆମ ଲକ୍ଷ୍ୟ। ଆସନ୍ତୁ ଆମ ସହ ହାତ ମିଳାନ୍ତୁ।
ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ, ଖୁବଶୀଘ୍ର ଟ୍ରଲିୟନରେ ପହଞ୍ଚିବ ଓଡ଼ିଶା ଅର୍ଥନୀତି। ସବୁଠାରୁ ଭଲ ଭିତ୍ତିଭୂମି ଯୋଗାଇ ଦେବାକୁ ଆପଣମାନେ ଆସନ୍ତୁ। ଏହି ଦୁଇ ଦଶନ୍ଧିରେ ରାଜ୍ୟର ଚାଷୀ ଆୟକୁ ଦ୍ଵିଗୁଣିତ କରିଛୁ। ୫୦ ପ୍ରତିଶତ ଗରିବୀ କମିଛି। ଆମର ଲୋକାଭିମୁଖୀ ସରକାର ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ମୋ ସରକାର ଏବଂ ୫ଟି ବ୍ୟବସ୍ଥା ପ୍ରଶଂସନୀୟ ହୋଇଛି। ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତା ବିକାଶ, କୃଷି, ମହିଳା ସଶକ୍ତିକରଣ, ଆଦିବାସୀ ବିକାଶ ଇତ୍ୟାଦି କ୍ଷେତ୍ରରେ କାମ କରାଯାଉଛି। ମିଶନ ଶକ୍ତିରେ ୭୦ ଲକ୍ଷ ମହିଳାଙ୍କୁ ସଶକ୍ତିକରଣ କରାଯାଇଛି। ଜନସ୍ଵାସ୍ଥ୍ୟ କ୍ଷେତ୍ରରେ BSKY ଏକ ମାଇଲଖୁଣ୍ଟ। ଆମର ପରିବହନ ଭିତ୍ତିଭୂମିରେ ଉନ୍ନତି, ଏକ୍ସପ୍ରେସୱେ, ରେଳ, ବିମାନବନ୍ଦର, ସମୁଦ୍ର ବନ୍ଦର ଉନ୍ନତିରେ ଆମେ ବିପୁଳ ପୁଞ୍ଜି ବିନିଯୋଗ କରୁଛୁ। ଗୁଣାତ୍ମକ ଶିକ୍ଷା ସୃଷ୍ଟି ଉପରେ ଆମର ଧ୍ୟାନ ରହିଛି।