ମେକ ଇନ ଓଡିଶା ମିଶନ ଶକ୍ତି ଉଦ୍ୟୋଗୀ ସମାବେଶରେ ଆଦିବାସୀ ଅଧ୍ୟୁଷିତ କାଲିମେଳାର ମହିଳା ପୁରସ୍କୃତ

ମାଲକାନଗିରି,୩।୧୨ (ଆପ୍ର): ମେକ ଇନ ଓଡିଶା ମିଶନ ଶକ୍ତି ଉଦ୍ୟୋଗୀ ସମାବେଶରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅଞ୍ଚଳ ରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ପୁରସ୍କୃତ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।
ରାଜ୍ୟ ସରକାର ଙ୍କ ପକ୍ଷରୁ ଭୁବେନେଶ୍ୱର ଜନତା ମୈଦାନ ଠାରେ ମେକ ଇନ ଓଡିଶା କାର୍ଯ୍ୟକ୍ରମ ରେ ମିଶନ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀରୁ ଉଦ୍ୟୋଗୀ ମହିଳା ଉଦ୍ୟୋଗୀ ଅଧିବେଶନ ରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ସମ୍ମାନିତ ଅତିଥି ଭାବେ ଓଡିଶା ମିଶନ ଶକ୍ତି କମିଶନର ସୁଜାତା କାର୍ତ୍ତିକେୟନ ଉପସ୍ଥିତ ରହି ବିଭିନ୍ନ ଜିଲ୍ଲାର ମହିଳା ଉଦ୍ୟାଗୀମାନଙ୍କୁ ସମ୍ମାନିତ କରିବା ସହିତ ପୁରସ୍କାର ପ୍ରଦାନ କରିଛନ୍ତି l ସେଥି ମଧ୍ୟରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ମିଶନ ଶକ୍ତି ପକ୍ଷରୁ ମନୋନୀତ ହୋଇଥିବା କାଲିମେଳା ବ୍ଲକ ମିଶନ ଶକ୍ତି ଅଧୀନରେ ଥିବା ଶ୍ରୀକ୍ଷେତ୍ର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ କରାଯାଇଛି l ଭୁବନେଶ୍ୱର ଏହି କାର୍ଯ୍ୟକ୍ରମ ରେ କାଲିମେଳା ଶ୍ରୀ କ୍ଷେତ୍ର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ପୁର୍ଣିମା ରାଣୀ ସେଠୀ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଓ କମିଶନର ଙ୍କ ଠାରୁ ପୁରସ୍କାର ସହ ମାନ ପତ୍ର ଗ୍ରହଣ କରିଛନ୍ତି l
ଜିଲ୍ଲାମିଶନ ଶକ୍ତି ପକ୍ଷରୁ ରାଜ୍ୟ ସରକାରଙ୍କ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମା’ ମାନଙ୍କୁ ସ୍ୱାବଲମ୍ବି ନିମନ୍ତେ ବିଭିନ୍ନ ସ୍ୱାବଲମ୍ବୀମୂଳକ କାର୍ଯ୍ୟମାନ ବ୍ଲକ ମିଶନ ଶକ୍ତି ମାଧ୍ୟ୍ୟମରେ ମହିଳା ଗୋଷ୍ଠୀ ମାନଙ୍କୁ ପ୍ରଦାନ କରାଯାଇଥିଲା ।ଏଥିରେ ଥିଲା ବିଦ୍ୟାଳୟ ର ଛାତ୍ର ଛାତ୍ରୀ ନିମନ୍ତେ ପୋଷାକ ସିଲେଇ, ଜାତୀୟ ପତକା, ସିଲେଇ,ମହା ମାରି କୋଭିଡ ସମୟରେ ମାକ୍ସ ତିଆରି କରିବା ଭଳି କାର୍ଯ୍ୟ କରି ଜିଲ୍ଲାର ଅନେକ ମହିଳା ସୋୟଂ ସହାୟକ ଗୋଷ୍ଠୀ ମହିଳା ମାନେ ସାବଲମ୍ବୀ ହୋଇ ପାରିଛନ୍ତି l ଏଥି ମଧ୍ୟ୍ୟରୁ ଜିଲ୍ଲା ପ୍ରୋଜେକ୍ଟ କୋଡିନେଟର ନିରଞ୍ଜନ ଟାଙ୍ଗାରାଙ୍ଗା ଏବଂ ଜିଲ୍ଲା ପ୍ରଜେକ୍ଟ ମ୍ୟାନେଜର ଙ୍କ ମନୋନୀତ କ୍ରମେ କାଲିମେଳା ମିଶନ ଶକ୍ତି ର ଶ୍ରୀକ୍ଷେତ୍ର ମହିଳା ସୋୟଂ ସହାୟକ ଗୋଷ୍ଠୀ ଗ୍ରୁପ କୁ ମନୋନୀତ କରାଯାଇ ଥିଲା । ରାଜ୍ୟ ସରକାରଙ୍କ ଠାରୁ ପୁରସ୍କୃତ ହୋଇଥିବାରୁ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଖୁସି ପ୍ରକଟ କରି ରାଜ୍ୟସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।