ରୁପାର ଚାହିଦା କ୍ରମଶଃ ବଢିବାରେ ଲାଗିଛି । ପ୍ରାୟ ମହିଳା ରୁପା ଗହଣାକୁ ପସନ୍ଦ କରିଥାନ୍ତି । କିନ୍ତୁ କିଛି ଦିନ ବ୍ୟବହାର କରିବା ପରେ ଏହା କଳା ପଡିଯାଇଥାଏ । କାରଣ ପବନରେ ଥିବା ସଲଫର୍ ସଂସ୍ପର୍ଶରେ ଆସିବା ଦ୍ୱାରା ରୁପା ଉପରେ କଳା ଆସ୍ତରଣ ଜମିଯାଇଥାଏ । ଫଳରେ ରୁପା ପୁରୁଣା ଦେଖାଯାଏ । ଯଦି ରୁପାର ପାଉଁଜି, ମୁଦି ଓ ମୁଦ୍ରା କଳା ପଡିଥାଏ, ତେବେ ସଫା କରିବାକୁ ଗହଣା ଦୋକାନ ଯିବା ଜରୁରି ନୁହେଁ । ଘରୋଇ ଉପାୟରେ ଏହାକୁ ଚକାଚକ୍ କରିପାରିବେ । ଚାଲନ୍ତୁ ଜାଣିବା କେତୋଟି ଉପାୟ ।

ଫିଟକିରିରେ କରିପାରିବେ

ରୁପା ସଫା ଗୋଟିଏ କାଚ ବା ପ୍ଲାଷ୍ଟିକ ପାତ୍ରରେ ଆଲମିନିୟମ୍ ଫଏଲ୍ ପକାନ୍ତୁ । ଏହା ଉପରେ ଗହଣା ରଖି ତା’ ଉପରେ ଏକ ଚାମଚ ବେକିଂ ସୋଢା ଓ ଏକ ଚାମଚ ଫିଟକିରି ପକାନ୍ତୁ । ଏହା ଉପରେ ଗରମ ପାଣି ପକାନ୍ତୁ । ଗହଣା ୫ରୁ ୧୦ ମିନିଟ୍ ଏହି ଘୋଳରେ ରହିବା ପରେ ବାହାର କରି ଥଣ୍ଡା ପାଣିରେ ଭଲ ଭାବେ ଧୋଇ ନିଅନ୍ତୁ । ଆପଣଙ୍କ ଗହଣା ପୁରା ନୂଆ ଚକାଚକ୍ ଲାଗିବ ।

ଚା’ପତି ଓ ଡିଟରଜେଣ୍ଟ୍ ମିଶ୍ରଣ

ଏକ ପାତ୍ରରେ ଏକ କପ୍ ପାଣି ଫୁଟାନ୍ତୁ । ସେହି ଫୁଟା ପାଣିରେ ଏକ ଚାମଚ ଚା’ ପତି ଓ ଏକ ଚାମଚ ଡିଟରଜେଣ୍ଟ ପକାନ୍ତୁ । ପାଣି ଫୁଟିବା ପରେ ରୁପା ଗହଣାକୁ ପକାଇ ୩/୪ ମିନିଟ୍ ଛାଡିଦିଅନ୍ତୁ । ଏବେ ଗ୍ୟାସ୍ ବନ୍ଦ କରିଦିଅନ୍ତୁ । ସେହି ପାଣିରେ ଗହଣାକୁ ୧୦ ମିନିଟ୍ ପାଇଁ ଛାଡି ଦିଅନ୍ତୁ । ତା’ ପରେ ଏହାକୁ ବାହାର କରି ଭଲ ଭାବେ ଧୋଇ ନିଅନ୍ତୁ । ଗହଣା ନୂଆ ପରି ଦେଖାଯିବ ।